୧୨୫ ନୂଆ ଓଏଏସ୍‌ ପଦବୀ

ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଗ୍ରୁପ୍‌-ଏ ଜୁନିୟର ବ୍ରାଞ୍ଚରେ ୧୨୫ ନୂତନ ପଦବୀକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଫଳରେ କ୍ୟାଡର ସଂଖ୍ୟା ୧୧୮୮ରୁ ୧୩୧୩କୁ ବୃଦ୍ଧି ହୋଇଛି। ପ୍ରତ୍ୟେକ ଜିଲା ପାଇଁ ୨ଟି ଲେଖାଏ ଡେପୁଟି କଲେକ୍ଟର ପଦବୀ ସୃଷ୍ଟି କରାଯାଇଥିବାବେଳେ କଟକ ରାଜସ୍ବ ପର୍ଷଦ ପାଇଁ ୪ ଅନୁସଚିବ, ପ୍ରତ୍ୟେକ ଉପଜିଲାପାଳ କାର୍ଯ୍ୟାଳୟରେ ଗୋଟିଏ ଲେଖାଏ ଡେପୁଟି କଲେକ୍ଟର ହିସାବରେ ୫୮ ଏବଂ ଭୁବନେଶ୍ୱର, ପାରାଦୀପ ଏବଂ ରାଉରକେଲା ପାଇଁ ଡେପୁଟି କଲେକ୍ଟର, ଅତିରିକ୍ତ ଜିଲାପାଳ କାର୍ଯ୍ୟାଳୟ ପାଇଁ ୩ଟି ପଦବୀ ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୬ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ରାଜ୍ୟ ସରକାର ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ପାଣିପଞ୍ଚାୟତଗୁଡିକରେ ମହିଳାମାନଙ୍କୁ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ପାଣି ପଞ୍ଚାୟତ ଅଧିନିୟମ-୨୦୦୨ର ସଂଶୋଧନ କରାଯାଇଛି। ଏହି ସଂଶୋଧନ ପରେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ପାଣିପଞ୍ଚାୟତରେ ମିଶାଇ ଦିଆଯାଇଛି। ଏହାର ହିତାଧିକାରୀଙ୍କ ସ୍ତ୍ରୀ ମଧ୍ୟ ପାଣିପଞ୍ଚାୟତରେ ସାମିଲ ହେବେ। ଚକ କମିଟି ଓ ପାଣି ପଞ୍ଚାୟତର ଅବଧି ୩ ବର୍ଷରୁ ୫ବର୍ଷକୁ ବୃଦ୍ଧି କରାଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ଓଡ଼ିଶା ପ୍ରାଣୀ ଚିକିତ୍ସା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ସଂଶୋଧିତ ନିୟମାବଳୀ-୨୦୨୨କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସଂଶୋଧିତ ନିୟମାବଳୀ ଅନୁଯାୟୀ ପ୍ରାଣୀ ଚିକିତ୍ସକମାନଙ୍କର ନିଯୁକ୍ତି, ମେଡିକାଲ ଅଫିସର, ହୋମିଓପ୍ୟାଥିକ ମେଡିକାଲ ଅଫିସର ଏବଂ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କ ନିଯୁକ୍ତି ପ୍ରକ୍ରିୟା ଭଳି ଏଣିକି ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ନିଯୁକ୍ତି ପାଇଁ ସାକ୍ଷାତ୍‌କାର ହଟାଇ ଓପିଏସ୍‌ସି ମାଧ୍ୟମରେ କେବଳ ଲିଖିତ ପରୀକ୍ଷା କରାଯିବ।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ବିତୀୟ ବିଚାର ବିଭାଗୀୟ ଅଫିସରଙ୍କୁ ବେତନ କମିଶନଙ୍କ ସୁପାରିସ ଅନୁସାରେ ଦରମା ମିଳିବ। ଏଥିଲାଗି ରାଜ୍ୟ ସରକାର ପ୍ରତିବର୍ଷ ୯୩କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକ ସନ୍ତୁଷ୍ଟିକୁ ଅଗ୍ରାଧିକାର

ପାରିବାରିକ ବ୍ୟବସାୟ ଓ ବାଣିଜ୍ୟ ବିଭାଗର ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ଅହେତୁକ ଆଗ୍ରହ ରହିଥିଲା। ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଶେଷକରି ବାପାଙ୍କ ସହ ବ୍ୟବସାୟରେ...

ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟ ମାମଲା: ଗିରଫ ହେଲେ ଯୁବତୀଙ୍କ ସହ ପୁରୁଷବନ୍ଧୁ

ବଲାଙ୍ଗୀର ଅଫିସ,୧୦।୯: ବଲାଙ୍ଗୀର ସହର ସାଗର କଲୋନୀର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଭଡା ରହିବାକୁ ଆସି ଯୁବତୀଙ୍କ ସହ ତାଙ୍କର ପୁରୁଷବନ୍ଧୁ ୩ ଲକ୍ଷ...

ବଲାଙ୍ଗୀରରେ ସଙ୍ଗୀତା ସିଂହ ଦେଓ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ପ୍ରଥମ ରାଉଣ୍ଡରେ ଭାଜପାର ସଙ୍ଗୀତା ସିଂହ ଦେଓ ୨୫୬୭ ଭୋଟରେ ଆଗୁଆ ଅଛନ୍ତି। ବିଜେଡିର କଳିକେଶ ନାରାୟଣ ସିଂହ ଦେଓ ୧୧୧୨ଭୋଟ ପାଇଛନ୍ତି।...

ବହି ଲେଖି ପରିବେଶକୁ ଦାନ

କ୍ଲାଇମେଟ୍‌ ଚେଞ୍ଜ: ଦି ପାୱାର ଅଫ୍‌ ୟୁଥ୍‌ : ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ...

ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା 

ଭୁବନେଶ୍ୱର,୩।୫(ବ୍ୟୁରୋ): ଅକ୍ଷୟ ତୃତୀୟା ଅବସରରେ ମଙ୍ଗଳବାର ଚାଷୀଙ୍କୁ କାଳିଆ କିସ୍ତି ପ୍ରଦାନ କରାଯାଇଛି। ଓଡ଼ିଶାର ୪୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮୦୪ କୋଟି ଟଙ୍କା...

ଭାରତୀୟ କନ୍‌ସୁଲ ଜେନେରାଲଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ, ୨୭।୮(ଡି.ଏନ.ଏ)-ବ୍ରିଟେନର ସ୍କଟଲାଣ୍ଡଠାରେ ଅବସ୍ଥାପିତ ଭାରତୀୟ କନ୍‌ସୁଲ ଜେନେରାଲ ହିତେଶ ରାଜପାଲ ମଙ୍ଗଳବାର ଅପରାହ୍ନରେ ସପରିବାର କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ରାଜପାଲ ପରିବାର ସହ...

‘ଧରିତ୍ରୀ’ ପ୍ରଭାବ: ଶୁଚିସ୍ମିତାଙ୍କୁ ମିଳିଲା ସରକାରୀ ସହାୟତା

ସିମୁଳିଆ, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଈଶ୍ୱରପୁର ପଞ୍ଚାୟତ ଅଧୀନ କଳାଶୁଣୀ ଅଞ୍ଚଳର ଊର୍ମିଳା ଓ ନରହରି ପଣ୍ଡାଙ୍କ ଦେଢ଼ବର୍ଷର ଶିଶୁକନ୍ୟା ଶୁୁଚିସ୍ମିତାଙ୍କୁ ସରକାରୀ ଓ...

୨୧୫ ଷ୍ଟଲରେ ୧୫ ରାଜ୍ୟର ହସ୍ତତନ୍ତ ବସ୍ତ୍ର

ଭୁବନେଶ୍ୱର, ୧୩।୯ (ବ୍ୟୁରୋ):ଗୋଟିଏ ସ୍ଥାନରେ ବିଭିନ୍ନ ରାଜ୍ୟର ହସ୍ତତନ୍ତ ବସ୍ତ୍ରର ସମ୍ଭାର। ପଶ୍ଚିମବଙ୍ଗର ଜାମଦାନୀ ହେଉ କି ଟାଙ୍ଗାଇଲ୍‌ ଶାଢି, ଗୁଜରାଟର ପଟୋଲା, ଲକ୍ଷ୍ନୌର ଚିକେନ୍‌...

Advertisement
Archives

Model This Week