Posted inଖେଳ

ୟୁଏସ୍‌ ଓପନ୍‌ ଟେନିସ୍‌: ସେରେନାଙ୍କୁ ହରାଇ ଆଣ୍ଡ୍ରେସ୍କୁ ଚାମ୍ପିୟନ

ନ୍ୟୁୟର୍କ,୮।୯(ଏଏଫପି): ୧୯ ବର୍ଷୀୟା କାନାଡ଼ା ମହିଳା ଟେନିସ୍‌ ତାରକା ବାଇଆଙ୍କା ଆଣ୍ଡ୍ରେସ୍କୁ ଏଥର ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ଫାଇନାଲ ମ୍ୟାଚରେ ଏହି ଉଦୀୟମାନ ମହିଳା ଖେଳାଳି ଆମେରିକାର ଅଭିଜ୍ଞ ତାରକା ସେରେନା ଓ୍ବିଲିୟମ୍ସଙ୍କୁ ହରାଇ କ୍ୟାରିୟରର ପ୍ରଥମଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ରାତିରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ୧୫ତମ ସିଡ୍‌ ମାନ୍ୟତା ପାଇଥିବା ଆଣ୍ଡ୍ରେସ୍କୁ ୬-୩, ୭-୫ ସେଟ୍‌ରେ ଅଷ୍ଟମ ସିଡ୍‌ ସେରେନାଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି। ଏଥସହ କାନାଡ଼ାର ପ୍ରଥମ ଖେଳାଳି ଭାବେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ୍‌ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଅନ୍ୟପଟେ ଏହି ପରାଜୟ ସେରେନାଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜୟୀ ହୋଇଥିଲେ ସେରେନା କ୍ୟାରିୟରର ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥାନ୍ତେ ଓ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ମହିଳା ଖେଳାଳି ମାର୍ଗରେଟ୍‌ କୋର୍ଟଙ୍କ ସର୍ବାଧିକ ଗ୍ରାଣ୍ଡସ୍ଳାମ ଟାଇଟଲ ହାସଲ ରେକର୍ଡର ସମକକ୍ଷ ହୋଇଥାନ୍ତେ। କ୍ରମାଗତ ଦ୍ୱିତୀୟ ଥର ପାଇଁ ସେରେନା ୟୁଏସ୍‌ ଓପନ୍‌ ଫାଇନାଲରେ ପରାସ୍ତ ହୋଇଛନ୍ତି।
ସେମିଫାଇନାଲରେ ଆଣ୍ଡ୍ରେସ୍କୁ ସୁଇଜରଲାଣ୍ଡର ୧୩ତମ ସିଡ ଖେଳାଳି ବେଲିଣ୍ଡା ବେନ୍‌କିକ୍‌ଙ୍କୁ ୭-୬, ୭-୫ ସେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ସେରେନା ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ୬-୩, ୬-୧ ସେଟ୍‌ରେ ପଞ୍ଚମ ସିଡ ୟୁକ୍ରେନର ଏଲିନା ଭିଟୋଲିନାଙ୍କୁ ହରାଇ ଫାଇନାଲକୁ ଉଠିଥିଲେ। ଗତବର୍ଷ ଆଣ୍ଡ୍ରେସ୍କୁ ଯୋଗ୍ୟତା ପର୍ଯ୍ୟାୟର ଓପନିଂ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ ମଧ୍ୟ ଏଥର ବାଜି ମାରିଛନ୍ତି। ମ୍ୟାଚ ଆରମ୍ଭରୁ ଆଣ୍ଡ୍ରେସ୍କୁ ସେରେନାଙ୍କ ଉପରେ ଚାପ ପ୍ରୟୋଗ କରିବାରେ ଓ ଏହାକୁ ବଜାୟ ରଖିବାରେ ସଫଳ ହୋଇଥିଲେ। ରୁଷିଆର ମାରିଆ ଶାରାପୋଭାଙ୍କ ପରେ ଆଣ୍ଡ୍ରେସ୍କୁ ସର୍ବକନିଷ୍ଠ ଖେଳାଳିଭାବେ ୟୁଏସ୍‌ ଓପନ ଟାଇଟଲ ହାସଲ କରିଛନ୍ତି। ଶାରାପୋଭା ୨୦୦୬ରେ ୟୁଏସ୍‌ ଓପନ୍‌ରେ ଚାମ୍ପିୟନ ହୋଇଥିଲେ। ଏହାପୂର୍ବରୁ ଆଣ୍ଡ୍ରେସ୍କୁ ରୋଜର୍ସ କପ୍‌ରେ ମଧ୍ୟ ହରାଇଥିଲେ। ଏଥି ସହିତ ଗତ ୬ଟି ପ୍ରମୁଖ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଏହା ସେରେନାଙ୍କ ଚତୁର୍ଥ ପରାଜୟ ସାବ୍ୟସ୍ତ ହୋଇଛି। ଗତ ଦୁଇ ବର୍ଷ ହେବ ସେରେନା ଓ୍ବିମ୍ବେଲଡ଼ନ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ୍‌ ହୋଇଛନ୍ତି। ଏହି ଐତିହାସିକ ସଫଳତା ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେ ଟୁଇଟ୍‌ କରି ଆଣ୍ଡ୍ରେସ୍କୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫାଇନାଲରେ ଲଢ଼େଇ କରିବାକୁ ପ୍ରୟାସ କରିଥିଲି ଓ ଶେଷରେ ସଫଳ ହୋଇଛି। ୬ଥର ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିବା ସେରେନାଙ୍କୁ ହରାଇବା ସେତେଟା ସହଜ ନ ଥିଲା। ତେବେ ସଫଳ ହୋଇଥିବାରୁ ବେଶ୍‌ ଖୁସି ହୋଇଛି ବୋଲି ଆଣ୍ଡ୍ରେସ୍କୁ କହିଛନ୍ତି। ଏହି ଟୁର୍ନାମେଣ୍ଟରେ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲ ମ୍ୟାଚ୍‌ରେ ଦୁଇ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ବୟସ ଅନ୍ତର ଦେଖିବାକୁ ମିଳିଛି। ଆଣ୍ଡ୍ରେସ୍କୁ ଓ ସେରେନାଙ୍କ ମଧ୍ୟରେ ୨୦ ବର୍ଷର ଅନ୍ତର ରହିଛି। ସେରେନା ପ୍ରଥମଥର ପାଇଁ ୧୯୯୯ରେ ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିଲେ ଓ ଏହାର ଗୋଟିଏ ବର୍ଷ ପୂର୍ବରୁ ଆଣ୍ଡ୍ରେସ୍କୁ ଜନ୍ମଗ୍ରହଣ କରିଥିଲେ। ୨୦୧୭ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିବା ପରେ ସେରେନା ୪ଟି ଗ୍ରାଣ୍ଡସ୍ଲାମ ଫାଇନାଲ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ଆଣ୍ଡ୍ରେସ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିଥିବା ବେଳେ ସେରେନା ୩୩ତମ ଫାଇନାଲ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri