Posted inଖେଳ

ହିନ୍ଦୁ ହୋଇଥିବାରୁ କନେରିଆ ଭେଦଭାବର ଶିକାର ହୋଇଛନ୍ତି: ଅଖତାର

କରାଚୀ/ନୂଆଦିଲ୍ଳୀ, ୨୭।୧୨(ପି.ଟି.)- ମୁସଲିମ୍‌ ବହୁଳ ଦେଶ ପାକିସ୍ତାନରେ ହିନ୍ଦୁମାନେ ଉତ୍ପୀଡନର ଶିକାର ହେବା ନୂଆ କଥା ନୁହଁ। ତେବେ ଜଣେ ତାରକା କ୍ରିକେଟର ହିନ୍ଦୁ ହେବା କାରଣରୁ ପାକିସ୍ତାନରେ ଭେଦଭାବର ଶିକାର ହେବା ଅନେକଙ୍କ ହଜମ ହେବ ନାହିଁ। ପୂର୍ବତନ କ୍ରିକେଟର ତଥା ସ୍ପିନର ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେକ ଖେଳାଳି କନେରିଆଙ୍କ ସହ ଏକାଠି ଖାଇବା ପାଇଁ ମଧ୍ୟ କୁଣ୍ଠିତ ହେଉଥିଲେ ବୋଲି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖ୍‌ତାର ପିଟିଭ ସ୍ପୋଟର୍‌ସ ଚ୍ୟାନେଲର ଏକ ଶୋ ‘ଗେମ୍‌ ଅନ୍‌ ହେ’ରେ କହିଛନ୍ତି। କନେରିଆଙ୍କ ପ୍ରଦର୍ଶନ ବଳରେ ଆମେ ଇଂଲଣ୍ଡରେ ଟେଷ୍ଟ ଜିତିଥିଲୁ। କିନ୍ତୁ ତାଙ୍କୁ ଏଥିପାଇଁ ଶ୍ରେୟ ଦିଆଯାଇ ନ ଥିଲା ଅଖତାର କହିଛନ୍ତି। କନେରିଆ ମଧ୍ୟ ଅଖତାରଙ୍କ ଏହି କଥାକୁ ସମର୍ଥନ କରିଛନ୍ତି। ଅଖତାରଙ୍କ ସମେତ ଇଞ୍ଜାମାମ ଉଲ ହକ, ମହମ୍ମଦ ୟୁସୁଫ, ୟୁନିସ ଖାଁ ମୋତେ ଖେଳିବାବେଳେ ସମର୍ଥନ କରିଛନ୍ତି। ତେବେ ଯେଉଁମାନେ ମୋତେ ଅଣଦେଖା କରିଛନ୍ତି ସେମାନଙ୍କ ନାମ ଖୁବଶୀଘ୍ର ସମସ୍ତଙ୍କୁ ଜଣାଇବି ବୋଲି କନେରିଆ କହିଛନ୍ତି। ଖେଳିବା ବେଳେ ଏ ନେଇ ମୁହଁ ଖୋଲିବାକୁ ସାହସ କରୁ ନ ଥିଲି। ଏବେ ଅଖତାରଙ୍କ ପାଇଁ ମୁହଁ ଖୋଲିବି। ପାକିସ୍ତାନ ପାଇଁ ଖେଳିଥିବାରୁ ଗର୍ବିତ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ୩୯ ବର୍ଷୀୟ କନେରିଆ କାଉଣ୍ଟି କ୍ରିକେଟରେ ସ୍ପଟ୍‌ ଫିକ୍ସିଂ କରିଥିବା ମନା କରିଆସୁଥିଲେ ମଧ୍ୟ ୬ ବର୍ଷ ପରେ ସ୍ବୀକାର କରିଥିଲେ। ସେ ମଧ୍ୟ ଏଥିପାଇଁ ବାସନ୍ଦ ହୋଇଥିଲେ। କନେରିଆ ପାକିସ୍ତାନ ପାଇଁ ୬୧ଟି ଟେଷ୍ଟ ଖେଳି ୩୪.୭୯ ରନ ହାରରେ ୨୬୧ଟି ଉଇକେଟ ହାସଲ କରିଥିଲେ। ସେ ମଧ୍ୟ ୧୮ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। କନେରିଆଙ୍କୁ ବାଦ୍‌ ଦେଲେ ଆଉ ଜଣେ ହିନ୍ଦୁ କ୍ରିକେଟର ପାକିସ୍ତାନ ପାଇଁ ଖେଳିଛନ୍ତି। ସେ ହେଉଛନ୍ତି ଅନିଲ ଦଳପତ। ୬୭ ବର୍ଷର ଇତିହାସରେ କେବଳ ୨ଜଣ ହିନ୍ଦୁ ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି। ଅନିଲ ସମ୍ପର୍କରେ କାନେରିଆଙ୍କ ମାମୁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri