Posted inଖେଳ

ହେଲ୍ସଙ୍କଠାରେ କରୋନା ଲକ୍ଷଣ: ରାଜା

କରାଚୀ,୧୮।୩ (ପି.ଟି.)- ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)କୁ ସ୍ଥଗିତ ରଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଙ୍ଗଳବାର ନିଷ୍ପତ୍ତି ନେଇଛି। ଜଣେ ବିଦେଶୀ ଖେଳାଳିଙ୍କଠାରେ କାରୋନା ଭାଇରସନ (କୋଭିଡ- ୧୯) ଲକ୍ଷଣ ଦେଖାଦେଇଛି ବୋଲି ପିସିବି ସ୍ପଷ୍ଟ କରିଛି। ତେବେ ଇଂଲଣ୍ଡ ତାରକା କ୍ରିକେଟର ଆଲେକ୍ସ ହେଲ୍ସଙ୍କଠାରେ ଏହି ଲକ୍ଷଣ ଦେଖାଯାଇଛି ବୋଲି ପୂର୍ବତନ ପାକିସ୍ତାନ ଅଧିନାୟକ ତଥା ଭାଷ୍ୟକାର ରମିଜ ରାଜା ଦାବି କରିଛନ୍ତି।
ପିଏସ୍‌ଏଲ୍‌ ନକ୍‌ ଆଉଟ ପର୍ଯ୍ୟାୟ ତଥା ସେମିଫାଇନାଲରେ ପ୍ରବେଶ କରିଥିଲା। ଲାହୋରରେ ମଙ୍ଗଳବାର ସେମିଫାଇନାଳ ଓ ବୁଧବାର ଫାଇନାଲ ଖେଳାଯିବାରୁ କାର୍ଯ୍ୟକ୍ରମ ରହିଥିଲା। କରୋନା ଭାଇରସ କାରଣରୁ ପିସିବି ଲିଗ୍‌କୁ ୪ ଦିନ ଛୋଟ କରିଥିଲା। କିନ୍ତୁ ଶେଷରେ ପିସିବି ଏହି ଲିଗ୍‌ ସ୍ଥଗିତ କରିବାକୁ ବାଧ୍ୟ ହୋଇଛି। ପରିସ୍ଥିତି ନେଇ ବିସ୍ତୃତ ଭାବେ ଆଲୋଚାନ କରିବା ପରେ ଆମେ ଏପରି ନିଷ୍ପତ୍ତି ନେଇଛୁ ବୋଲି ପିସିବି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓ୍ବାସିମ୍‌ ଖାନ କହିଛନ୍ତି। ଜଣେ ଖେଳାଳି ପାକିସ୍ତାନ ଛାଡିବା ପରେ ତାଙ୍କଠାରେ ଏହି ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିବା କଥା କହିଥିଲେ। ତେବେ ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାପୂର୍ବରୁ କୌଣସି ମାମଲା ଆଦୌ ଆସିନାହିଁ।
ଅନ୍ୟପଟେ ସମ୍ପୃକ୍ତ ଖେଳାଳି ଜଣକ ଆଲେକ୍ସ ହେଲ୍ସ ହୋଇପାରନ୍ତି ବୋଲି ରାଜା କହିଛନ୍ତି। ସାବଧାନତା ଦୃଷ୍ଟିକୋଣରୁ ପିଏସ୍‌ଏଲର ସବୁ ଖେଳାଳି ଓ ବ୍ରଡକାଷ୍ଟରଙ୍କ ପରୀକ୍ଷା କରାଯାଇଛି। ତେବେ ହେଲ୍ସଙ୍କଠାରେ ଦେଖାଦେଇଥିବା ଲକ୍ଷଣ କରୋନ ଭାଇରସ କାରଣରୁ କହିବା ଠିକ୍‌ ହେବ ନାହିଁ ବୋଲି ରାଜା କହିଛନ୍ତି। ତାଙ୍କର ଏପର୍ଯ୍ୟନ୍ତ ପରୀକ୍ଷା ହୋଇନାହିଁ।
ଇଂଲଣ୍ଡରେ ପହଞ୍ଚିବା ପରେ ୩୧ ବର୍ଷୀୟ ହେଲ୍ସ ନିଜଆଡୁ ଆସୋଲେଶନରେ ରହିଛନ୍ତି। ରବିବାର ସକାଳୁ ମୋତେ ଜ୍ୱର ହୋଇଥିବା ଜାଣିବାକୁ ପାଇଥିଲି। ପରେ ମୋର କ୍ରମାଗତ ଭାବେ କାଶ ହୋଇଥିଲା ବୋଲି ହେଲ୍ସ କହିଛନ୍ତି। ପରୀକ୍ଷା ହୋଇ ନ ଥିବାରୁ ଏବେ କିଛି କହିବା କଷ୍ଟକର ବୋଲି ସେ କହିଛନ୍ତି। ପିଏସ୍‌ଏଲ୍‌ରେ ସାମିଲ ହୋଇଥିବା ୩୪ ବିଦେଶୀ ଖେଳାଳି ଗତ ସପ୍ତାହରେ ଘରକୁ ଫେରିବା ଆରମ୍ଭ କରିଛନ୍ତି। କୌଣସି ଖେଳାଳିଙ୍କୁ ଲିଗ୍‌ରୁ ଫେରିବାରେ ରୋକାଯିବ ନାହିଁ ବୋଲି ପିସିବି କହିଛି। ପୂର୍ବରୁ ସେମବାର ପିସିବି ବାଂଲାଦେଶ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜକୁ ମଧ୍ୟ ବାତିଲ କରିସାରିଛି। ସେହିପରି ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଜାତୀୟ ଦିନିକିଆ କପ୍‌କୁ ମଧ୍ୟ ବାତିଲ କରାଯାଇଛି।
ଉଲ୍ଲେଖଥାଉ କି, କରୋନା ଭାଇରସ କାରଣରୁ ବିଶ୍ୱରେ ଏପର୍ଯ୍ୟନ୍ତ ୭୦୦୦ ଲୋକ ମୃତ୍ୟୁବରଣ କରିଛନ୍ତି। ପାକିସ୍ତାନରେ ୨୦୦ଜଣ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସମେତ ଏକାଧିକ ସିରିଜ ମଧ୍ୟ ସ୍ଥଗିତ କିମ୍ବା ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri