ହେଜେଲ୍‌ଙ୍କୁ କଫି ଡେଟ୍‌ରେ ନେବାକୁ ତିନି ବର୍ଷ ଅପେକ୍ଷା କରିଥିଲେ ଯୁବରାଜ

ବମ୍ବେ: ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ହେଜେଲ୍‌ କିଚଙ୍କ ଆଜି ‘ହାପି ଓ୍ବାଲା ବର୍ଥ ଡେ’ ଅର୍ଥାତ ଜନ୍ମଦିନ। ପେସାରେ ଜଣେ ମଡେଲ ତଥା ଅଭିନେତ୍ରୀ ଥିବା ହେଜଲ ଏବେ ଯୁବରାଜଙ୍କ ଜୀବନସାଥୀ। ବର୍ତ୍ତମାନ ସେ ବ୍ୟକ୍ତିଗତ ଜୀବନକୁ ପୁରା ଧ୍ୟାନ ଦେଉଛନ୍ତି। ଏହି ଶୁଭ ଦିନରେ ପତ୍ନୀ ହେଜେଲ୍‌ଙ୍କୁ ନିଆରା ଭାବେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ୟୁବି।

୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦମ୍ପତି। ହେଲେ ଏହା ପୂର୍ବରୁ ହେଜେଲ୍‌ଙ୍କୁ ଏକ କଫି ଡେଟ୍‌ରେ ନେବାପାଇଁ ୟୁବିଙ୍କୁ ତିନି ବର୍ଷ ଲାଗିଯାଇଥିଲା। ଏକ ସାକ୍ଷାତକାରରେ ୟୁବି ନିଜର ଲଭ୍‌ ଲାଇଫ୍‌କୁ ନେଇ ମନକଥା କହିଥିଲେ। ହେଜଲଙ୍କୁ ସେ ପସନ୍ଦ କରିବା ପରେ ଡେଟ୍‌ରେ ନେବାକୁ ଇଚ୍ଛା ପ୍ରକାଶ କରିଆସୁଥିଲେ। ଅନେକ ଥର ହେଜେଲ୍‌ ହଁ ଭରୁଥିଲେ ହେଁ ନିଜ ଫୋନକୁ ବନ୍ଦ କରିନେଉଥିଲେ। ବାରମ୍ବାର ଏଭଳି ହେବା ପରେ ଯୁବରାଜ ରାଗି ଯାଇଥିଲେ। ଏପରିକି ତାଙ୍କ ନଂ ମଧ୍ୟ ଡିଲିଟ୍‌ କରିଦେଇଥିଲେ। ଏହାର ଅନେକ ଦିନ ପରେ ସୋସିଆଲ ମିଡିଆରେ ପୁଣି ଉଭୟଙ୍କ ବନ୍ଧୁତା ହୋଇଥିଲା। ଅନୁରୋଧ ପଠାଇବାର ତିନି ମାସ ପରେ ହେଜେଲ୍‌ ତାକୁ ଗ୍ରହଣ କରିଥିଲେ। ଧିରେ ଧିରେ ଉଭୟଙ୍କ କଥା ଆଗକୁ ବଢ଼ିଥିଲା। ଶେଷରେ ତିନି ବର୍ଷ ପରେ ଉଭୟ ଡେଟ୍‌ରେ ଯାଇଥିଲେ। ଏହାପରେ ଉଭୟ ଲଗାତାର ଭାବେ ଭେଟିବାକୁ ଲାଗିଲେ। କ୍ରିକେଟରେ ରୁଚି ନ ଥିବା ସତ୍ତ୍ୱେ ସେ ଯୁବରାଜଙ୍କୁ ପସନ୍ଦ କରିଥିଲେ। ପରେ ଏହା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏବେ ଉଭୟ ସୁଖି ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ହେଜେଲ୍‌ କିନ୍ତୁ ଏବେ ଅଭିନୟ ଜୀବନରୁ ଦୂରେଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri