୧୫ ବର୍ଷ ବୟସରେ ୮ଜଣ କରିଥିଲେ ବଳାତ୍କାର, କେବିସି ମଞ୍ଚରେ ସୁନୀତା ସଂଘର୍ଷର କାହାଣୀ ଶୁଣି ଚକିତ ହେଲେ ବିଗ୍‌ ବି

ମୁମ୍ବାଇ: ସୋନି ଚ୍ୟାନେଲରେ ପ୍ରସାରିତ ‘କୌନ ବନେଗା କରୋଡପତି’ର କର୍ମବୀର ଏପିସୋଡ୍‌ରେ ସୁନୀତା କୃଷ୍ଣମନ୍‌ ନଜର ଆସିବେ। ପଦ୍ମଶ୍ରୀ, ମଦର ଟେରେସା ପୁରସ୍କାର, ଲିମ୍‌କା ବୁକ୍‌ ଅଫ୍‌ ରେକଡ୍ସ ଭଳି ସମ୍ମାନର ଅଧିକାରୀ ସୁନୀତାଙ୍କ ଜୀବନ କାହାଣୀ ମଞ୍ଚର ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ବଳ କରିବ। ନିଜର ଟୁଇଟର ପୃଷ୍ଠାରେ ସୁନୀତାଙ୍କ ଏକ ଭିଡିଓ ଶେୟାର କରାଯାଇ ଏ ନେଇ ସୂଚନା ଦିଆଯାଇଛି।

ସୁନୀତା ହେଉଛନ୍ତି ମହିଳାମାନଙ୍କ ପାଇଁ ଲଢ଼େଇ କରୁଥିବା ଜଣେ ମଣିଷ। ଇତିମଧ୍ୟରେ ୨୨ ହଜାରରୁ ଅଧିକ ମହିଳାଙ୍କୁ ଯୌନ ଶେଷଣ ଏବଂ ଦଲାଲମାନଙ୍କ କବଳରୁ ରକ୍ଷା କରିସାରିଛନ୍ତି। ତେବେ ମହିଳାମାନଙ୍କୁ ଏହି କଳା ବେଉସାରୁ ମୁକ୍ତି କରିବାକୁ ଚାହୁଁଥିବା ସୁନୀତା ନିଜେ ୧୫ ବର୍ଷ ବୟସରେ ବଳାତ୍କାରର ଶିକାର ହୋଇଥିଲେ। ୮ଜଣ ଲୋକ ତାଙ୍କର ବଳାତ୍କାର କରିଥିଲେ। ଏହାପରେ ମଧ୍ୟ ତାଙ୍କ ଉପରେ ୧୭ରୁ ଅଧିକ ଥର ଆକ୍ରମଣ କରାଯାଇଛି। ହେଲେ ଏସବୁ ତାଙ୍କୁ ତାଙ୍କ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରିନାହିଁ। ସେ କୁହନ୍ତି, ଯେତେପର୍ଯ୍ୟନ୍ତ ନିଃଶ୍ୱାସ ଚାଲିଛି, ଅନ୍ୟ ଝିଅ ଏବଂ ମହିଳା ପୀଡ଼ିତଙ୍କ ପାଇଁ କାମ କରିବି। କେବିସି ମଞ୍ଚରେ ସେ ଏସବୁ ବିଷୟରେ ପ୍ରକାଶ କରିଛନ୍ତି। ଏଥିସହ ବେଶ୍ୟାଳୟଗୁଡ଼ିକରେ ମହିଳାମାନଙ୍କ ଅବସ୍ଥା ନ କହିବା ଭଲ। ଦିନକୁ ସେମାନେ ୪୦ରୁ ଅଧିକ ଥର ବଳାତ୍କାରର ଶିକାର ହେଉଛନ୍ତି। ଏବେ ସେ ସେହିଭଳି ମହିଳାଙ୍କ ପାଇଁ କାମ କରୁଛନ୍ତି। ସେମାନଙ୍କୁ ଅନ୍ଧଗଳିରୁ ବାହାର କରି ସାଧାରଣ ଜୀବନଯାପନ କରିବାକୁ ସମସ୍ତ ପ୍ରୟାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri