Posted inଜାତୀୟ

୧୦ ଯବାନଙ୍କୁ ମୁକ୍ତ କଲା ଚାଇନା

ନୂଆଦିଲ୍ଲୀ,୨୦ା୬: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତ ସୋମବାର ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଅଟକ ରଖିଥିବା ୧୦ ଭାରତୀୟ ଯବାନଙ୍କୁ ଶୁକ୍ରବାର ଛାଡ଼ିଦେଇଛି। ସେମାନଙ୍କ ମଧ୍ୟରେ ଦୁଇଜଣ ମେଜରଙ୍କ ସମେତ ୪ ଅଫିସର ଅଛନ୍ତି। ମେଜର ଜେନେରାଲଙ୍କ ନେତୃତ୍ୱରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ଅଟକ ଯବାନମାନଙ୍କୁ ଚାଇନା ମୁକ୍ତ କରିଛି। ସେମାନେ ଭାରତୀୟ ପାର୍ଶ୍ୱକୁ ଫେରିଆସିଛନ୍ତି। କାର୍ଯ୍ୟାନୁଷ୍ଠାନ ବେଳେ କୌଣସି ଭାରତୀୟ ଯବାନ ନିଖୋଜ ହୋଇ ନ ଥିବା ସେନା ପକ୍ଷରୁ ଗୁରୁବାର ସ୍ପଷ୍ଟ କରାଯାଇଥିଲା। ସୋମବାର ସଂଘର୍ଷରେ ଆହତ ହୋଇଥିବା ୭୬ ଭାରତୀୟ ଯବାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସଂଘର୍ଷରେ ଅନେକ ଭାରତୀୟ ଯବାନ ନିଖୋଜ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଥିଲା। ଭାରତର କୌଣସି ଯବାନ ନିଖୋଜ ହୋଇ ନ ଥିବା ଗୁରୁବାର ସେନା ସ୍ପଷ୍ଟ କରିଥିଲା। ଶୁକ୍ରବାର ଚାଇନା ୧୦ ଭାରତୀୟ ଯବାନଙ୍କୁ ମୁକ୍ତ କରିବା ପରେ ଭାରତୀୟ ସେନାର ସୂଚନା ଉପରେ ସନ୍ଦେହ ପ୍ରକାଶ ପାଇଛି। ଯଦି କେହି ନିଖୋଜ ହୋଇ ନ ଥିଲେ ତେବେ ୧୦ ଯବାନ ଆସିଲେ କେଉଁଠୁ ବୋଲି ପ୍ରଶ୍ନ ଉଠୁଛି। ସୋମବାର ସଂଘର୍ଷ ପରେ ବହୁ ଭାରତୀୟ ଯବାନ ନିଖୋଜ ହୋଇଛନ୍ତି କିମ୍ବା ସେମାନଙ୍କ ସମ୍ପର୍କରେ ହିସାବ ରଖାଯାଇନାହିଁ ବୋଲି କେତେକ ଭାରତୀୟ ଗଣମାଧ୍ୟମ ପ୍ରକାଶ କରିଥିଲେ। ସୀମାରୁ ଉତ୍ତେଜନା ହ୍ରାସ ଲାଗି ଗୁରୁବାର ଉଭୟ ପକ୍ଷର ମେଜର ଜେନେରାଲ ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦୁଇ ସେନା ମଧ୍ୟରେ ମୁହାଁମୁହିଁ ପରେ ଏହା ସପ୍ତମ ବୈଠକ ହୋଇଥିଲା ବେଳେ ଗଲଓ୍ବାନ ଉପତ୍ୟକା ସଂଘର୍ଷ ପରେ ତୃତୀୟ ଆଲୋଚନା ଥିଲା। ପାଟ୍ରୋଲ ପଏଣ୍ଟ ୧୪ ନିକଟବର୍ତ୍ତୀ ସଂଘର୍ଷସ୍ଥଳଠାରେ ହୋଇଥିବା ଆଲୋଚନାରେ ଭାରତ ପକ୍ଷରୁ ୩ ଇନ୍‌ଫାଣ୍ଟ୍ରି ଡିଭିଜନ କମାଣ୍ଡର ମେଜର ଜେନେରାଲ ଅଭିଜିତ ବାପତ୍‌ ନେତୃତ୍ୱ ନେଇଥିଲେ। ୧୦ ଜଣଙ୍କୁ ଛଡ଼ାଯିବା ପରେ ଆଉ କୌଣସି ଭାରତୀୟ ଯବାନ ଅଟକ ନ ଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି। ସୀମାରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ପଡୋଶୀ ଆଲୋଚନା ଜାରି ରଖିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri