ହିନ୍ଦୁସ୍ତାନୀ ବାଦ୍ୟ ସଙ୍ଗୀତରେ ବାନ୍ଧିହେଲେ ଶ୍ରୋତା

ଭୁବନେଶ୍ୱର,୬।୯(ବ୍ୟୁରୋ):ହିନ୍ଦୁସ୍ତାନୀ ବାଦ୍ୟ ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ ୩ ଶିଳ୍ପୀ। ବଂଶୀ, ଜେମ୍ବେ ଓ ତବଲାର ମୂର୍ଚ୍ଛନା ମଞ୍ଚରେ ସୃଷ୍ଟି କରିଥିଲା ନିଆରା ପରିବେଶ। ଅବସର ଥଲା ସୃଜନ ପକ୍ଷରୁ ଆୟୋଜିତ ୨୮ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ। ସୋମବାର ରବୀନ୍ଦ୍ରମଣ୍ଡପରେ ଆରମ୍ଭ ହୋଇଥିବା ଏହି ଉତ୍ସବକୁ କିମ୍ବଦନ୍ତୀ କଥକ ସଙ୍ଗୀତାଚାର୍ଯ୍ୟ ପଣ୍ଡିତ ବିର୍‌ଜୁ ମହାରାଜଙ୍କୁ ଉତ୍ସର୍ଗୀକୃତ କରାଯାଇଛି। ପଣ୍ଡିତ ରୋନୁ ମଜୁମଦାରଙ୍କ ବଂଶୀଶ୍ୱନରୁ ଆରମ୍ଭ ହୋଇଥିଲା ସାର ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିସହ ମଞ୍ଚରେ ଉପସ୍ଥିତ ଥିବା ୩ ଶିଳ୍ପୀ ଜଣକ ପରେ ଜଣେ ଭେଟି ଦେଉଥିଲେ ହିନ୍ଦୁସ୍ତାନୀ ବାଦ୍ୟଯନ୍ତ୍ରର ସୁଶୀତଳ ଅନୁଭବ, ଯାହାର ଝଙ୍କାର ଶ୍ରୋତାଙ୍କ ମନକୁ ଶାନ୍ତି ପ୍ରଦାନ କରୁଥିଲା। ବଂଶୀଶ୍ୱନ ସହ ଓସ୍ତାଦ୍‌ ତୋଫିକ୍‌ କୁରେଶଙ୍କ ଜେମ୍ବେ ଓ ଇଶାନ ଘୋଷଙ୍କ ତବଲା ବାଦନର ସମ୍ମିଶ୍ରଣ ସମସ୍ତଙ୍କୁ ଆନମନା କରିଥିଲା। ମଜୁମଦାରଙ୍କ ବାଦ୍ୟସଙ୍ଗୀତ କାନ, ମନ ଓ ଆତ୍ମାକୁ ଶାନ୍ତି ଦେଇଥିବାବେଳେ ଆଫ୍ରିକୀୟ ଯନ୍ତ୍ରାଂଶ ଜେମ୍ବେକୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିପ୍ରେକ୍ଷୀରେ ସଞ୍ଚାଳନ କରି ସେ ବେଶ୍‌ ପରିଚିତ ଥିବା କୁରେଶ ତାଙ୍କ ବାଦ୍ୟ ମାଧ୍ୟମରେ ଏକ ନୂତନ ଧାରା ଓ ଭିନ୍ନ ଶୈଳୀ ଉପସ୍ଥାପନା କରିଥିଲେ। ସେମାନଙ୍କ ଦ୍ୱାରା ପ୍ରଥମେ ରାଗ ଜୟ ଜୟବନ୍ତି ପରେ ଆଲାପ ଓ ବନ୍ଦିଷ ପରିବେଷିତ ହୋଇଥିଲା। ଦେବୀପ୍ରସାଦ ମିଶ୍ରଙ୍କ ଆଲୋକ ପରିକଳ୍ପନା ଏବଂ ସି. ଆନନ୍ଦ କୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ଦ୍ୱାରା କଳାକାରମାନେ ତାଙ୍କର କଳା ପ୍ରଦର୍ଶନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହାକୁ ଉଦ୍‌ଘାଟନ କରି କହିଲେ, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓଡ଼ିଶାର କଳା, ସଂସ୍କୃତି ସହ ସମ୍ପୃକ୍ତ। କଳା କାଳଜୟୀ। କଳାର ବିଲୟ ନାହିଁ କି କ୍ଷୟ ନାହିଁ। ଏହା ବିକାଶର ସ୍ବପ୍ନ ଦେଖାଏ। ଓଡ଼ିଶୀ ସଙ୍ଗୀତ, ନୃତ୍ୟର ପ୍ରଚାର ପ୍ରସାର କରିବାରେ ଗୁରୁ କେଳୁଚରଣ ମହାପାତ୍ର ଅଗ୍ରଗଣ୍ୟ ଥିଲେ ବୋଲି ସେ କହିଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଲେ, କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟର ବଡ଼ ହସ୍ତୀ ଥିଲେ। ଓଡ଼ିଶୀକୁ ବିଶ୍ୱବିଦିତ କରିବାରେ ସେ ଅନନ୍ୟ। ତାଙ୍କ ପାଇଁ ବର୍ତ୍ତମାନ ଓଡ଼ିଶୀ ନୃତ୍ୟ, ସଙ୍ଗୀତର ପ୍ରଚାର ପ୍ରସାରର ଆବଶ୍ୟକତା ପଡ଼ୁନାହିଁ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. ଆର୍‌ . ଶର୍ମା, ଏମ୍‌ଜିଏମ୍‌ ମିନେରାଲ୍ସର ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଅନୁଷ୍ଠାନର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାଣୀପ୍ରସାଦ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଥିବାବେଳେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂକଳ୍ପିତ ତଥା ପରିକଳ୍ପିତ ଏହି ଉତ୍ସବକୁ ଡ. ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ। ଏହା ୫ଦିନ ଧରି ଚାଲିବ। ଅନ୍‌ଲାଇନ୍‌ ମାଧ୍ୟମରେ ଦର୍ଶକମାନେ ସୃଜନର ଫେସ୍‌ବୁକ୍‌ ପେଜ୍‌ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ୍‌ ଷ୍ଟ୍ରିମ୍‌ ଦେଖିପାରିବେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଟକ ସହଯୋଗ କରିଥିବାବେଳେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏହାର ମିଡିଆ ପାର୍ଟନର ରହିଛନ୍ତି।
ମଙ୍ଗଳବାର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣ କରିବେ ସୁଶ୍ରୀ ସୃଷ୍ଟି ସ୍ବରୂପା ମିଶ୍ର। ତାଙ୍କୁ ମର୍ଦ୍ଦଳରେ ଗୁରୁ ଧନେଶ୍ୱର ସ୍ବାଇଁ ଓ ବେହେଲାର ସୁରମଣି ରମେଶ ଚନ୍ଦ୍ର ଦାସ ସହାୟତା କରିବେ। ଏହାପରେ ଭାରତନାଟ୍ୟମ୍‌ ପରିବେଷଣ କରିବେ ବିଦୂଷୀ ଗୀତା ଚନ୍ଦ୍ରନ ଓ ନାଟ୍ୟ ବିକାଶ ଡ୍ୟାନ୍ସ କଲେକ୍ଟିଭ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri