Posted inଜାତୀୟ

୧୫ ସରକାରୀ ଦସ୍ତାବିଜ୍‌ ବି ପ୍ରମାଣ କରିପାରିଲାନି ମହିଳାଙ୍କ ଭାରତୀୟ ନାଗରିକତ୍ୱ

ଗୁଆହାଟି,୧୯।୨: ଆସାମର ଜଣେ ୫୦ ବର୍ଷ ବୟସ୍କା ମହିଳା ୧୫ଟି ସରକାରୀ ଦସ୍ତାବିଜ୍‌ ଦାଖଲ କରିବା ପରେ ମଧ୍ୟ ନିଜର ଭାରତୀୟ ନାଗରିକତ୍ୱ ପ୍ରମାଣ କରି ପାରି ନାହାଁନ୍ତି। ଆସାମ ଫରେନ୍‌ ଟ୍ରିବ୍ୟୁନାଲ ଏବେ ତାଙ୍କୁ ବିଦେଶୀ ବୋଲି ଘୋଷଣା କରିଛନ୍ତି। ସ୍ଥାନୀୟ ବକ୍ସା ଜିଲାର ଗୋୟାବାରି ଗାଁରେ ବାସ କରୁଥିବା ଜାବେଦା ବେଗମ୍‌ ଏବେ ଅସୁସ୍ଥ ସ୍ବାମୀ ଏବଂ ଝିଅ ଆସମିନାଙ୍କୁ ନେଇ କୁଆଡେ ଯିବେ ତାହା ଚିନ୍ତା କରିପାରୁ ନାହାଁନ୍ତି। ହାଇକୋର୍ଟରେ ଭୋଟର ପରିଚୟପତ୍ର ପାନ୍‌ କାର୍ଟ, ଜମିଜମା କାଗଜପତ୍ର, ବ୍ୟାଙ୍କ କାଗଜପତ୍ର ଆଦି ସରକାରୀ ଦସ୍ତାବିଜ୍‌କୁ ହାଇକୋର୍ଟ ବୈଧ ନାଗରିକତ୍ୱ ପ୍ରମାଣ ପତ୍ର ଭାବେ ଗ୍ରହଣ କରି ନାହାଁନ୍ତି। ତାଙ୍କର ଜନ୍ମପ୍ରମାଣ ପତ୍ର ନ ଥିବାରୁ ସେ ଗାଁ ମୁଖିଆ ଗୋଲକ କାଲିତାଙ୍କଠାରୁ ଲିଖିତ ଭାବେ କାଗଜ ପତ୍ର ଦାଖଲ କରିଥିଲେ। ତେବେ ଏହାକୁ ମଧ୍ୟ ହାଇକୋର୍ଟ ଗ୍ରହଣ କରି ନ ଥିବା ଗାଁ ମୁଖିଆ କହିଛନ୍ତି। ଏଥିରେ ସେ ଜାବେଦ ଅଲ୍ଲୀଙ୍କ ଝିଅ ବୋଲି ସୂଚିତ ହୋଇଛି। ଏହାସହିତ ତାଙ୍କ ପିତା ଜାବେଦଙ୍କ ୧୯୬୬, ୧୯୭୦, ୧୯୭୧ ଭୋଟର ତାଲିକାରେ ଥିବା ନାମକୁ ମଧ୍ୟ କୋର୍ଟରେ ଦାଖଲ କରାଯାଇଥିବା ଗାଁ ମୁଖିଆ କହିଛନ୍ତି। ଆର୍ଥିକ ସମ୍ବଳ ନ ଥିବାରୁ ଜାବେଦା ସୁପ୍ରିମ୍‌କୋର୍ଟରେ ଆବେଦନ କରିବାକୁ ମନା କରିଛନ୍ତି। ନ୍ୟାୟ ପାଇଁ ସେ ଗୁହାରୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri