୧୪ ଜଣଙ୍କୁ ସେକ୍ଟର ଅଫିସର ଦାୟିତ୍ୱ

କଟକ ଅଫିସ,୧୮ା୫: ବାତ୍ୟା ‘ଅମ୍ଫନ୍‌’ର ମୁକାବିଲା ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ତତ୍ପର ହୋଇପଡ଼ିଛି। ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଏନେଇ ଜରୁରୀ ବୈଠକ ବସିଛି। ‘ଅମ୍ଫନ୍‌’ ମୁକାବିଲା ପାଇଁ ୧୪ ଜଣଙ୍କୁ ସେକ୍ଟର ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟେକଙ୍କୁ ୪ଟି ଲେଖାଏଁ ୱାର୍ଡର ଦାୟିତ୍ୱ ଦିଆଯାଇଛି। ସେକ୍ଟର ଅଫିସର ସେମାନଙ୍କ ୱାର୍ଡରେ ଜଣେ ଲେଖାଏ ଯନ୍ତ୍ରୀ, କମ୍ୟୁନିଟି ଅର୍ଗାନାଇଜର୍‌ ଓ ସାନିଟାରୀ ଇନ୍ସପେକ୍ଟରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ପରିଚାଳନା ସହ ସବୁ ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାଛଡ଼ା ୯୯ଟି ବସ୍ତି ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଇଛି। ଉକ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ୮୪ଟି ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଉଛି। ସହରରେ ଏହି ସମୟରେ ବର୍ଷା ଜଳ ନିଷ୍କାସନକୁ ଗୁରୁତ୍ୱ ଦିଆଯାଇଛି। ସୋମବାର ଖାନନଗର, ମାତୃଭବନ ଭଳି ସମସ୍ତ ସ୍ଲୁଇସ୍‌ ଗେଟ୍‌ ଓ ଜିରୋ ପଏଣ୍ଟକୁ ଖୋଲାଯାଇଛି। ଜାଇକା ସମେତ ଅଗ୍ନିଶମ ବିଭାଗ ଓ ସିଏମ୍‌ସିର ପାଖାପାଖି ଶତାଧିକ ପମ୍ପ ସେଟ୍‌ ଓ ଜେନେରେଟର୍‌ ପ୍ରସ୍ତୁତଥିବା କମିଶନର ଅନନ୍ୟା ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ନଂ. ୱାର୍ଡରେ ଲାଗି ରହିଛି ବିଭିନ୍ନ ସମସ୍ୟା: ସାମାଜିକ ଦୂରତା ରଖି ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

ଜଗନ୍ନାଥପ୍ରସାଦ,୬।୫(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ବ୍ଲକ ଛାମୁଣ୍ଡା ପଞ୍ଚାୟତ ଚୋପର ଗ୍ରାମର ୧୩ ନମ୍ବର ୱାର୍ଡରେ ଲାଗି ରହିଛି ବିଭିନ୍ନ ସମସ୍ୟା। ଏହାର ପ୍ରତିବାଦରେ ବୁଧବାର ଶତାଧିକ ମହିଳା ସମସ୍ୟାର...

ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ: ପିଏମ୍‌ଏୱାଇ ତାଲିକାରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୧୯।୨(ଡି.ଏନ.ଏ.) – କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏଓ୍ବାଇ)ରେ ଗୃହ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ହେଲେ...

ଗଞ୍ଜାମରେ ପାଳିତ ହେଲା ଜିଲାସ୍ତରୀୟ ସ୍ବାଧୀନତା ଦିବସ; ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ପାଇଁ ଆମେ ପାଇଛୁ ସ୍ବାଧିନତା: ଜିଲାପାଳ

ଛତ୍ରପୁର,୧୫।୮(ଡି.ଏନ୍‌.ଏ):ଗଞ୍ଜାମରେ ଜିଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ସମାରୋହ ଶନିବାର ଛତ୍ରପୁରସ୍ଥିତ ପୋଲିସ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛିା ଏଥିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

କାର୍‌ ସିକ୍ରେଟ ଚାମ୍ବରରେ ରୁପା ଇଟା

କଟକ ଅଫିସ,୨୩ା୯: ଗଞ୍ଜେଇ ଧରିବାକୁ ଯାଇ ଧରିଲେ ୧ କୁଇଣ୍ଟାଲ ରୁପା ଇଟା। ତା’ ସାଙ୍ଗକୁ ୧୧.୯୦ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଏକ...

ଜଳ ପାଇଁ ଜଙ୍ଗଲମୁହାଁ ପିଲା

କେନ୍ଦୁଝର, ୧୬।୫(ସ୍ବ.ପ୍ର.): ‘୫-ଟି’ ବ୍ୟବସ୍ଥାରେ ବଦଳୁଛି ବିଦ୍ୟାଳୟ। ଚିକିମିକିଆ ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ ସରକାର...

ଓଭରଟେକ୍‌ କରିବା ବେଳେ ଓଲଟିଲା ‘ଅଭିରାଜ’ ବସ୍‌: ହେଲ୍‌ପର ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

କୁଆଁରମୁଣ୍ଡା,୩।୩(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ଲାସେ ଗଡାଣି ନିକଟରେ ମଙ୍ଗଳବାର ଅପରାହ୍ନ ୩ଟା ୩୫ ରେ ‘ଅଭିରାଜ’ ନାମକ...

ଓକିଲଙ୍କଠାରୁ ୨ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

ବୌଦ୍ଧ, ୨୪।୧(ସ୍ବ.ପ୍ର): ବୌଦ୍ଧ ସହରରେ ଲୁଟପାଟ ଏକ ନିତିଦିନିଆ ଘଟଣା ପାଲଟିଛି ା କେତେବେେଳେ ଦୁର୍ବୁତ୍ତ ରାସ୍ତା ଉପରୁ ଲୁଟ କରୁଥିବା ବେଳେ ଆଉ କେତେବେଳେ...

ଦୁଇ ଦିନରେ ୧୨ହଜାର ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୬ା୭-ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଯାଇଛି । ଗୁରୁବାର ରଥଯାତ୍ରା ଯୋଗୁ ସରକାରୀ କଲେଜଗୁଡ଼ିକ ଛୁଟି ଥିଲା। ଏଣୁ ନାମଲେଖା ବନ୍ଦ...

Advertisement
Archives

Model This Week