Posted inଖେଳ

ହେଲିଙ୍କ ରେକର୍ଡ ଶତକ

ସିଡ୍‌ନୀ,୨।୧୦: ଅଷ୍ଟ୍ରେଲିଆ ମହିଳା ଦଳର ଉଇକେଟକିପର ବ୍ୟାଟ୍ସଓମ୍ୟାନ ଆଲିସା ହେଲି ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ହେଲି ମାତ୍ର ୬୧ ବଲର ସମ୍ମୁଖୀନ ହୋଇ ୧୪୮ ରନ୍‌ କରିଛନ୍ତି। ଏହା ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହି ଇନିଂସ ସହ ହେଲି ନିଜ ସାଥି ଖେଳାଳି ମେଗ ଲାନ୍ନିଂ (୧୩୩)ଙ୍କୁ ପଛରେ ପକାଇଛନ୍ତି। ଓପନିଂ କରିବାକୁ ଆସିଥିବା ହେଲିଙ୍କ ଇନିଂସରେ ୧୯ ଚୌକା ଓ ୭ ଛକା ସାମିଲ ଥିଲା। ସେ ୪୬ ବଲରେ ଶତକ ଲଗାଇଥିଲେ। ଲାନ୍ନିଂ ଅପରପକ୍ଷରେ ଥିବାବେଳେ ହେଲି ୬ ଲଗାଇ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ। ତାଙ୍କର ଏଭଳି ଇନିଂସ ଯୋଗୁ ଅଷ୍ଟ୍ରେଲିଆ ଧାର୍ଯ୍ୟ ୨୦ ଓଭରରେ ୨ ଉଇକେଟ ହରାଇ ୨୨୬ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ୭ ଉଇକେଟ ହରାଇ ୯୪ ରନ୍‌ କରିପାରିଥିଲା। ଫଳରେ ମ୍ୟାଚ୍‌କୁ ୧୩୨ ରନ୍‌ରେ ଜିତିନେଇଥିଲା ଘରୋଇ ଦଳ। ଏଥିସହ ଟିମ୍‌ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟରେ କ୍ଲିନ ସୁଇପ୍‌ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

‘ପାଗଳ ଟ୍ରମ୍ପଙ୍କ ଆକ୍ରମଣ ବନ୍ଦ କର’: କାହାକୁ ଏମିତି କହିଲେ ପୂର୍ବତନ UN ପରମାଣୁ ନୀରିକ୍ଷଣ ମୁଖ୍ୟ

ଓ୍ବାଶିଂଟନ,୫।୪: ଜାତିସଂଘର ପରମାଣୁ ପ୍ରତ୍ୟକ୍ଷ ସଂସ୍ଥାର ପୂର୍ବତନ ମୁଖ୍ୟ ଶନିବାର ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟପ୍ରାଚ୍ୟକୁ ଅଗ୍ନିଗୋଲାରେ ପରିଣତ କରିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକିବା ପାଇଁ ଅନୁରୋଧ କରିଛନ୍ତି।…

ବୁଶେହର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଇରାନର ବଡ଼ ଚେତାବନୀ, କହିଲା ଧ୍ୱଂସ ହୋଇଯିବ ଉପସାଗରୀୟ ରାଷ୍ଟ୍ର

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଉଭୟ ପକ୍ଷରୁ ପରସ୍ପରର ସ୍ଥିତି ଉପରେ ନିରନ୍ତର ଆକ୍ରମଣ ଜାରି ରହିଛି।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ଯୁଦ୍ଧ ମଧ୍ୟରେ ଭିଡ଼ିଓ ଜାରି କରି ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘ଜୀବିତ ନାହାଁନ୍ତି ଇରାନର ଟପ କମାଣ୍ଡର’

ଓ୍ବାଶିଂଟନ,୫।୪: ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତେହରାନ ବିରୁଦ୍ଧରେ କରାଯାଇଥିବା ଏକ ବଡ଼ ଆକ୍ରମଣରେ ଇରାନର ଅନେକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri