ହୀରା ପଥର କାରବାରକୁ ନେଇ ଗୁଳିମାଡ଼ ଘଟଣା: ୪ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି/ଚିକିଟି, ୧୪ା୬ (ଡି.ଏନ.ଏ.)- ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ବୀରସିଂହ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ହୀରା ପଥର କାରବାରକୁ କେନ୍ଦ୍ରକରି ଗତ ୬ ତାରିଖ ଅପରାହ୍ନରେ ସୁବାସ ପଣ୍ଡାଙ୍କୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ଗୁରୁବାର ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଜରଡ଼ା ଥାନା ମର୍ଦ୍ଦରାଜପୁର ଗ୍ରାମର ମାଧବ ପାଣିଗ୍ରାହୀ, ପାତ୍ରପୁର ଗ୍ରାମର ଏ. ସନ୍ତୋଷ, ବ୍ରହ୍ମପୁର ହାଉସିଂ ବୋର୍ଡ କଲୋନୀର କେ. ପ୍ରଦୀପ ସୁବୁଦ୍ଧି ଓ ଗୋସାଇଁ ନୂଆଗାଁର ହିମାଂଶୁ ସାହୁ। ଅଭିଯୁକ୍ତଙ୍କ ନିକଟରୁ ଏକ କଳା ରଙ୍ଗର ବୁଲେଟ (ନଂ ଏପି୩୦ଏଲ୮୨୯୯) ଜବତ କରାଯାଇଛି। ଥାନା ମାମଲା ନଂ.୧୦୮/୧୯ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୬ ଜଣ ଫେରାର ଅଛନ୍ତି। ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା ଥିବାରୁ ସେମାନଙ୍କ ନାଁ ଓ ଠିକଣା ଗୋପନ ରଖାଯାଇଛି। ଗୁରୁବାର କେ.ନୂଆଗାଁ ଥାନା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛିି ଯେ, ଘଟଣା ଦିନ ସୁବାସ ନିଜ ଘରେ ଖାଇ ବସିଥିଲେ। ତାଙ୍କ ପାଖରେ ଥିବା ୧୦ଟି ହୀରା ପଥର କିଣିବା ପାଇଁ ବ୍ୟବସାୟୀ ଆସିଛନ୍ତି ବୋଲି କହି ଅଭିଯୁକ୍ତ ସନ୍ତୋଷ ଏବଂ ତାଙ୍କ ସମ୍ପର୍କୀୟ ମାଧବ ଘରୁ ଡ଼ାକି ନେଇଥିଲେ। ଗାଁ ଶେଷ ମୁଣ୍ଡରେ ୨ ଜଣ ଅଣ ଓଡ଼ିଆ ହୀରା ବ୍ୟବସାୟୀ ଓ ଅନ୍ୟ ୮ ଜଣ ଅଜଣା ବ୍ୟକ୍ତି ଉପସ୍ଥିତ ଥିଲେ। ବ୍ୟବସାୟୀଦ୍ୱୟ ହୀରାପଥରଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରଥବଲେ ମଧ୍ୟ ଦର ଛିଡ଼ି ପାରି ନ ଥିଲା। ତେଣୁ ସୁବାସ ହୀରା ପଥର ରଖିଥିବା ମୁଣି ଧରି ଘରକୁ ଫେରୁଥିଲେ। ଘର ଠାରୁ ପ୍ରାୟ ୫ ଶହ ମିଟର ଦୂର ଶିବ ମନ୍ଦିର ନିକଟରେ ବାଇକରେ ପିଛା କରି ଆସିଥିବା ଜଣେ ଅଜଣା ଦୁର୍ବୃତ୍ତ ସୁବାସଙ୍କୁ ଅଟକାଇଥିଲେ। ଅଭିଯୁକ୍ତମାନେ ସେଠାରେ ସୁବାସଙ୍କୁ ଘେରିଯିବା ସହ ସେ ଧରିଥିବା ମୁଣିକୁ ଜବରଦସ୍ତ ଛଡ଼େଇ ନେଇଥିଲେ। ଜଣେ ଦୁର୍ବୃତ୍ତ ସୁବାସଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ସୁବାସ ଘରକୁ ଦୌଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନିଆଯାଇଥିଲା। ଆଖି ପତ୍ତା ଉପର ଦେଇ ଗୁଳି ଯାଇଥିବାରୁ ଅସ୍ତ୍ରୋପଚାର କରାଯାଇଥିଲା। ତଥାପି ବାମ ଆଖିଟି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ ସୁବାସଙ୍କ ଝିଅ ପ୍ରିୟଙ୍କା ପଣ୍ଡାଙ୍କ ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି। ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଅତିରିକ୍ତ ଏସପି ମାୟାଧର ସେଠୀ, ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ କେ.ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାୟକ ଉପସ୍ଥିତ ଥିଲେ। ହୀରା ପଥର ଅସଲି କି ନକଲି ପଚାରିବାରୁ ଫେରାର ଅଭିଯୁକ୍ତଙ୍କ ନିକଟରୁ ଉକ୍ତ ପଥର ଜବତ ହେବା ପରେ ପରୀକ୍ଷା କରାଯିବ ବୋଲି ତଦନ୍ତକାରୀ ପୋଲିସ ଏସଆଇ ଜ୍ଞାନ ସେଠୀ କହିଛନ୍ତି। ଅନ୍ୟପକ୍ଷରେ ସୁବାସ ରାୟଗଡ଼ା ନିକଟ ଏକ ନଦୀରେ ଗାଧୋଉଥିବା ବେଳେ ୧୦ଟି ହୀରା ପଥର ପାଇଥିଲେ ବୋଲି ସେ ବୟାନ ଦେଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri