୧୪୭ କେରଳ ଫେରନ୍ତାଙ୍କୁ ସ୍ବାଗତ କଲା ପ୍ରଶାସନ

ରାଜନଗର,୩ା୫(ଡି.ଏନ୍‌.ଏ.): କେରଳରେ ଫସିଥିବା ୧୪୭ ପ୍ରବାସୀ ଓଡ଼ିଆ ୪ଟି ବସ୍‌ରେ ଆସି ରବିବାର ଅପରାହ୍ନରେ ରାଜନଗରରେ ପହଞ୍ଚିଛନ୍ତି। ସେମାନେ ରାଜନଗର ବ୍ଲକ ମହିଷାସୁର ଯଜ୍ଞ ପଡ଼ିଆରେ ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ସ୍ବାଗତ କରିଥିଲା। ଏଥିସହ ସାମାଜିକ ଦୂରତ୍ୱ ଭିତରେ ରାଜ୍ୟ ସରକାରଙ୍କ କିଟ୍‌ସ ପ୍ରଦାନ କରାଯାଇ ସେମାନଙ୍କ ହାତରେ କୋଭିଡ୍‌-୧୯ ସିଲ୍‌ ଲଗାଯାଇଥିଲା। ଈଶ୍ୱରପୁର ପଞ୍ଚାୟତର ୪୪ ଜଣଙ୍କୁ ଈଶ୍ୱରପୁର ବୀଣାପାଣି ହାଇସ୍କୁଲ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ସେହିପରି ଗୁପ୍ତି ପଞ୍ଚାୟତର ସାତଭାୟା ୫୫ ଜଣଙ୍କୁ ସାତଭାୟା ପଞ୍ଚୁବରାହୀ ସ୍କୁଲରେ ରଖାଯାଇଥିବା ବେଳେ ତାଳଚୁଆ ଅଞ୍ଚଳର ୩୩ ଜଣଙ୍କୁ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ଏତଦ୍‌ବ୍ୟତୀତ ଡାଙ୍ଗମାଳ ଏବଂ ଖମାରସାହି ପଞ୍ଚାୟତର ୧୫ ଜଣଙ୍କୁ ଖମାରସାହି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିବା ବିଡିଓ ମନ୍ଦରଧର ମହାଳିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?