Posted inଖେଳ

ୟୁଏସ୍‌ ଓପନ୍‌ ଟେନିସ୍‌: ସେରେନାଙ୍କୁ ହରାଇ ଆଣ୍ଡ୍ରେସ୍କୁ ଚାମ୍ପିୟନ

ନ୍ୟୁୟର୍କ,୮।୯(ଏଏଫପି): ୧୯ ବର୍ଷୀୟା କାନାଡ଼ା ମହିଳା ଟେନିସ୍‌ ତାରକା ବାଇଆଙ୍କା ଆଣ୍ଡ୍ରେସ୍କୁ ଏଥର ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ଫାଇନାଲ ମ୍ୟାଚରେ ଏହି ଉଦୀୟମାନ ମହିଳା ଖେଳାଳି ଆମେରିକାର ଅଭିଜ୍ଞ ତାରକା ସେରେନା ଓ୍ବିଲିୟମ୍ସଙ୍କୁ ହରାଇ କ୍ୟାରିୟରର ପ୍ରଥମଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ରାତିରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ୧୫ତମ ସିଡ୍‌ ମାନ୍ୟତା ପାଇଥିବା ଆଣ୍ଡ୍ରେସ୍କୁ ୬-୩, ୭-୫ ସେଟ୍‌ରେ ଅଷ୍ଟମ ସିଡ୍‌ ସେରେନାଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି। ଏଥସହ କାନାଡ଼ାର ପ୍ରଥମ ଖେଳାଳି ଭାବେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ୍‌ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଅନ୍ୟପଟେ ଏହି ପରାଜୟ ସେରେନାଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜୟୀ ହୋଇଥିଲେ ସେରେନା କ୍ୟାରିୟରର ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥାନ୍ତେ ଓ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ମହିଳା ଖେଳାଳି ମାର୍ଗରେଟ୍‌ କୋର୍ଟଙ୍କ ସର୍ବାଧିକ ଗ୍ରାଣ୍ଡସ୍ଳାମ ଟାଇଟଲ ହାସଲ ରେକର୍ଡର ସମକକ୍ଷ ହୋଇଥାନ୍ତେ। କ୍ରମାଗତ ଦ୍ୱିତୀୟ ଥର ପାଇଁ ସେରେନା ୟୁଏସ୍‌ ଓପନ୍‌ ଫାଇନାଲରେ ପରାସ୍ତ ହୋଇଛନ୍ତି।
ସେମିଫାଇନାଲରେ ଆଣ୍ଡ୍ରେସ୍କୁ ସୁଇଜରଲାଣ୍ଡର ୧୩ତମ ସିଡ ଖେଳାଳି ବେଲିଣ୍ଡା ବେନ୍‌କିକ୍‌ଙ୍କୁ ୭-୬, ୭-୫ ସେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ସେରେନା ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ୬-୩, ୬-୧ ସେଟ୍‌ରେ ପଞ୍ଚମ ସିଡ ୟୁକ୍ରେନର ଏଲିନା ଭିଟୋଲିନାଙ୍କୁ ହରାଇ ଫାଇନାଲକୁ ଉଠିଥିଲେ। ଗତବର୍ଷ ଆଣ୍ଡ୍ରେସ୍କୁ ଯୋଗ୍ୟତା ପର୍ଯ୍ୟାୟର ଓପନିଂ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ ମଧ୍ୟ ଏଥର ବାଜି ମାରିଛନ୍ତି। ମ୍ୟାଚ ଆରମ୍ଭରୁ ଆଣ୍ଡ୍ରେସ୍କୁ ସେରେନାଙ୍କ ଉପରେ ଚାପ ପ୍ରୟୋଗ କରିବାରେ ଓ ଏହାକୁ ବଜାୟ ରଖିବାରେ ସଫଳ ହୋଇଥିଲେ। ରୁଷିଆର ମାରିଆ ଶାରାପୋଭାଙ୍କ ପରେ ଆଣ୍ଡ୍ରେସ୍କୁ ସର୍ବକନିଷ୍ଠ ଖେଳାଳିଭାବେ ୟୁଏସ୍‌ ଓପନ ଟାଇଟଲ ହାସଲ କରିଛନ୍ତି। ଶାରାପୋଭା ୨୦୦୬ରେ ୟୁଏସ୍‌ ଓପନ୍‌ରେ ଚାମ୍ପିୟନ ହୋଇଥିଲେ। ଏହାପୂର୍ବରୁ ଆଣ୍ଡ୍ରେସ୍କୁ ରୋଜର୍ସ କପ୍‌ରେ ମଧ୍ୟ ହରାଇଥିଲେ। ଏଥି ସହିତ ଗତ ୬ଟି ପ୍ରମୁଖ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଏହା ସେରେନାଙ୍କ ଚତୁର୍ଥ ପରାଜୟ ସାବ୍ୟସ୍ତ ହୋଇଛି। ଗତ ଦୁଇ ବର୍ଷ ହେବ ସେରେନା ଓ୍ବିମ୍ବେଲଡ଼ନ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ୍‌ ହୋଇଛନ୍ତି। ଏହି ଐତିହାସିକ ସଫଳତା ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେ ଟୁଇଟ୍‌ କରି ଆଣ୍ଡ୍ରେସ୍କୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫାଇନାଲରେ ଲଢ଼େଇ କରିବାକୁ ପ୍ରୟାସ କରିଥିଲି ଓ ଶେଷରେ ସଫଳ ହୋଇଛି। ୬ଥର ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିବା ସେରେନାଙ୍କୁ ହରାଇବା ସେତେଟା ସହଜ ନ ଥିଲା। ତେବେ ସଫଳ ହୋଇଥିବାରୁ ବେଶ୍‌ ଖୁସି ହୋଇଛି ବୋଲି ଆଣ୍ଡ୍ରେସ୍କୁ କହିଛନ୍ତି। ଏହି ଟୁର୍ନାମେଣ୍ଟରେ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲ ମ୍ୟାଚ୍‌ରେ ଦୁଇ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ବୟସ ଅନ୍ତର ଦେଖିବାକୁ ମିଳିଛି। ଆଣ୍ଡ୍ରେସ୍କୁ ଓ ସେରେନାଙ୍କ ମଧ୍ୟରେ ୨୦ ବର୍ଷର ଅନ୍ତର ରହିଛି। ସେରେନା ପ୍ରଥମଥର ପାଇଁ ୧୯୯୯ରେ ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିଲେ ଓ ଏହାର ଗୋଟିଏ ବର୍ଷ ପୂର୍ବରୁ ଆଣ୍ଡ୍ରେସ୍କୁ ଜନ୍ମଗ୍ରହଣ କରିଥିଲେ। ୨୦୧୭ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିବା ପରେ ସେରେନା ୪ଟି ଗ୍ରାଣ୍ଡସ୍ଲାମ ଫାଇନାଲ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ଆଣ୍ଡ୍ରେସ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିଥିବା ବେଳେ ସେରେନା ୩୩ତମ ଫାଇନାଲ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri