Posted inଜାତୀୟ

ହୃଦଘାତରେ ଚାଲିଗଲା ୪ ପୋଲିଂ କର୍ମଚାରୀ ଜୀବନ

ଲକ୍ଷ୍ନୌ/ଭୋପାଳ, ୧୯।୫: ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ ପ୍ରକ୍ରିୟା। ଭୋଟ ଚାଲିଥିବାବେଳେ ଉତ୍ତର ପ୍ରଦେଶରେ ଦୁଇ ଏବଂ ମଧ୍ୟ ପ୍ରଦେଶରେ ୪ଜଣ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଗୋରଖପୁର ଜିଲାର ମାଧୋପୁର ପ୍ରାଥମିକ ବିଦ୍ୟାଳୟର ବୁଥ୍‌ ନଂ ୩୮୧ରେ କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ଜଣେ ପୋଲିଂ କର୍ମଚାରୀଙ୍କୁ ହୃତଘାତ ହୋଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି କୁପଓ୍ବାରେ ୨୧୩ନଂ ବୁଥରେ ମଧ୍ୟ ଜଣେ ପୋଲି କର୍ମାଚରୀଙ୍କ ହୃତଘାତରେ ପରଲୋକ ଘଟିଛି। ମଧ୍ୟ ପ୍ରଦେଶର ଧାର ଲୋକ ସଭା ଆସନର ଜଲଓ୍ବତ ପୋଲିଂ ବୁଥ୍‌ରେ ନିୟୋଜିତ ଥିବା ଗୁରୁ ସିଂ ଚୋଗଡ ନାମକ ଜଣେ କର୍ମଚାରୀଙ୍କୁ ରବିବାର ସକାଳୁ ମୃତ୍ୟୁ ହୋଇଥିଲା। ସେହିପରି ଦେବାସ ଲୋଭ ସଭା ଆସନ ପାଇଁ ନିର୍ବାଚନ ହେଉଥିବାବେଳେ ଜଣେ ପୋଲିଂ କର୍ମାଚରୀଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶେଷ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୩ଟି ଏବଂ ମଧ୍ୟ ପ୍ରଦେଶର ୮ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଜେଏଲ୍‌ ଜମି ଆବଣ୍ଟନ ମାମଲା: ଭୋରା, ହୁଡ଼ାଙ୍କୁ ଜାମିନ

ଚଣ୍ଡିଗଡ଼,୭ା୧୧(ପି.ଟି.): ଆସୋସିଏଟେଡ୍‌ ଜର୍ନାଲ୍‌ସ ଲିମିଟେଡ୍‌ (ଏଜେଏଲ୍‌)କୁ ଜମି ଆବଣ୍ଟନ ମାମଲାରେ ପଞ୍ଚକୁଲାର ସ୍ବତନ୍ତ୍ର ଇଡି କୋର୍ଟ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ...

ଜଗନ ମୋହନଙ୍କୁ ମାନସିକ ରୋଗୀ ବୋଲି କହିଲେ ଚନ୍ଦ୍ରାବାବୁ

ହାଇଦ୍ରାବାଦ,୧୨।୧୦: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ପୁଣିଥରେ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି। ଚନ୍ଦ୍ରାବାବୁ କହିଛନ୍ତି...

ହନିଟ୍ରାପ୍‌ ଗୁମର ଖୋଲିଲେ କିଙ୍ଗ୍‌ପିନ୍‌ ଶ୍ୱେତା: ୨୪ ଛାତ୍ରୀଙ୍କୁ କରାଯାଇଥିଲା ଭିଆଇପିଙ୍କ ଶଯ୍ୟାସଙ୍ଗିନୀ

ଇନ୍ଦୋର,୨୮।୯: ମଧ୍ୟପ୍ରଦେଶ ହନିଟ୍ରାପ୍‌ର ଗୁମର ଖୋଲିବା ସହ ବହୁ ରହସ୍ୟପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଛି। ୧୨ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ୮ ପୂର୍ବତନ ମନ୍ତ୍ରୀ...

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ

ନୂଆଦିଲ୍ଲୀ,୧୦।୭: କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଶେଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି।...

ସ୍କୁଲ ପିଲାଙ୍କ ଉପରେ ଆତଙ୍କବାଦୀଙ୍କ ନଜର: ଡିଜିପି

ଶ୍ରୀନଗର, ୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସ୍କୁଲ ପିଲାଙ୍କ ଉପରେ ନଜର ରଖୁଥିବା ଡିଜିପି ଦିଲବାଗ୍‌ ସିଂ ସୂଚନା ଦେଇଛନ୍ତି। ସ୍କୁଲ ପିଲାଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ୍‌...

ସ୍କୁଲର ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ଗଛଟିଏ: ମିଳିତ ପ୍ରାର୍ଥନା ପୂର୍ବରୁ କରାଯାଏ ପୂଜା

ଯମୁନା ନଗର,୨୧।୯: ହରିୟାଣା ଯମୁନା ନଗରରେ ଥିବା ଏକ ସ୍କୁଲ ପ୍ରାଙ୍ଗଣରେ ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ବୃକ୍ଷ ଚାରା ରୋପଣ କରାଯାଇଛି। ସମ୍ପୃକ୍ତ ଶିକ୍ଷାର୍ଥୀ ଏହାର...

କଂଗେସକୁ ପୁଣି ଝଟ୍‌କା

ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶ କଂଗ୍ରେସକୁ ପୁଣି ଏକ ଝଟ୍‌କା ଲାଗିଛି। ରବିବାର ଦଳର ଆଉ ଜଣେ ବିଧାୟକ ଦିଲ୍ଲୀରେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶ ଜିଏାର ପୁରୋଲା...

କାରଗିଲ୍‌ ଯୁଦ୍ଧରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ ବାଜପେୟୀ

ନୂଆଦିଲ୍ଲୀ,୨୯।୬: କାରଗିଲ୍‌ ଯୁଦ୍ଧରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ। ଏନେଇ ଭାରତୀୟ ବାୟୁସେନାର ପୂର୍ବତନ...

Advertisement


Archives

Model This Week