ହୋଲିରେ ରାସାୟନିକ ରଙ୍ଗ ମାରାତ୍ମକ

ହୋଲି। ରଙ୍ଗର ପର୍ବ। ପରସ୍ପରକୁ ରଙ୍ଗ ଏବଂ ଫଗୁ ବୋଳି ଖୁସି ମନେଇବା ଅବସର। ଅନେକଙ୍କର ଅପେକ୍ଷା ଥାଏ ଏହି ପର୍ବକୁ। ସେଥିପାଇଁ ବଜାରରେ ହୋଲି ମେଲିଗଲାଣି ବିଭିନ୍ନ କିସମର ରଙ୍ଗର ପସରା। ଖାଲି ଆଖିରେ ସୁନ୍ଦର ଦେଖାଯାଉଥିବା ରଙ୍ଗ ମାରାତ୍ମକ ରାସାୟନିକ ଦ୍ରବ୍ୟରୁ ପ୍ରସ୍ତୁତ। କେତେକ ଲାଭଖୋର ବ୍ୟବସାୟୀ ଏହି ରଙ୍ଗ ଏବଂ ଫଗୁରେ ଇଞ୍ଜିନ ତେଲ ଏବଂ କାରଖାନାର ବର୍ଜ୍ୟ ତୈଳ ମିଶାଇଥାନ୍ତି। ଏଗୁଡିକ ଶରୀର ପ୍ରତି କ୍ଷତିକାରକ। ତେଣୁ ରଙ୍ଗ କିଣିବା ବେଳେ ସତର୍କ ରୁହନ୍ତୁ। ପ୍ରାକୃତିକ ରଙ୍ଗର ବ୍ୟବହାର ଅଧିକ ମାତ୍ରାରେ କରନ୍ତୁ।
ଜନହିତ ପାଇଁ ଧରିତ୍ରୀ ପକ୍ଷରୁ ଏପରି ରଙ୍ଗ ସମ୍ପର୍କରେ ସତର୍କ କରିଦିଆଯାଉଛି।

– ସବୁଜ ରଙ୍ଗରେ କପର ସଲ୍‌ଫେଟ୍‌ ମିଶିଥାଏ। ଏହା ଆଖି ରୋଗର କାରଣ ହେବା ସହ ମଣିଷକୁ ଅଣନିଃଶ୍ୱାସୀ କରିଦିଏ। ଏହି ରଙ୍ଗ ମଧ୍ୟ ଆଂଶିକ ଭାବେ ଅନ୍ଧ କରିଦେଇପାରେ।

– ରୁପେଲି ରଙ୍ଗରେ ଆଲୁମିନିୟମ୍‌ କ୍ରୋମାଇଟ୍‌ ରହିଛି। ଏଥିଯୋଗୁ କର୍କଟ ରୋଗ ହେବାର ସମ୍ଭାବନା ଅଧିକ। ହାଲୁକା ବାଇଗଣୀ ରଙ୍ଗରେ କ୍ରୋମିୟମ୍‌ବାଇଡାଇଡ୍‌ ମିଶିଥାଏ। ଏହି ରଙ୍ଗ ବ୍ୟବହାର କଲେ ଶ୍ୱାସରୋଗ ଏବଂ ଆଲର୍ଜି ସୃଷ୍ଟି ହୋଇଥାଏ। ନୀଳରଙ୍ଗରେ ଥିବା ପୁସିଆନ୍‌ ବ୍ଲୁ ରାସାୟନିକ ଯୋଗୁ ବିଭିନ୍ନ ପ୍ରକାର ଚର୍ମରୋଗ ହେବା ସମ୍ଭାବନା ଥାଏ।

– ଲାଲ ରଙ୍ଗରେ ମର୍କ୍ୟୁରି ସଲ୍‌ଫାଇଡ୍‌ ମିଶିଥାଏ। ସେଥିଯୋଗୁ ଚର୍ମ କର୍କଟ ସହ ମାନସିକ ଅବସାଦ, ପକ୍ଷାଘାତ ଏବଂ ଦୃଷ୍ଟିଦୋଷ ପରି ବିଭିନ୍ନ ରୋଗ ଦେଖାଦେଇଥାଏ। ଚକ୍‌ଚକ୍‌ କରୁଥିବା ରଙ୍ଗଗୁଡିକରେ ଗୁଣ୍ଡକାଚ ମିଶିଥାଏ। ଏହାଛଡା ତରଳ ରଙ୍ଗରେ ଥିବା ଆଲ୍‌କାଲାଇନ୍‌ ପଦାର୍ଥ ଶରୀର ପ୍ରତି ବହୁ କ୍ଷତିକାରକ।

– ରଙ୍ଗ ଛଡାଇବା ଲାଗି ଶରୀରକୁ ସାବୁନ କିମ୍ବା କିରୋସିନରେ ଧୁଅନ୍ତୁ ନାହିଁ।

– ହାଲ୍‌କା ସ୍କ୍ରିନ୍‌ କ୍ରିମ୍‌ ବ୍ୟବହାର କରି ଧୀରେ ଧୀରେ ରଙ୍ଗ ଲାଗିଥିବା ସ୍ଥାନକୁ ଘଷନ୍ତୁ।

– ରଙ୍ଗ ଖେଳରେ ମାତିବା ପୂର୍ବରୁ ଦେହରେ ସ୍କିନ୍‌ କ୍ରିମ୍‌, ନଡିଆତେଲ କିମ୍ବା ସନ୍‌ସ୍କିନ୍‌ ଲୋଶନ ବ୍ୟବହାର କରନ୍ତୁ।

– ଆଖିରେ ରଙ୍ଗ ଭର୍ତ୍ତି ବେଲୁନ୍‌ ମାଡ଼ ହେଲେ ସଙ୍ଗେ ସଙ୍ଗେ ଆଖିକୁ ପାଣିରେ ଧୋଇଦିଅନ୍ତୁ। ଏହାସତ୍ତ୍ୱେ ଆଖି ଜଳାପୋଡ଼ା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri