Posted inଜାତୀୟ

୧୩୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସର ଅସ୍ଥିତ୍ୱ ସଙ୍କଟଗ୍ରସ୍ତ!

ନୂଆଦିଲ୍ଲୀ,୧୭।୬: ସୋମବାରଠାରୁ  ଲୋକ ସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଚଳିତ ଥର ଲୋକସଭାରେ କଂଗ୍ରେସ ଦଳର ୫୨ ଜଣ ସଦସ୍ୟ ରହିଛନ୍ତି। ଏହା ପୂର୍ବରୁ ୨୦୧୪ରେ ଦଳର ସଦସ୍ୟ ସଂଖ୍ୟା ୪୪ ଥିଲା। ଲୋକ ସଭାରେ ବିରୋଧୀ ଆସନରେ ବସିବା ପାଇଁ ୧୦ ପ୍ରତିଶତ ସଦସ୍ୟତା ଆବଶ୍ୟକ। ତେବେ କଂଗ୍ରେସ ପାଖରେ ୫୫ ଜଣରୁ କମ୍‌ ସଦସ୍ୟ ରହିଛନ୍ତି। ୨୦୧୪ଠାରୁ ୨୦୧୯ ମଧ୍ୟରେ କଂଗ୍ରେସ ଦଳର ଅସ୍ଥିତ୍ୱ ସଙ୍କଟଗ୍ରସ୍ତ ହୋଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହେରୁଙ୍କ ପରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଦଳ ବିଭିନ୍ନ ବିବାଦୀୟ ସ୍ଥିତି ଦେଇ ଗତି କରିଥିଲା। ଏହାପରେ ରାଜୀବ ଗାନ୍ଧୀଙ୍କ ସମୟରେ ଦେଶରେ ବିଜ୍ଞାନର ଉନ୍ନତି ହେବା ପଥ ପରିଷ୍କାର ହୋଇଥିଲା। ରାଜୀବ ୧୯୮୪ ନିର୍ବାଚନରେ ସମ୍ବେଦନାମୂଳକ ବିପୁଳ ଭୋଟରେ କ୍ଷମତା ଦଖଲ କରିଥିଲେ। କଂଗ୍ରେସ ମେଣ୍ଟ ୫୪୩ ଆସନରୁ ୪ଶହରୁ ଅଧିକ ଆସନରେ ବିଜୟ ହୋଇଥିଲା। ପରବର୍ତ୍ତୀ ସମୟରେ ନରସିଂହ ରାଓ ସରକାରଙ୍କ ଅମଳରେ ଦେଶରେ ଉଦାରୀକରଣ ଧାରାର ଅଭ୍ୟୁଦୟ ହୋଇଥିଲା। ଏହା ପରେ ଦଳର ଅଧ୍ୟକ୍ଷ ପଦରୁ ସୀତାରାମ କେଶରୀଙ୍କ ହଟାଇ ସୋନିଆ ଗାନ୍ଧୀଙ୍କୁ ଦିଆଯାଇଥିଲା। ସେ ୧୯ ବର୍ଷ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବା ପରେ ରାହୁଲ ଗାନ୍ଧୀଙ୍କୁ ୨୦୧୭ରେ ଅଧ୍ୟକ୍ଷ ପଦ ଦିଆଗଲା। ତେବେ ୨୦୦୪ରୁ ରାଜନୀତିରେ ସକ୍ରିୟଥିବା ରାହୁଲ ଆଧୁନିକ ଭାରତରେ ପରମ୍ପରା ଗତ ଆଜେଣ୍ଡା ଆଧାରରେ ନିର୍ବାଚନ ଲଢ଼ିବାର ପ୍ରୟାସ କରିଥିଲେ। ଫଳରେ ୨୦୧୪ ପରେ ଏବେ ୨୦୧୯ରେ ସମାନ ସ୍ଥିତିର ସମ୍ମୁଖୀନ ହୋଇଛି କଂଗ୍ରେସ। କେତେକ ଏଥି ପାଇଁ ଦଳର ବଂଶବାଦ ଓ ପରିବାରବାଦକୁ ଦାୟୀ କରୁଥିଲେ ମଧ୍ୟ ତାହା ପ୍ରକୃତ କାରଣ ନୁହେଁ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଭାଜପା ତଥା ଅନ୍ୟ କେତେକ ଦଳରେ ମଧ୍ୟ ବଂଶବାଦ ତଥା ପରିବାରବାଦ ରହିଛି। କଂଗ୍ରେସର ଅସ୍ଥିତ୍ୱ ସଙ୍କଟରେ ପଡ଼ିବାର ପ୍ରକୃତ କାରଣ ହେଉଛି ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଦଳ ନିଜକୁ ବଦଳାଇ ପାରି ନାହିଁ। ତେଣୁ ଲୋକେ ଦଳକୁ ପ୍ରତ୍ୟାଖାନ କରୁଥିବା ସମୀକ୍ଷକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri