୧୦ବର୍ଷ ପରେ ମିଳିଲା ହଜିଲା ପୁଅ

ପାରାଦୀପ, ୨୨।୨ (ସ୍ବ.ପ୍ର.): ଦୀର୍ଘ ଏକ ଦଶନ୍ଧି ହେଲା ପୁଅକୁ ହରାଇଥିବା ବେଳେ ଆଉଥରେ ପୁଅକୁ ପାଇବାର ଆଶା ଛାଡ଼ିଦେଇଥିଲେ। ହେଲେ ଶୁକ୍ରବାର ମହାଶିବରାତ୍ରୀରେ ପୁଅକୁ ଫେରିପାଇବା ପରେ ଆତମ ବିଭୋର ହୋଇପଡ଼ିଛନ୍ତି ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ଏକ ଦମ୍ପତି। ଘଟଣା ମୁତାବକ, ଜଗନ୍ନାଥ ପ୍ରସାଦ ଥାନା ମେଣ୍ଢପୁର ଗ୍ରାମର ଜୟନ୍ତ ସ୍ବାଇଁଙ୍କ ପୁଅ ସୁଦର୍ଶନ ୨୦୦୯ରେ ଘରୁ ବାହାରି ସୁରଟ ଯାଉଛି ବୋଲି କହିଥିଲେ। ହେଲେ ଶୁକ୍ରବାର ପାରାଦୀପ ଆଦର୍ଶଥାନା ଅଧୀନ ଶାରଳା ମନ୍ଦିର ନିକଟରୁ ସୁଦର୍ଶନଙ୍କୁ ଉଦ୍ଧାର କରି ପରିବାର ଲୋକେ ଘରକୁ ନେଇଛନ୍ତି। ସୁଦର୍ଶନ ଜଣେ ମାନସିକ ବିକାରଗସ୍ତ ଭାବେ ପାରାଦୀପରେ ବୁଲୁଥିଲେ। ଜଳଧର ବାରିକ ନାମକ ଜଣେ ସେବାକାରୀ ସୁଦର୍ଶନଙ୍କ ସେବା କରୁଥିବା ସମ୍ପର୍କିତ ଖବର ସାମାଜିକ ଗଣମାଧ୍ୟମରେ ଦେଖି ତାଙ୍କୁ ଚିହ୍ନି ପାରିଥିଲେ। ଏହାପରେ ତାଙ୍କ ପରିବାର ଲୋକେ ଗତ ଦୁଇଦିନ ହେବ ପାରାଦୀପ ଆସି ସୁଦର୍ଶନଙ୍କୁ ଖୋଜାଖୋଜି କରିଥିଲେ। ଏହାପରେ ତାଙ୍କୁ ଶାରଳା ବନ୍ଦିର ନିକଟରୁ ଉଦ୍ଧାର କରି ନିକଟସ୍ଥ ଥାନାକୁ ନେଇଥିଲେ। ସେଠାରେ ଆଇନ ଅନୁସାରେ ବିଭିନ୍ନ କାଗଜପତ୍ର ସରିବା ପରେ ପରିବାର ଲୋକେ ସୁଦର୍ଶନଙ୍କୁ ତାଙ୍କ ଘରକୁ ନେଇ ଯାଇଛନ୍ତି। ତେବେ ନଣ୍ଡା କରାଯାଇଥିବାରୁ ସୁଦର୍ଶନଙ୍କୁ ଚିହ୍ନିବା ସହଜ ହେଲା ବୋଲି ତାଙ୍କ ବାପା ଜୟନ୍ତ କହିଛନ୍ତି। ଏଥିସହ ନିଜ ଆତ୍ମିୟଙ୍କୁ ଦେଖିବା ପରେ ସୁଦର୍ଶନଙ୍କର କିଛିମାତ୍ରାରେ ସ୍ମରଣଶକ୍ତି ଫେରୁଥିବା ଦେଖାଯାଇଥିଲା। ସୁଦର୍ଶନଙ୍କର ଦୁଇଟି ପୁଅ ଅଛନ୍ତି। ସୁଦର୍ଶନ ମିଳିଯିବା ପରେ ମା-ବାପାଙ୍କୁ ପୁଅ, ସ୍ତ୍ରୀଙ୍କୁ ସ୍ବାମୀ ଓ ପିଲା ଦୁଇଟିଙ୍କୁ ବାପା ମିଳିଗଲା ବୋଲି ତାଙ୍କର ଜଣେ ସମ୍ପର୍କୀୟ କୋହଭରା କଣ୍ଠରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି ବଜାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୨(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ବରରେ ମିଶନ ଶକ୍ତି ବଜାରକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ...

ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ମୋଟରସାଇକେଲ

କାମାକ୍ଷାନଗର,୨୭।୨: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ପାଞ୍ଚରୁ ଅଧିକ ମୋଟରସାଇକେଲ। ଏଭଳି ଏକ ଦୁର୍ଘଟଣା ଘଟିଛି କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସରରେ। ସୂଚନାଥାଉ କି,...

ଭୁବନେଶ୍ୱର ପହଞ୍ଚିଲେ ମାଇକ୍ରୋସଫ୍ଟ ସିଇଓ ବିଲ ଗେଟ୍ସ

ଭୁବନେଶ୍ୱର,୨୭।୨: ଭୁବନେଶ୍ବରରେ ପହଞ୍ଚିଲେ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ। ବୁଧବାର ଅର୍ଥାତ୍‌ କାଲି କୃଷି ଭବନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏହି ଗସ୍ତରେ ବିଲ...

୫୯ନମ୍ବର ଜାତୀୟ ରାଜପଥର ୨୭କିମି ରାସ୍ତା ପ୍ରଶସ୍ତିକରଣ ପାଇଁ ୭୧୮କୋଟି ମଞ୍ଜୁର କଲା କେନ୍ଦ୍ର

ଭୁବନେଶ୍ୱର,୨୭।୨: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ୫୯ନମ୍ବର ଜାତୀୟ ରାଜପଥର ୨୬.୯୬କିମି ରାସ୍ତାର ପ୍ରଶସ୍ତିକରଣ ପାଇଁ ୭୧୮.୨୬କୋଟି ଟଙ୍କା ମଞ୍ଜୁର କରିଛନ୍ତି। କନ୍ଧମାଳ ଓ...

ବାପାଙ୍କୁ ହତ୍ୟା କରି ଅଖାରେ ପୋତିଦେଲେ ପୁଅ!

ସମ୍ବଲପୁର,୨୭।୨: ପାରିବାରିକ ବିବାଦରୁ ବାପାଙ୍କୁ ହତ୍ୟା କଲେ ସୈତାନ ପୁଅ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସମ୍ବଲପୁର ଜିଲାରେ ଘଟିଛି। ହତ୍ୟା କରି ଫେରାର ହୋଇଛି ପୁଅ।...

ବରଗଡ଼ରେ ପ୍ରବଳ ବର୍ଷା

ବରଗଡ,୨୭।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୮ଟା ୪୦ ମିନିଟରୁ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା...

ହାଇକୋର୍ଟରେ ନକଲି ଡାକ୍ତର ଚିହ୍ନଟ ମାମଲା: ‘ଜାଲ ଡାକ୍ତର ନିଯୁକ୍ତି ରୋକିବାକୁ କ’ଣ ପଦକ୍ଷେପ ନେଇଛ ଜଣାଅ’

କଟକ,୨୭ା୨ (କାର୍ତ୍ତିକ ସାହୁ) ରାଜ୍ୟରେ ରହିଥିବା ନକଲି ଡାକ୍ତରମାନଙ୍କୁ ଚିହ୍ନଟ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ଓଡ଼ିଶା ରାଜ୍ୟ ଆଇନ...

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri