୧୧ ଡ୍ୟାନ୍ସ ବାର୍‌ରେ ଚଢ଼ାଉ, ରାଜ୍ୟ ବାହାରର ୯୬ ଯୁବତୀ ଉଦ୍ଧାର: କାହିଁକି ତତ୍ପର ହୋଇଉଠିଲା ପୋଲିସ

ଭୁବନେଶ୍ୱର, ୨୮।୭(ବ୍ୟୁରୋ): ରାଜଧାନୀରେ ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର୍‌ ଉପରେ ହଠାତ୍‌ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା। ଶୁକ୍ରବାର ରାତିରେ କଟକରୋଡ୍‌ରେ ଥିବା ୧୧ ଡ୍ୟାନ୍ସ ବାରରେ ଚଢାଉ କରି ୯୬ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା। ତେବେ ସବୁଠାରୁ ବଡ଼ କଥା ହେଲା ଉଦ୍ଧାର ସମସ୍ତ ଯୁବତୀ ରାଜ୍ୟ ବାହାରର। ଏମାନଙ୍କ ଘର ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳପ୍ରଦେଶ, ବାଙ୍ଗାଲୋର, ଦିଲ୍ଲୀ, ହରିୟାଣା ଓ ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ବାର୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ ବିଭାଗକୁ ପୋଲିସ ଚିଠି ଲେଖିଥିବା ଜଣାପଡିଛି। ତେବେ ପୋଲିସର ଏଭଳି ତତ୍ପରତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରରେ ଡ୍ୟାନ୍ସବାର୍‌ଗୁଡ଼ିକ ଦୀର୍ଘ ଦିନ ହେବ ଚାଲି ଆସୁଛି। ବିଳମ୍ବିତ ରାତିରେ ବାର୍‌ ଭିତରେ ଓ ସମ୍ମୁଖରେ ମଧ୍ୟ ଅନେକ ସମୟରେ ଗଣ୍ଡଗୋଳ ଘଟୁଛି। ହେଲେ ସବୁକିଛି ଚାପି ଦେଉଥିବା ପୋଲିସ ହଠାତ୍‌ ଏଭଳି ବଡ଼ଧରଣର ଚଢ଼ାଉକୁ ଲୋକେ ଭିନ୍ନଦୃଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଉଦ୍ଧାର ଯୁବତୀମାନଙ୍କୁ ଛାଡ଼ି ଦିଆଯାଇଥିବାରୁ ପୋଲିସର କାର୍ଯ୍ୟଧାରା ମଧ୍ୟ ସନ୍ଦେହ ଘେରକୁ ଆସିଛି। ଏହି ଯୁବତୀମାନଙ୍କୁ ରାଜ୍ୟ ବାହାରୁ କିଏ ଆଣୁଥିଲା? ଏହା ପଛରେ ମାଷ୍ଟରମାଇଣ୍ଡ୍‌ କିଏ? ପୋଲିସ ସେମାନଙ୍କ ନିକଟରେ ପହଞ୍ଚତ୍ ପାରିବ ତ! ଏମିତି ଅନେକ ପ୍ରଶ୍ନ ଏବେ କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କଟକରୋଡ୍‌ରେ ଥିବା ବେଆଇନ ବାର୍‌ଗୁଡ଼ିକ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର ଜାଣତରେ ହିଁ ଚାଲିଥିଲା। ବାର୍‌ ମାଲିକମାନେ ଏଥିପାଇଁ ମାସିକିଆ ଚାନ୍ଦା ଦେଇ ବେଶ୍‌ ଅନାୟାସରେ ଏହି ବେଆଇନ କାରବାର ଚଳାଇଥିଲେ। ଏପରିକି ବାହାରକୁ ଯେପରି ଏହା ନ ଆସିବ ସେଥିପାଇଁ ବାର୍‌ ମାଲିକମାନେ ସାମ୍ବାଦିକମାନଙ୍କୁ ମଧ୍ୟ ମାସିକିଆ ଟଙ୍କା ଦେଉଥିଲେ। ହେଲେ ଏନେଇ ପୋଲିସ କମିଶନର ଓ ଡିସିପିଙ୍କ ନିକଟରେ ଅଭିଯୋଗ ପହଞ୍ଚତ୍ବା ପରେ ପୋଲିସ ଲୋକଦେଖାଣିଆ ପଦକ୍ଷେପ ଆରମ୍ଭ କରିଥିବା କୁହାଯାଉଛି। ଏପରିକି ମାସିକିଆ ଠିକ୍‌ ଭାବେ ନ ମିଳିବାରୁ କମିଶନରଙ୍କ କାନକୁ କଥା ଯାଇଥିବା ଚର୍ଚ୍ଚା ଚାଲିଛି।
ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଏହି ଘଟଣାରେ ପୋଲିସ କେବଳ ଚଢ଼ାଉ ଓ ଉଦ୍ଧାର କରିପାରିବ। ହେଲେ ଲାଇସେନ୍ସ ଓ ନିୟମ ଉଲ୍ଲଂଘନ ସଂକ୍ରାନ୍ତ କାର୍ଯ୍ୟାନୁଷ୍ଠାନ କେବଳ ଅବକାରୀ ବିଭାଗ ହିଁ ନେବ। ଏଥିପାଇଁ ଅବକାରୀ ବିଭାଗକୁ ରିପୋର୍ଟ ଦିଆଯାଇଥିବା କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ପୁରୁଣା ସୁନାକୁ ନୂଆ ଭଳି କରିବା ବାହାନାରେ ସୁନା ଚୋରି, ୬ ମହିଳାଙ୍କୁ କୋର୍ଟ ଚାଲାଣ କଲା…

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ୱନାଥପୁର ଥାନା ପୋଲିସ ୬ ମହିଳାଙ୍କୁ ଗିରଫ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri