ହିନ୍ଦୀ ଫିଲ୍ମ ଟ୍ରେଲର ଦେଖି ରାଗିଗଲେ ସାଗରିକା

ଭୁବନେଶ୍ୱର,୫ା୩(ବ୍ୟୁରୋ): ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ ଲାଗୁ କରାଯିବା ସହ ମାର୍ଚ୍ଚ ୧ରୁ କଡ଼ାକଡ଼ି କରାଯାଇଛି। ଏହା ଲାଗୁ ହେବା ପରେ ରାଜ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ସାଧାରଣ ଲୋକ ହୁଅନ୍ତୁ କି ଖୋଦ୍‌ ପୋଲିସ କର୍ମଚାରୀ ନିୟମ ଉଲ୍ଲଂଘନ କରି ଜରିମାନା ଗଣୁଛନ୍ତି। ଏଭଳିସ୍ଥଳେ ଆଗାମୀ ଦିନରେ ରିଲିଜ ହେବାକୁ ଯାଉଥିବା ବହୁଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର୍‌ରେ ବଲିଉଡ୍‌ ଷ୍ଟାର୍‌ ଅକ୍ଷୟ କୁମାରଙ୍କୁ କିନ୍ତୁ ବିନା ହେଲମେଟ୍‌ରେ ବାଇକ୍‌ ଚଲାଉଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖି ଖପ୍ପା ହୋଇଛନ୍ତି ଭୁବନେଶ୍ବର-କଟକ ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ଏନେଇ ଟୁଇଟର୍‌ରେ ଏକ ପୋଷ୍ଟ ମାଧ୍ୟମରେ ସାଗରିକା ନିଜ ମତ ରଖିବା ସହ ବଲିଉଡ୍‌ ଉପରେ ବର୍ଷିଛନ୍ତି। କେବଳ ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାରଙ୍କ ବିନା ହେଲ୍‌ମେଟ ଫଟୋ ନୁହେଁ, ଆଉଏକ ହିନ୍ଦୀ ଫିଲ୍ମ ‘ଧୁମ୍‌-୩’ରେ ଅମୀର ଖାନ୍‌ କିଭଳି ରାସ୍ତା ମଝିରେ ବେଆଇନଭାବେ ବାଇକ୍‌ ଷ୍ଟଣ୍ଟ୍‌ ଦେଖାଉଛନ୍ତି ତାହା ମଧ୍ୟ ସେ ଉକ୍ତ ଫଟୋ ସହ ଶେୟାର କରିଛନ୍ତି।
ଟ୍ରାଫିକ୍‌ ନିୟମ ମାନିବାକୁ ନୂଆ ନୂଆ ବ୍ୟବସ୍ଥା ଆପଣାଯାଉଛି। ଏଥିପ୍ରତି ଲୋକଙ୍କୁ ସଚେତନ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ହେଲେ ଏଭଳି ସମୟରେ ବଲିଉଡ୍‌ କିନ୍ତୁ ଭୁଲ୍‌ ବାର୍ତ୍ତା ଦେଇ ଯୁବବର୍ଗଙ୍କୁ ଟ୍ରାଫିକ୍‌ ନିୟମ ପାଳନ ନ କରିବାକୁ ଏକପ୍ରକର ଉସ୍‌କାଉଛି। ‘ସୂର୍ଯ୍ୟବଂଶୀ’ର ଟ୍ରେଲର୍‌ ଇତିମଧ୍ୟରେ ରିଲିଜ୍‌ ହୋଇ କୋଟି କୋଟି ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି। ହେଲେ ଏଥିରେ ନାୟକ ଅକ୍ଷୟ କୁମାର ହେଲମେଟ୍‌ ନ ପିନ୍ଧି ବାଇକରେ ବସିବା ସହ ତାଙ୍କ ଆଗରେ ଯୁବତୀଙ୍କୁ ବସାଇ ଷ୍ଟଣ୍ଟ୍‌ ମାରୁଛନ୍ତି। ତାଙ୍କ ସହ ଅଜୟ ଦେବଗନ ଓ ରଣବୀର ସିଂଙ୍କ ଅଭିନୀତ ସୂର୍ଯ୍ୟବଂଶୀର ଏହି ଟ୍ରେଲରକୁ ଇତିମଧ୍ୟରେ ପ୍ରାୟ ୫ କୋଟି ଦର୍ଶକ ଦେଖିସାରିଥିବାବେଳେ ଏହା ସେମାନଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ସାଗରିକା ଉଲ୍ଲେଖ କରିଛନ୍ତି। ସେହିଭଳି ସାଗରିକା ଅପ୍‌ଲୋଡ୍‌ କରିଥିବା ଅନ୍ୟ ଏକ ଫଟୋରେ ଅମୀର ଖାନ୍‌ ବାଇକରେ ଷ୍ଟଣ୍ଟ୍‌ ଦେଖାଉଛନ୍ତି। ଦର୍ଶକମାନେ ଫିଲ୍ମକୁ ଦେଖି ବାସ୍ତବ ଜୀବନରେ ସେଭଳି କରିବାକୁ ଅନେକଥର ଚେଷ୍ଟା କରନ୍ତି। ପୂର୍ବରୁ ଏହାର ଅନେକ ନଜିର ମଧ୍ୟ ରହିଛି। ହେଲ୍‌ମେଟ୍‌ ନ ପିନ୍ଧି ବାଇକ୍‌ ଚଲାଇବା କିମ୍ବା ରାସ୍ତାରେ ଷ୍ଟଣ୍ଟ୍‌ ଆମ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସାଗରିକା ନିଜ ଟୁଇଟ୍‌ରେ ଇଙ୍ଗିତ କରିଛନ୍ତି। ଏଭଳି ପ୍ରସଙ୍ଗକୁ ବଲିଉଡ୍‌ ଗୁରୁତ୍ୱର ସହ ନେବାର ସମୟ ଆସିଛି। ଏକାଠି ମିଶି ରାସ୍ତାରେ ଘଟୁଥିବା ଦୁର୍ଘଟଣାକୁ ହ୍ରାସ କରିବାକୁ ସାଗରିକା କହିଛନ୍ତି। ଅନ୍ୟପକ୍ଷରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ହେବା ପରେ ଟୁଇନ୍‌ ସିଟିର ସମ୍ପୂର୍ଣ୍ଣ ଟ୍ରାଫିକ୍‌ ପରିଚାଳନା ଦାୟିତ୍ୱ ଡିସିପି ସାଗରିକା ନାଥଙ୍କ ଉପରେ ରହିଛି। ଏଭଳି ସମୟରେ ତାଙ୍କ ଟୁଇଟ ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri