ହୃଦ୍‌ଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ମିଳିବ ନିଯୁକ୍ତି

ବଅଁରପାଳ,୨।୧୦ (ଡି.ଏନ.ଏ.)-ନାଲ୍‌କୋ ସିପିପି ଅପରେଶନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ ସକାଳେ ପ୍ଲାଣ୍ଟରେ କାମ କରୁଥିବାବେଳେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନାଲ୍‌କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା, ଏନଏନଇୟୁ ସାଧାରଣ ସମ୍ପାଦକ ନିର୍ମଳ ଶତପଥୀ, ଶ୍ରମିକ ନେତା ଭରତ ଚନ୍ଦ୍ର ମାଝି, ନେସ୍‌ ସାଧାରଣ ସମ୍ପାଦକ ନିର୍ମଳ ସାମଲ, ନେପୁ ସାଧାରଣ ସମ୍ପାଦକ ମାଙ୍ଗିଲାଲ ସାମଲ, ନାଲ୍‌କୋ ପେରିଫେରି ଟ୍ରକ୍‌ ମାଲିକ ସଂଘ ସଭାପତି ସୁବାସ ଚନ୍ଦ୍ର ପଟ୍ଟନାୟକ, ଯୁବ ବିଜେଡି ନେତା ନରେଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିଥିଲେ। ତେବେ ପ୍ଲାଣ୍ଟ ପରିସରରେ ପ୍ରବୀଣଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନାଲ୍‌କୋରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ଶ୍ରମିକ ନେତାମାନେ ସକାଳ ୧୧ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନାଲ୍‌କୋ ଡାକ୍ତରଖାନାରେ ମୃତଦେହ ଅଟକ ରଖିଥିଲେ। ଏ ନେଇ ନାଲ୍‌କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ମୃତଦେହ ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ଖୋଜୁଛି ବନୀ ଜଙ୍ଗଲ

ଲଙ୍ଗଳେଶ୍ୱର,୧୧ା୯ (ଡି.ଏନ.ଏ.)-ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ବାଲେଶ୍ୱର ଜିଲା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ କେଉଁ ଆବହମାନ କାଳରୁ ବନୀ ଜଙ୍ଗଲ ସୃଷ୍ଟି କରାଯାଇଛି। ହେଲେ...

ବାଦାମବାଡ଼ିରେ ଫାଟିଲା ପାଇପ୍‌, ଉଠିଲା ୧୫ଫୁଟ ଉଚ୍ଚକୁ ପାଣି

କଟକ ଅଫିସ୍‌,୧୦।୧୦: କଟକ ବାଦାମବାଡ଼ି ଟ୍ରାଫିକ୍‌ ଛକରେ ରବିବାର ଅପରାହ୍ଣରେ ଭୂତଳ ପାଣି ପାଇପ୍‌ ଫାଟି ଯାଇଛି। ପ୍ରାୟ ୧୫ଫୁଟ ଉଚ୍ଚକୁ ପାଣି ଉଠି ରାସ୍ତା...

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ପରଜଙ୍ଗ, ୧୫।୮( ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଆଡମ୍ବରପୂର୍ଣ୍ଣ ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ତ୍ରିରଙ୍ଗା ତଳେ ସମସ୍ତେ ଏକାଠି...

ସଦାନନ୍ଦପୁରରୁ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଭଦ୍ରକ ଅଫିସ,୬।୧୨: ଭଦ୍ରକ ଜିଲା ତିହିଡ଼ି ଥାନା ସଦାନନ୍ଦପୁରରୁ ଶୁକ୍ରବାର ୮୪ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। କଟକ ଅବକାରୀ ଫ୍ଲାଇଂ ସ୍କ୍ବାଡ ଓ ଭଦ୍ରକ...

ମୋଷ୍ଟ ଓ୍ବାଣ୍ଟେଡ ଗଞ୍ଜେଇ ବ୍ୟବସାୟୀ ଗିରଫ

ଫୁଲବାଣୀ ଅଫିସ, ୨୦ା୮: ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିବା ଗଞ୍ଜେଇ ବ୍ୟବସାୟୀ ବାଳକୃଷ୍ଣ ସ୍ବାଇଁ ଶେଷରେ ଗିରଫ ହୋଇଛନ୍ତି। ତାଙ୍କ ଘର ଫୁଲବାଣୀ ସହର...

ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ: ଲୁଟେରାଙ୍କୁ କାବୁ କଲେ ଲୋକେ

ଭବାନୀପାଟଣା,୨୫।୧୨(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କୋକସରାସ୍ଥିତ ମୁଖ୍ୟ ବସ୍‌ଷ୍ଟାଣ୍ଡ ନିକଟରେ ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଉଥିବା...

କାର୍ତ୍ତିକ ଶେଷ ସୋମବାର: ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜି ଉଦୟଗିରି, ୧୧।୧୧(ଡି.ଏନ୍‌.ଏ.): କାର୍ତ୍ତିକ ମାସ ଶେଷ ସୋମବାର ନିମନ୍ତେ କନ୍ଧମାଳ ଜିଲା ଜି ଉଦୟଗିରି ଧବଳେଶ୍ବର ମନ୍ଦିରରେ ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି ।...

କୃଷିବୀମା ମିଳିବାରେ ବିଳମ୍ବ: ୪ ମାସ ମଧ୍ୟରେ ଫଇସଲା କରିବାକୁ ଜିଲାପାଳଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ

କେନ୍ଦୁଝର, ୧୫ା୫ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଚାଷୀମାନେ ୨୦୧୫ରେ ପ୍ରିମିୟମ ଅର୍ଥ ଦେଇଥିଲେ ହେଁ ମରୁଡି ଯୋଗୁ୍‌ କ୍ଷତିଗ୍ରସ୍ତ ହୋଇଥିବା ବହୁ ଚାଷୀଙ୍କୁ ଅଦ୍ୟାବଧି କୃଷିବୀମା...

Advertisement
Archives

Model This Week