୧୦୦ ଅଭିଯୋଗ ଶୁଣିଲେ ଜିଲାପାଳ

ବାଲିଅନ୍ତା,୧୧ା୧୧(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସୀତାଂଶୁ କୁମାର ରାଉତ ଯୋଗଦେଇ ୧୦୦ଟି ଅଭିଯୋଗ ଉପରେ ଶୁଣାଣି କରିଥିଲେ । ଏଥିରେ ୯୭ଟି ବ୍ୟକ୍ତିଗତ ଓ ୩ଟି ସାମୂହିକ ଅଭିଯୋଗ ରହିଥିଲା। ବାଲିଅନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି ସହ ଡେପୁଟେଶନରେ ଥିବା ଜଣେ ଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି ହୋଇଥିଲା। ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲାପାଳ ଉପସ୍ଥିତ ଜିଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ବଇଁଚୁଆ ବିଶ୍ୱନାଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଗୃହକୁ ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ। ଏହି ଶିବିରରେ ୧୯ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଡିରୁ ଓ ୨ଜଣଙ୍କୁ ରେଡକ୍ରସ ତରଫରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହାସହ ୩ଜଣଙ୍କୁ ଟ୍ରାଇସାଇକେଲ, ଗୋଟିଏ ହ୍ବିଲଚେୟାର ଓ ଗୋଟିଏ ଆଶାବାଡ଼ି ଜିଲାପାଳ ରାଉତ ବଣ୍ଟନ କରିଥିଲେ। ଏଥିରେ ଜିଲା ଅଭିଯୋଗ ଅଧିକାରୀ ରବି ନାରାୟଣ ପାଢ଼ୀ, ଉପଜିଲାପାଳ ଦେବବ୍ରତ ସାହୁ, ତହସିଲଦାର ରଶ୍ମିରେଖା ପ୍ରଧାନ, ଜିଲା ସମାଜ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର, ଜୋନ-୪ ଏସିପି ଅମରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁତୁରୀ, ମଣିପୁର ବାହ୍ୟଜଗତରୁ ବିଚ୍ଛିନ୍ନ

ନୟାଗଡ଼ ଅଫିସ/ଭାପୁର (ଡି.ଏନ.ଏ.),୨୮।୮: ମହାନଦୀରେ ଜଳସ୍ତର ବଢ଼ିବାରୁ ନୟାଗଡ଼ ଜିଲାର ଗଣିଆ ଓ ଭାପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗୁରୁବାର ରାସ୍ତାରେ ମହାନଦୀର...

ବହୁ ତଳିଆ ଗାଁ ଜଳବନ୍ଦୀ

କେନ୍ଦୁଝର,୧୫ା୮ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଲଘୁଚାପଜନିତ ବର୍ଷା ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଅନେକ ଗ୍ରାମ, ବସ୍ତି, ଓ୍ବାର୍ଡ ଜଳବନ୍ଦୀ ହୋଇଛି। ତେବେ ଏନେଇ ପ୍ରଶାସନ...

ଅଗ୍ନିକାଣ୍ଡ ଘଟି ୮ ଆଦିବାସୀ ପରିବାରଙ୍କ ୧୬ ବଖରା ଭସ୍ମୀଭୂତ

ଚିକିଟି,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବାତରଡାପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଆଦିବାସୀ...

ବିଭାଗରେ ରହୁନାହାନ୍ତି ପୌର କର୍ମଚାରୀ: ଅଭିଯୋଗକାରୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଅନୁଗୋଳ ଅଫିସ, ୧୦।୧- ଅନୁଗୋଳ ପୌରପାଳିକାକୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ସହରବାସୀ ଅନେକ ସମୟରେ ବିଭାଗୀୟ କର୍ମଚାରୀଙ୍କୁ ଅଫିସରେ ପାଉନାହାନ୍ତି। କାର୍ଯ୍ୟାଳୟ ଖୋଲାଥିଲେ ବି...

୬ ଡକାୟତ ଗିରଫ, ଜଣେ ଫେରାର

ଛେଣ୍ଡିପଦା, ୯ା୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କମ୍ପସଲା ଜଙ୍ଗଲ ନିକଟରେ ଶନିବାର ରାତିରେ ଏକ ଗ୍ୟାଙ୍ଗର ଡକାୟତି ଯୋଜନା ପଣ୍ଡ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବରପାଇ...

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁପଡ଼ିଲେ କିନ୍ନର

ପୁରୀ ଅଫିସ,୧।୫: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ରବିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଳରାମ ରାଉତ ଓ ଘର ନିମାପଡ଼ା...

୫୪ ଗ୍ରାମ ବ୍ରାଉନସୁଗାର ଜବତ, ଯୁବକ ଗିରଫ

ଆନନ୍ଦପୁର,୨।୩(ସ୍ବ.ପ୍ର.): ସମ୍ବଲପୁର ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ ଗୁରୁବାର ୫୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହିସହ ନନ୍ଦିପଦା ଥାନା ଓରାଳିଠାରୁ ଜଣେ ଯୁବକକୁ ଗିରଫ...

ଭଞ୍ଜନଗର ବ୍ଲକର ଅଧିକାଂଶ ନିର୍ଦ୍ଦେଶକ ନିର୍ଦ୍ୱନ୍ଦ୍ୱ

ଭଞ୍ଜନଗର,୯ା୬(ଡି.ଏନ.ଏ): ଭଞ୍ଜନଗର ବ୍ଲକର ସମସ୍ତ ୧୮ଟି ସୋସାଇଟିର ନିର୍ଦ୍ଦେଶକ ପଦବୀ ନିମନ୍ତେ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥିପତ୍ର ଦାଖଲ ସରିଛି । ଗତ ୩୧ ତାରିଖରେ ୧୦ଟି...

Advertisement
Archives

Model This Week