୧୪ରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୧୯’: ଅଂଶଗ୍ରହଣ କରିବେ ୩ ହଜାର ଶିକ୍ଷାର୍ଥୀ

ଭୁବନେଶ୍ୱର, ୧୨।୧୧:(ବ୍ୟୁରୋ): ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆସନ୍ତା ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ଆରମ୍ଭ ହେବ। ତିନିଦିନ ବ୍ୟାପୀ ଏହି ମହୋତ୍ସବ ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ପ୍ରତ୍ୟେକ ଶିକ୍ଷାମଣ୍ଡଳରୁ ପ୍ରତି ବିଭାଗ ପାଇଁ ଶ୍ରେଷ୍ଠ ଶିକ୍ଷାର୍ଥୀଙ୍କୁ ମଣ୍ଡଳସ୍ତରରେ ସମ୍ପୃକ୍ତ ଶିକ୍ଷା ପରିଦର୍ଶକମାନେ ମନୋନୀତ କରି ପ୍ରାୟ ୩ହଜାର ଶିକ୍ଷାର୍ଥୀଙ୍କୁ ରାଜ୍ୟସ୍ତରକୁ ପଠାଇଛନ୍ତି। ମହୋତ୍ସବରେ ବର୍ଜ୍ୟବସ୍ତୁର ବ୍ୟବହାର, ବିଜ୍ଞାନ କୌତୁକ କର୍ମଶାଳା, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହାସହ ୩୦ଜିଲାର ପ୍ରାଥମିକ ଓ ମାଧ୍ୟମିକସ୍ତରୀୟ ଶିକ୍ଷାର୍ଥୀଙ୍କ ପାଇଁ ରାଜ୍ୟସ୍ତରରେ ବକ୍ତୃତା, କୁଇଜ୍‌ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଛି।
ମହୋତ୍ସବର ପ୍ରଥମ ଦିନ ସକାଳେ ‘ଶିକ୍ଷା ସଚେତନତା’ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହା ସ୍ଥାନୀୟ ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କରୁ ଉତ୍ସବସ୍ଥଳୀ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ଅତିକ୍ରମ କରିବ। ଏଥିରେ ୬ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭାଗନେବେ। ଚଳିତବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓସେପା, ଶିକ୍ଷା ଓ ଶିକ୍ଷକ ତାଲିମ ନିର୍ଦ୍ଦେଶାଳୟ ଆଦି ସରକାରୀ ବିଭାଗୀୟ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଷ୍ଟଲ ଥାଇ ପ୍ରଦର୍ଶନୀ, ଶିକ୍ଷାର୍ଥୀଙ୍କ ଦ୍ୱାରା ଛାୟା ବିଧାନସଭା, ସୃଜନାତ୍ମକ ଲେଖା ପ୍ରସ୍ତୁତି, କଳା ଓ ସ୍ଥାପତ୍ୟ, ସଙ୍ଗୀତ, ନୃତ୍ୟ, ଗଣିତ କଳିକା, ମୃଣ୍ମୟ ପ୍ରକାଶନ/ପ୍ରସାରଣ ନିମନ୍ତେ ଗଣମାଧ୍ୟମ ପାଇଁ ସୂଚନା କଳାକୃତି, ବିଜ୍ଞାନ କର୍ମଶାଳା, କାଗଜ ଭାଙ୍ଗ କଳାକୃତି ଓ କଣ୍ଢେଇ ନାଚ, ଚିତ୍ରକଳା, ବର୍ଜ୍ୟବସ୍ତୁରୁ ସୃଜନକଳା ଆଦି କର୍ମଶାଳାମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଶିଶୁ ଉତ୍ସବରେ ସ୍ବତନ୍ତ୍ର ଭାବେ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହି ରାଜ୍ୟସ୍ତରୀୟ ଉତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିରେ ଶ୍ରେଷ୍ଠ ବିବେଚିତ କୃତୀ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯିବ। ଉତ୍ସବ ପ୍ରସ୍ତୁତି କମିଟି ପକ୍ଷରୁ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦାନ ନିମନ୍ତେ ମନୋନୀତ ଶିକ୍ଷାର୍ଥୀଙ୍କୁ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାଇ ଦେଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଜ୍ୟସ୍ତରରେ ଗଠିତ ପ୍ରସ୍ତୁତି କମିଟିରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ମୁଖ୍ୟ ସଞ୍ଚାଳକ ରହିଛନ୍ତି। ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା, ଶିକ୍ଷା ଓ ଶିକ୍ଷକ ତାଲିମ ପ୍ରତିଷ୍ଠାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ବରିଷ୍ଠ ପଦାଧିକାରୀଙ୍କ ମିଳିତ ସହଯୋଗରେ ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୧୯’ ଆୟୋଜନ କରାଯାଇଛି। ମହୋତ୍ସବର ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri