ହାର୍ଟଆଟାକ୍‌ର ପୂର୍ବ ସୂଚନା…

ଅନେକ ରୋଗୀଙ୍କ କ୍ଷେତ୍ରରେ ହାର୍ଟ ଫେଲ୍ୟୁର୍‌ ବା ହାର୍ଟ ଆଟାକ୍‌ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ଏହାର ଅର୍ଥ ହେଉଛି ସମ୍ପୃକ୍ତ ରୋଗୀଙ୍କର ହାର୍ଟ ସାଧାରଣ ଭାବରେ କାର୍ଯ୍ୟ ସମ୍ପାଦନ କରିବାରେ ଅକ୍ଷମ। ହାର୍ଟ ସାଧାରଣ ଭାବରେ ରକ୍ତ ପମ୍ପି ପ୍ରକିୟାକୁ ସମ୍ପନ୍ନ କରି ପାରି ନ ଥାଏ। କୋରୋନାରୀ ହାର୍ଟ ଡିଜିଜ୍‌ କ୍ଷେତ୍ରରେ ରକ୍ତବାହୀ ଆର୍ଟିର ପଥ ଅଣଓସାରିଆ ହେବା ଅଥବା ଉଚ୍ଚ ରକ୍ତଚାପ ଭଳି କେତେକ ନିର୍ଦ୍ଦିଷ୍ଟ ଅବସ୍ଥାରେ ହୃତ୍‌ପିଣ୍ଡ ଦୁର୍ବଳ ହେବା ସହିତ ଏହାର ମାଂସପେଶୀ ଅଚଳ ହୋଇ ହୃତ୍‌ପିଣ୍ଡରେ ରକ୍ତ ପୂର୍ଣ୍ଣ କରିବା ପ୍ରକିୟା ସମ୍ଭବ ହୋଇପାରେ ନାହିଁ।  କୋରୋନାରୀ ଆର୍ଟିର ଭିତର ପାର୍ଶ୍ୱରେ ମୁଖ୍ୟତଃ କୋଲେଷ୍ଟରଲ୍‌ ଜମା ହେବା ଯୋଗୁ ଏହା ଅଣ ଓସାରିଆ ହୋଇଯାଇଥାଏ।

ହାର୍ଟ ଆଟାକ୍‌ କ୍ଷେତ୍ରରେ କେତେକ ସାଧାରଣ ଲକ୍ଷଣ ଦେଖାଯାଇଥାଏ। ସେଗୁଡିକ ହେଉଛି:

* ଛାତିରେ ଯନ୍ତ୍ରଣା: ହାର୍ଟ ପମ୍ପିରେ ବାଧା ଯୋଗୁ ଏହା ହୋଇଥାଏ।

* ବାରମ୍ବାର ନିଶ୍ୱାସ ପ୍ରଶ୍ୱାସ ନେବା ବା ଧଇଁସଇଁ ହେବା: ହାର୍ଟକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ପହଞ୍ଚି ନ ପାରିବାରୁ ଏପରି ହୋଇଥାଏ।

* ଗଳାରେ ନିୟମିତ କଫ ରହିବା: ଏହା ରକ୍ତ ସଞ୍ଚାଳନରେ ଅନିୟମିତତାକୁ ସୂଚାଇ ଥାଏ।

* ସାଧାରଣତଃ ଶୋଇବା ସମୟରେ ପାଦ, ନଳୀ ଗଣ୍ଠି ଏବଂ ଗୋଡ ଫୁଲିବା: ରକ୍ତ ସଞ୍ଚାଳନରେ ଅନିୟମିତତା ଯୋଗୁ ଶରୀରର ତଳ ଅଙ୍ଗକୁ ଆବଶ୍ୟକ ଅନୁସାରେ ରକ୍ତ ପହଞ୍ଚିପାରେ ନାହିଁ।

* ତଳିପେଟ ଫୁଲିବା ଏବଂ ଯନ୍ତ୍ରଣା ହେବା: ଏହା ମଧ୍ୟ ରକ୍ତ ସଞ୍ଚାଳନ ଯୋଗୁ ହୋଇଥାଏ।

* ଅଳ୍ପ କାମ କରେ ଥକି ଯିବା ଏବଂ ଦେହହାତ ଥରିବା: ହାର୍ଟ ପମ୍ପିରେ ଅନିୟମିତତା ଯୋଗୁ ରକ୍ତ ସଞ୍ଚାଳନ ଆବଶ୍ୟକତା ଅନୁସାରେ ନ ହେବାରୁ ଏହା ହୋଇଥାଏ।

* ପିଠିର ଉପର ଭାଗରେ ଯନ୍ତ୍ରଣା: ଏହା ଆଞ୍ଜିନା ପେନ୍‌ ଯୋଗୁ ହୋଇଥାଏ।

* ବେକରେ ରହି ରହି ଅଳ୍ପ ଯନ୍ତ୍ରଣା ହେବା: ଏହା ଆଞ୍ଜିନା ପେନ୍‌କୁ ସୂଚିତ କରିଥାଏ।
* ହାତ ଗୋଡ଼ରେ ଅଳ୍ପ ଅଳ୍ପ ଯନ୍ତ୍ରଣା ରହି ରହି ହେବା: ଏହା ରକ୍ତସଞ୍ଚାଳନରେ ଅନିୟମିତତାକୁ ସୂଚାଏ।

ହାର୍ଟ ଆଟାକ୍‌ର ଲକ୍ଷଣ ଅନୁସାରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଲେ ପରବର୍ତ୍ତୀ ଜୀବନ ଅପେକ୍ଷାକୃତ ସହଜ ଓ ସରଳ ହୋଇପାରିଥାଏ


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri