Posted inଖେଳ

୧୫ରେ ଫିଟ୍‌ନେସ ଟେଷ୍ଟ ଦେବେ ଈଶାନ୍ତ

ନୂଆଦିଲ୍ଲୀ,୧୨।୨- ଭାରତୀୟ ଦଳର ଆସନ୍ତା ୧୪ ତାରିଖରୁ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଅଭ୍ୟାସ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହାର ଗୋଟିଏ ଦିନ ପରେ ଟିମ୍‌ ଇଣ୍ଡିଆର ସିନିୟର ପେସର ଈଶାନ୍ତ ଶର୍ମା ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବେ। ଏଥିରେ ସଫଳ ହେଲେ ହିଁ ସେ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ୩୧ ବର୍ଷୀୟ ପେସର ଗତ ୨୧ ତାରିଖରେ ବିଦର୍ଭ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଆହତ ହୋଇଥିଲେ। ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ତାଙ୍କୁ ୬ ସପ୍ତାହ ବିଶ୍ରାମ ଦରକାର। ଏବେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଏହି ପେସରଙ୍କ ଚିକିତ୍ସା କରାଯାଉଛି। ଚୟନ କମିଟି ଈଶାନ୍ତଙ୍କ ନାମ ଟେଷ୍ଟ ଦଳରେ ସାମିଲ କରିଛି। ପୂର୍ବରୁ ସେ ଉମେଶ ଯାଦବଙ୍କ ସହ ଗତ ୬ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତ କରିବାର ଥିଲା। କିନ୍ତୁ ଆହତ ସମସ୍ୟା ଯୋଗୁ ବିଳମ୍ବ ହୋଇଛି। ଉଲ୍ଲେଖଯୋଗ୍ୟ, ୯୬ ଟେଷ୍ଟ ଖେଳିଥିବା ଡାହାଣହାତୀ ପେସରଙ୍କ ନାମରେ ୨୯୨ ଉଇକେଟ ରହିଛି। ଏହାବାଦ୍‌ ୮୦ ଦିନିକିଆରେ ୧୧୫ ଉଇକେଟ ଓ ୧୪ ଟି୨୦ରୁ ୮ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri