Posted inଜାତୀୟ

୧୦୦% ଭିଭିପିଏଟି ସ୍ଲିପ୍‌ ଯାଞ୍ଚ ଆବେଦନ ଖାରଜ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଭୋଟ ଗଣତି ଦିନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌(ଇଭିଏମ୍‌) ସହ ୧୦୦ ପ୍ରତିଶତ ଭୋଟର ଭେରିଫାଏବ୍ଲ ପେପର ଅଡିଟ ଟ୍ରେଲ୍‌ (ଭିଭିପିଏଟି) ସ୍ଲିପ୍‌ ମେଳ କରାଇବା ପାଇଁ ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବୃହତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ଶୁଣାଇ ସାରିଥିବାବେଳେ ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ଏମ୍‌.ଆର୍‌. ଶାହଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଚେନ୍ନାଇର ‘ଟେକ୍‌ ଫର୍‌ ଅଲ୍‌’ ସଂଗଠନ ପକ୍ଷରୁ ଦାଏର ପିଆଇଏଲ୍‌ର ଜରୁରୀ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ଅଦାଲତ ଅଗ୍ରାହ୍ୟ କରିଦେବା ସହ ମାମଲାକୁ ଖାରଜ କରିଦେଇଥିଲେ। ଏହା ପୂର୍ବରୁ ୨୧ ବିରୋଧୀ ଦଳ ପକ୍ଷରୁ ଦାଏର ରିଭ୍ୟୁ ପିଟିଶନକୁ ମେ ୭ରେ ସିଜେଆଇଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ। ଇଭିଏମ୍‌ ସହ ଭିଭିପିଏଟି ସ୍ଲିପ୍‌ ଯାଞ୍ଚ ସଂଖ୍ୟା ୫୦ ପ୍ରତିଶତକୁ ବଢ଼ାଇବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଦାବି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ୨୪ଘଣ୍ଟାରେ ୫ଜଣଙ୍କୁ ହତ୍ୟା, ଘର ଭିତରେ ପଶି ମା’ପୁଅଙ୍କୁ ମାରିଦେଲେ

ନୂଆଦିଲ୍ଲୀ,୨୧।୫: ଜୀତାୟ ରାଜଧାନୀରେ ଅପରାଧ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି । ଏବେ ଦିଲ୍ଲୀର…

ଇବୋଲାକୁ ନେଇ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର, ଲକ୍ଷଣ ଦେଖାଗଲେ….

ନୂଆଦିଲ୍ଲୀ,୨୧।୫: ଆଫ୍ରିକାରେ ଇବୋଲା ଭାଇରସ ପ୍ରକୋପ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସତର୍କତା ବୃଦ୍ଧି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ: ପଠାଇଲେ ଯୁଦ୍ଧଜାହଜ

ଓ୍ବାଶିଂଟନ୍‌,୨୧।୫: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବା ଆଡକୁ ଧ୍ୟାନ ଦେଇଛନ୍ତି। ଟ୍ରମ୍ପ କ୍ୟୁବା ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ…

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ଗାଡ଼ି ଚାଳକଙ୍କୁ ମିଳିବ…

ନୂଆଦିଲ୍ଲୀ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଫଳସ୍ୱରୂପ, ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ସ୍ଥିର ଭାବରେ ବୃଦ୍ଧି…

ବିଦେଶ ଗସ୍ତରୁ ଫେରି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି: ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ,…

ଆମେରିକାକୁ ବଡ଼ ଝଟ୍‌କା: ଇରାନ ସହ ଯୁଦ୍ଧରେ ହରାଇଲା…

ଓ୍ବାଶିଂଟନ୍‌,୨୧।୫:ଇରାନ ବିରୋଧରେ ଫେବୃଆରୀ ୨୮ରେ ଆମେରିକା ଆରମ୍ଭ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏପିକ୍‌ ଫ୍ୟୁରିରେ ଓ୍ବାଶିଂଟନ ଲଢ଼ୁଆ ଜେଟ୍‌ ଓ ଡ୍ରୋନ୍‌ ସମେତ ୪୨ଟି ବିମାନ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri