୧୫୦ ବର୍ଷରେ ରାହାସ ମେଳା, ଜମୁଛି ଭିଡ

ପଦ୍ମପୁର, ୧୩ା୧୧(ଡି.ଏନ୍‌.ଏ.)- ଭଦ୍ରକ ସଦର ବ୍ଲକଠାରୁ ପ୍ରାୟ ୧୬ କି.ମି.ଦୂର ସାହାଡ଼ାଠାରେ ରହିଛି ଦୀର୍ଘ ୩୦୦ ବର୍ଷର ଲାଲାଜୀ ଗୌଡୀୟ ମଠ। ଶ୍ରୀ ଚୈତନ୍ୟଙ୍କର ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ସେଠାରେ ଥିବା ରାଧାକୃଷ୍ଣଙ୍କର ପୂଜାର୍ଚ୍ଚନା କରାଯାଇ ଆସୁଛି। ଶ୍ରୀ ଚୈତନ୍ୟଙ୍କ ଓଡ଼ିଶା ଗସ୍ତ ସମୟର ସ୍ମୃତିକୁ ଧରି ରଖିଥିବା ଏହି ପୀଠ ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ବାଣ୍ଟି ଆସୁଛି। ଏଥର ମଙ୍ଗଳବାର ପ୍ରତ୍ୟୁଷରୁ ମଠର ଆରମ୍ଭ ହୋଇଥିବା ଲାଲାଜୀ ରାହାସ ପୂର୍ଣ୍ଣିମା ଉତ୍ସବ ୯ ଦିନ ଧରି ଚାଲିବ। ପ୍ରଥମ ଦିନରେ ସେଠାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ପ୍ରାୟ ୧୫୦ ବର୍ଷ ଧରି ପାଳିତ ହୋଇଆସୁଥିବା ଏହି ରାହାସ ମେଳା ଅଞ୍ଚଳବାସୀଙ୍କ ଲାଗି ଆକର୍ଷଣ ସାଜିିିଛି। ଏଥର ମେଳାରେ ବସିଛି ୨୦୦ ରୁ ଊର୍ଦ୍ଧ୍ୱ ଦୋକାନ। ବିଭିନ୍ନ ଘରୋଇ ଉପକରଣ ସାଙ୍ଗକୁ ମୀନାବଜାରର ବିଭିନ୍ନ ବିପଣୀ ଓ ନାନା ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି।
ମେଳାରେ ଅଧିକ ଆକର୍ଷଣ ରହିଛି ପାର୍ଶ୍ୱ ଉପଲକ୍ଷେ ରାଧାକୃଷ୍ଣଙ୍କର ମୃଣ୍ମୟ ପ୍ରତିମୂର୍ତ୍ତି ନିର୍ମାଣ ସହ, ମହାଦେବ ଛଦ୍ମବେଶରେ ଶ୍ରୀକୃଷ୍ଣଙ୍କ ବାଲ୍ୟରୂପ ଦର୍ଶନ କରିବା, ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା କାଜୀ ଉଦ୍ଧାର, ଇନ୍ଦ୍ରଙ୍କର ସୁରଭି ଗାଈ ଦ୍ୱାରା ଶ୍ରୀକୃଷ୍ଣଙ୍କ ଅଭିଷେକ, ଶ୍ରୀକୃଷ୍ଣଙ୍କର ମାଖନ ଚୋରି, ଜରାସନ୍ଧ ଯୁଦ୍ଧ, ଜାମଳାର୍ଜୁନ ଦର୍ଶନ, ବଂଶୀବଟରେ ମହାସଭା, ସମ୍ଭରାଶୁର ସହ ଶ୍ରୀକୃଷ୍ଣଙ୍କ ଯୁଦ୍ଧ, ଓ ରାସ ଲୀଳା ଆଦି ପୌରାଣିକ କଥାବସ୍ତୁକୁ ନେଇ ସୁନ୍ଦର ପାର୍ଶ୍ୱମୂର୍ତ୍ତି ଦର୍ଶକଙ୍କ ମନ ମୋହୁଛି। ମଠ ପରିସରରେ ଥିବା ପୋଖରୀ ପାର୍ଶ୍ୱରେ ପଡିଥିବା ମେଳା, ଆକର୍ଷଣୀୟ ତୋରଣ ଓ ଆଲୋକ ସାଜସଜ୍ଜା ସମଗ୍ର ପରିସରକୁ ଉତ୍ସବମୁଖର କରିଛି। ମଙ୍ଗଳବାର ସନ୍ଧ୍ୟାରୁ ରାତିଯାଏ ଏଠି ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri