୧୪୨ତମ ଗୋପବନ୍ଧୁ ଜୟନ୍ତୀ: ଚଳଚଞ୍ଚଳ ଜନ୍ମପୀଠ ସୁଆଣ୍ଡୋ, ସତ୍ୟବାଦୀ; ଅପରାହ୍ନରେ ପହଞ୍ଚିବେ ରାଜ୍ୟପାଳ

ସାକ୍ଷୀଗୋପାଳ,୯।୧୦(ଡି.ଏନ୍‌.ଏ.)- ନିସ୍ବାର୍ଥପର ଜନସେବୀ, ଓଡ଼ିଆଜାତିର ଦରଦୀ ପ୍ରାଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୨ତମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସମାବେଶକୁ ନେଇ ପୁଣ୍ୟାତ୍ମାଙ୍କ ଜନ୍ମପୀଠ ସୁଆଣ୍ଡୋଠାରୁ କର୍ମପୀଠ ସତ୍ୟବାଦୀ ବକୁଳବନ ଚଳଚଞ୍ଚଳ ହୋଇଉଠିଛି । ଉତ୍କଳମଣିଙ୍କ ସହିତ ପଞ୍ଚସଖାଙ୍କ ପ୍ରତିମୁର୍ତ୍ତି ଓ ସମାଧି ପୀଠରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପଗୁଚ୍ଛ, ଧୂପ, ଦୀପ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବକୁଳବନ, ପଞ୍ଚସଖା ସ୍ମୃତି ସମାଧିପୀଠ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ, କାଦୁଆ ଆଶ୍ରମ, ଜନଭୂମୀ ସୁଆଣ୍ଡୋ, ସାରଙ୍ଗଯୋଡି ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମହାପୁରୁଷଙ୍କ ଜୟନ୍ତୀ ଉତ୍ସବ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗୋପବନ୍ଧୁଙ୍କ କୁଳଦେବତା ରାଧା ବିନୋଦ ବିହାରୀଙ୍କ ପୁଜାର୍ଚ୍ଚନା ସହିତ ଭାଗବାତ ପାଠ କରାଯାଇଥିଲା। ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ଅନୁଷ୍ଠିତ ସ୍ମୃତି ସଭାରେ ଅତିଥି ଭାବରେ ଡା. ଅଶୋକ କୁମାର ମାହାପାତ୍ର, ଅଭିନେତା ସବ୍ୟସାଚୀ ମହାପାତ୍ର ପ୍ରମୁଖ ଯୋଗଦେଇ ଉତ୍କଳମଣିଙ୍କ ସେବା, ସଂସ୍କାର ଓ ଶିକ୍ଷା କ୍ଷେତ୍ରରେ ରହିଥିବା ପାରଦର୍ଶିତା ସମ୍ପର୍କରେ ଆଲୋକପାତ କରିଥିଲେ। ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରମାନଙ୍କୁ ସ୍ମୃତି ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ କୁମାର ଜେନା, ସତ୍ୟବାଦୀ ଅତିରିକ୍ତ ତହସିଲଦାର ଉଲ୍ଲାସ ଚନ୍ଦ୍ର ସେଠୀ, ଏବିଡିଓ ସାରଦା ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ସ୍ମୃତି ସମାଧି ପୀଠରେ ବିଗତ ବର୍ଷ ମାନଙ୍କଭଳି ସର୍ବଧର୍ମ ପ୍ରର୍ଥନା ସଭାରେ ପୁର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ । ଯେଗାଚାର୍ଯ୍ୟ ରମାକାନ୍ତ କର ବେଦପାଠ, ବିରେନ ପ୍ରଧାନ ବାଇବେଲ, ସମିମ ଅହମ୍ମଦ ଖାନ କୋରାନ, ଗୁରୁ କବିର ସିଂ ଗୁରୁଗ୍ରନ୍ଥ, ବୀରବର ଭକ୍ତ ଅଲେଖ ଭଜନ, ସଂଗ୍ରାମ ସ୍ବାଇଁ ଓ ରାକେଶ ରାଉତ ବାହାଇ ଭଜନ, ମନ୍ଦ୍ରେ ଜୈନ ଜୈନଧର୍ମ ବାଣୀ, ଉନନ୍ତେ ଧର୍ମାଲୋକ ବୌଦ୍ଧ ଭଜନ, ଉତ୍କଳମଣିଙ୍କ ରଚିତ ଭଜନ ଗୁରୁ ଅଶୋକ ମୁମାର ସାହୁ ଓ ସ୍ବୟଂଶ୍ରୀ ସତ୍ୟପ୍ରଜ୍ଞା, ଏବଂ ସୋନାଲୀ ରାୟ ଶାନ୍ତିପାଠ ଓ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ କରିଥିଲେ। ଏଥିରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ସରପଞ୍ଚ ସୁବାଷ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ଭାରତ ବିକାଶ ପରିଷଦ, ବକୁଳବନ ସୁରକ୍ଷା ପରିଷଦ, ସାହିଭାଇ, କ୍ଲବ ସତ୍ୟବାଦୀ, ଲୋକସେବକ ମଣ୍ଡଳ, ସୁଆଣ୍ଡୋ ସେତୁ ସଂଗଠନ, ଶୋଭନୀୟ ଆନ୍ଦୋଳନ ସହିତ ସୁଦୁର ଯାଜପୁର ବ୍ୟାସ ନଗରରୁ ସାଇକେଲରେ ଶ୍ରଦ୍ଧାଳୁମାନେ ବକୁଳବନ ଓ ସୁଆଣ୍ଡୋରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖାଯାଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପୌରୋହିତ୍ୟରେ ସୁଆଣ୍ଡୋରେ ଅପରାହ୍ନରେ ଆୟୋଜିତ ସୃତି ସଭାରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ରାଜ୍ୟପାଳ ୫ ହଜାର ଗରିବ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପିଇଲା ପାଏନ୍‌ ଲାଗି ଡହକ୍‌ବିକଲ: ଅଂଚଲବାସୀକୁ ନିଅଁଟ ଟ୍ୟାଙ୍କର ପାଏନ୍‌

ସଇଁତଲା, ୩୧ା୫ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ସଇଁତାଲା ବ୍ଲକଛକ୍‌ ଅଂଚଲର ଗୁଟେ ମୁଖିଆ ଜାଗା। ଇଠାନେ ବ୍ଲକସ୍ତରୀୟ ଅନେକ ସରକାରୀ ଅଫିସ, ସ୍କୁଲ ରହିଛେ। ସବୁ...

ଆଗରେ ଚାଲିଛି ବିଜେଡି: ତିର୍ତ୍ତୋଲରେ ୧୦,୭୩୬ ଭୋଟରେ ଆଗୁଆ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଉଭୟ ଆସନରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ତିର୍ତ୍ତୋଲ...

ମତଦାନ ଉପରେ ପ୍ରଭାବ ପକାଇପାରେ ସ୍ଥାନୀୟ ସମସ୍ୟା

ପୁରୀ ଅଫିସ,୧୭ା୪: ପୁରୀ ଲୋକ ସଭା ଏବଂ ଏହା ଅଧୀନ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକରେ ଆସନ୍ତା ୨୩ ତାରିଖରେ ମତଦାନ ହେବ। ଆଉ ଅଳ୍ପଦିନ ମଧ୍ୟରେ କିଭଳି...

ବିପଦସଙ୍କୁଳ ଭାବେ ଚାଲିଛି ଶାଳଣିଆ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ହାଟଡିହୀ, ୪।୬(ଡି.ଏନ୍‌.ଏ.)- ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଅଞ୍ଚଳରେ ଅଙ୍ଗନଓ୍ବାଡ଼ି...

ବାଲିମେଳା ଡ୍ୟାମ୍‌ର ୨ ଗେଟ୍‌ ଖୋଲିଲା

ଚିତ୍ରକୋଣ୍ଡା,୨୭ା୧୦(ଡି.ଏନ୍‌.ଏ.): ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମ୍‌ରେ ଜଳସ୍ତର ୧୫୧୬ ଫୁଟ ରହିବା ପରେ ରବିବାର ସକାଳ ୮ଟା ୪୦ରେ ସ୍ଲୁଇସ୍‌ ଗେଟ୍‌କୁ ଛାଡ଼ି ୨ଟି ଗେଟ୍‌ ଖୋଲାଯାଇଛି। ଏଥିରେ...

ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସରପଞ୍ଚ : ‘ମୋ ସିନ୍ଦୂର, ସମ୍ପତ୍ତି ଉପରେ ଥିଲା ନଜର’

ରସୁଲପୁର/ଧର୍ମଶାଳା,୨୧ା୧୦(ଡିଏନଏ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼।...

ପାଟଣାରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼: ଜନଜୀବନ ପ୍ରଭାବିତ

ପାଟଣା,୩୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି।...

ବୁଡ଼ିଗଲେ ୨ ସାଙ୍ଗ

ରାୟଗଡ଼ା ଅଫିସ,୨୪ା୪: ପ୍ରବଳ ଗରମରୁ ସାମାନ୍ୟ ନିସ୍ତାର ପାଇବା ପାଇଁ ସାଙ୍ଗମାନଙ୍କ ସହ ସନ୍ଧ୍ୟାରେ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗଭୀର ଜଳରେ ବୁଡ଼ିଯାଇ...

Advertisement
Archives

Model This Week