୧୦ ବର୍ଷ ପରେ ହଜିଲା ପୁଅଙ୍କୁ ପାଇଲେ ମା’

କୋଦଳା,୩୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁବୁଡି ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳକ ୧୦ବର୍ଷ ତଳେ କେଉଁଆଡ଼େ ଚାଲିଯାଇଥିଲେ। ଗତ ଶୁକ୍ରବାର ହଜିଲା ପୁଅ ତାଙ୍କ ମା’ଙ୍କ ପାଖକୁ ଫେରିଛନ୍ତି। ନାବାଳକ ଜଣକ ହେଲେ ଶେଖ ବାବା ଓରଫ କାଳିଆ (୧୭)। କଥା କହିପାରୁ ନ ଥିବା ଶେଖ ବାବା ୭ ବର୍ଷର ହୋଇଥିବା ବେଳେ କୌଣସି ପ୍ରକାରେ ପରିବାର ଲୋକଙ୍କଠାରୁ ଅଲଗା ହୋଇଯାଇଥିଲେ। ପ୍ରାୟ ୩ ବର୍ଷ ତଳେ ବ୍ରହ୍ମପୁରରେ ସେ ଅସହାୟ ଅବସ୍ଥାରେ ବୁଲୁଥିଲେ। ତାଙ୍କୁ ଜିଲା ଶିଶୁ କଲ୍ୟାଣ କମିଟି ଉଦ୍ଧାର କରିଥିଲା। କଥା କହିପାରୁ ନଥିବାରୁ ତାଙ୍କ ନାମ କାଳିଆ ରଖି ତଦାରଖ ନିମନ୍ତେ ୨୦୧୬ ଜାନୁୟାରୀ ୨୧ ତାରିଖରେ କୋଦଳା ବାଲ ବିକାଶ ବିଶ୍ୱନାଥ ଅପାସରା ମାନସିକ ଓ ଭିନ୍ନକ୍ଷମ ବିଦ୍ୟାଳୟକୁ ଛଡା ଯାଇଥିଲା। ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ କାଳିଆଙ୍କ ହସ୍ତାକ୍ଷର ଦେଖି ସେ ମୁସଲିମ ସମ୍ପ୍ରଦାୟର ହୋଇଥାଇପାରନ୍ତି ବୋଲି ଜାଣି ସ୍ଥାନୀୟ କେତେଜଣଙ୍କ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ସହାୟତା ନେଇଥିଲେ। ଗତ ୧୫ ତାରିଖରେ କାଳିଆଙ୍କ ପରିଚୟ ମିଳିପାରି ଥିଲା। କାଳିଆ ଦିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁବୁଡି ଗ୍ରାମର ସ୍ବର୍ଗତ ଶେଖ କମଲ ଓ ସାହାଜବୀଙ୍କ ପୁଅ ଶେଖ ବାବା ବୋଲି ଜଣାପଡିଥିଲା। ଏହାଛଡା ସ୍ଥାନୀୟ ସରପଞ୍ଚ କୁରୁ ସେଠୀ ଓ ପରିବାର ଲୋକେ ଶେଖବାବାଙ୍କ ଶରୀରରେ ଥିବା ସମସ୍ତ ଚିହ୍ନ ଓ ପିଲାଦିନ ଫଟୋକୁ ଦେଖି ତାଙ୍କୁ ଚିହ୍ନଟ କରିଥିଲେ। ଶୁକ୍ରବାର ବ୍ରହ୍ମପୁରସ୍ଥିତ ଜିଲା ଶିଶୁ କଲ୍ୟାଣ କମିଟି ମାଧ୍ୟମରେ ଶେଖବାବାଙ୍କୁ ତାଙ୍କ ମା’ ସାହାଜବୀଙ୍କୁ ହସ୍ତାନ୍ତର କରାଯାଇଥିବା କୋଦଳା ମାନସିକ ଓ ଭିନ୍ନକ୍ଷମ ବିଦ୍ୟାଳୟ ଅଧ୍ୟକ୍ଷ ଅବିରେଶ ପ୍ରସାଦ ମହାପାତ୍ର ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦୩ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୮।୭(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୨୦ ଜଣ ଥିବାବେଳେ ଯାଜପୁରରୁ ୪୬,...

ପାଟକୁରା ବିଧାନସଭା ନିର୍ବାଚନ: ପ୍ରଚାର ସରଗରମ, ନେତାଙ୍କ ସ୍ବର ନରମ

କେନ୍ଦ୍ରାପଡ଼ା ଅଫିସ, ୧୬ା୭- ପାଟକୁରା ନିର୍ବାଚନ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ ରହିଛି ା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୧୮ ତାରିଖ...

ଗଞ୍ଜାମରେ ୧୨,୨୨୧ ଜଣଙ୍କ ସ୍ବାବ ସଂଗ୍ରହ :୧,୧୦୭ ଜଣଙ୍କ ରିପୋର୍ଟକୁ ଅପେକ୍ଷା

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୨୨୧ ଜଣଙ୍କ ସ୍ବାବ ସଂଗ୍ରହ ହୋଇଛି। ଏଥିମଧ୍ୟରୁ ୧୦ ହଜାର ୪୧୬ ଜଣଙ୍କ...

ଘର ମାଲିକଙ୍କ ବଦାନ୍ୟତା: ୧୨ ପରିବାରଙ୍କୁ ଛାଡ କଲେ ମାସକର ଭଡା,ସମ୍ବର୍ଦ୍ଧିତ କଲେ ଉପଜିଲାପାଳ

ବ୍ରହ୍ମପୁର ଅଫିସ,୧୫ା୫-କରୋନା ସ୍ଥିତି ରାଜ୍ୟରେ ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏଭଳି ସମୟରେ ବ୍ରହ୍ମପୁରରେ ରହୁଥିବା ଗରିବ ପରିବାରଙ୍କର ମାସକର ଘର ଭଡା ଛାଡକରି...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଏସ୍‌ସିବି ମେଡିକାଲର ବରିଷ୍ଠ ଷ୍ଟେନୋଗ୍ରାଫରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କଟକ ଅଫିସ,୪।୧୨: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ ଷ୍ଟେନୋଗ୍ରାଫର ପ୍ରମୋଦ କୁମାର ବସନ୍ତରାୟଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ...

ରାସ୍ତାରେ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଖଇରା, ୧।୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରେ ଖଣି ଲୁଟେରାଙ୍କୁ ଲଗାମ୍‌ ଦେବାକୁ ପ୍ରଶାସନ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛି।...

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୧୦୭ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୨।୮(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ସ୍ଥିର ରହୁଛି। ଦୈନିକ ସଂକ୍ରମଣ କେବେ ବଢ଼ୁଛି ତ କେବେ କମୁଛି। ଇତିମଧ୍ୟରେ ବୁଧବାର...

ରାଜ୍ୟର ୪ ପ୍ରମୁଖ ସ୍ଥାନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର,୧୪।୫(ଡି.ଏନ.ଏ.)-ରାଜ୍ୟର ୪ଟି ପ୍ରମୁଖ ସ୍ଥାନରେ ଗୁରୁବାର ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ପ୍ରବାସୀମାନେ ଆସି ପହଞ୍ଚିଛନ୍ତି। ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଭଦ୍ରକ, ଖୋର୍ଦ୍ଧା,...

Advertisement
Archives

Model This Week