Posted inଖେଳ

୧୦ ମିନିଟ୍‌ରେ ବିକ୍ରି ହେଲା ଫେଡରର-ନାଡାଲଙ୍କ ସମସ୍ତ ମ୍ୟାଚ୍‌ ଟିକେଟ

ଜୋହାନ୍ସବର୍ଗ,୫।୯(ଏଏଫ୍‌ପି)- ଟେନିସ ଇତିହାସର ଦୁଇ କିମ୍ବଦନ୍ତୀ ରୋଜର ଫେଡରର ଓ ରାଫାଲ ନାଡାଲଙ୍କ ମ୍ୟାଚ୍‌ ଉପଭୋଗ କରିବା ଲାଗି ବିଶ୍ୱର ଟେନିସ ପ୍ରଶଂସକମାନେ ସର୍ବଦା ଅପେକ୍ଷା କରି ରହିଥାନ୍ତି। ଏହି ଦୁଇ ଷ୍ଟାର ଖେଳାଳିଙ୍କ ମଧ୍ୟରେ ଆଗାମୀ ଫେବୃୟାରୀ ୭ତାରିଖରେ ହେବାକୁ ଥିବା ପ୍ରଦର୍ଶନୀ ମ୍ୟାଚ୍‌ର ସମସ୍ତ ଟିକେଟ ମାତ୍ର ୧୦ ମିନିଟ୍‌ ମଧ୍ୟରେ ବିକ୍ରି ହୋଇଯାଇଛି। ଏହି ମ୍ୟାଚ୍‌ ଦକ୍ଷିଣ ଆଫ୍ରିକାର କେପ ଟାଉନ ଷ୍ଟାଡିୟମଠାରେ ଖେଳାଯିବ। ସେଠାରେ ୨୦୧୦ ଫିଫା ବିଶ୍ୱକପ୍‌ ଖେଳାଯାଇଥିଲା। ସେହିବର୍ଷ ବ୍ରୁସେଲ୍ସଠାରେ ସେରେନା ଓ୍ବିଲିୟମ୍ସ ଓ କିମ ସିଜେଷ୍ଟରଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌କୁ ଷ୍ଟାଡିୟମ୍‌ରେ ସର୍ବାଧିକ ୩୫,୬୮୧ ଦର୍ଶକ ଉପଭୋଗ କରିଥିଲେ। ଏହି ରେକର୍ଡକୁ ଫେଡରର-ରାଫାଲଙ୍କ ମ୍ୟାଚ୍‌ ଭଙ୍ଗ କରିବା ନିଶ୍ଚିତ। ମାତ୍ର ୧୦ ମିନିଟ୍‌ ମଧ୍ୟରେ ୪୮ ହଜାର ଟିକେଟ୍‌ ବିକ୍ରି ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ୧୦ ମିନିଟ୍‌ରୁ କମ୍‌ ସମୟରେ ଟିକେଟ୍‌ ବିକ୍ରି ହୋଇଯାଇଛି। ଟେନିସ ପ୍ରେମୀଙ୍କ ପ୍ରତିକ୍ରିୟା ଦେଖି ଆମେ ଉତ୍ସାହିତ। ଏଭଳି ସମର୍ଥନ ପାଇଁ ଆମେ କୃତଜ୍ଞତା ଜଣାଉଛୁ ବୋଲି ରୋଜର ଫେଡରର ଫାଉଣ୍ଡେଶନର କାର୍ଯ୍ୟକାରୀ ମୁଖ୍ୟ ଜାନିନେ ହାଣ୍ଡେଲ କହିଛନ୍ତି। ଭାରତୀୟ ମୂଦ୍ରାରେ ଟିକେଟ୍‌ର ମୂଲ୍ୟ ୭୩୦ ଟଙ୍କାରୁ ଆରମ୍ଭ କରି ୯,୪୯୧ ଟଙ୍କା ପର୍ଯ୍ୟନ୍ତ। ଉଲ୍ଲେଖଥାଉ କି, ସ୍ପାନିଶ ଷ୍ଟାର ନାଡାଲ ବିଶ୍ୱ ର଼୍ୟାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଥିବାବେଳେ ସୁଇଜରଲାଣ୍ଡର ଫେଡରର ୩ୟ ଓ ସର୍ବିୟାନ ନୋଭାକ ଜୋକୋଭିଚ୍‌ ପ୍ରଥମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri