Posted inଖେଳ

ହାମିଲଟନ ଜିତିଲେ ମେକ୍ସିକାନ ଗ୍ରାଁ ପ୍ରି

ମେକ୍ସିକୋ ସିଟି, ୨୮ା୧୦ (ଏଏଫ୍‌ପି)-ମର୍ସିଡିଜ୍‌ରେ ଲୁଇସ୍‌ ହାମିଲଟନ ମେକ୍ସିକାନ ଫର୍ମୁଲା ଓ୍ବାନ ଗ୍ରାଁପ୍ରି ଜିତିିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ୧୦ମ ଟାଇଟଲ। ଫେରାରିର ସେବାଷ୍ଟିଆନ ଭେଟେଲ ଏବଂ ହାମିଲଟନଙ୍କ ଟିମ୍‌ମେଟ ଭାଲଟେରୀ ବୋଟାସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ଫେରାରିରି ଚାଲର୍‌ସ ଲେକ୍‌ରେକ୍‌ ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ଯଥାକ୍ରମେ ରେଡ୍‌ ବୁଲ୍‌ର ଆଲେକ୍ସ ଆଲବନ ଏବଂ ମାକ୍ସ ଭର୍ଷ୍ଟାପେନଙ୍କଠାରୁ ଆଗରେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ରେସ୍‌ ଆରମ୍ଭରେ ପିଟ୍‌ ଷ୍ଟପ୍‌ ଯୋଗୁ ଭର୍ଷ୍ଟାପେନ୍‌ଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ସ୍ଥାନୀୟ ହିରୋ ରେସିଂ ପଏଣ୍ଟର ସର୍ଗିଓ ପେରେଜ ସପ୍ତମ ସ୍ଥାନ ଅଧିକାର କରିଥିଲେ। ଟୋରୋ ରୋସୋର ଦୁଇ ଡ୍ରାଇଭର ପିଏରେ ଗାସ୍‌ଲି ଏବଂ ନିକୋ ହକେନବର୍ଗଙ୍କୁ ପଛରେ ପକାଇ ରେନଲ୍ଟର ଡାନିଏଲ ରିକାର୍ଡୋ ୮ମ ହୋଇଥିଲେ। ହାମିଲଟନଙ୍କ କ୍ୟାରିୟରର ଏହା ୮୩ ତମ ଟାଇଟଲ। ଅନ୍ୟପକ୍ଷରେ ମର୍ସିଡିଜର ଏହା ହେଉଛି ୧୦୦ତମ ବିଜୟ। ଆସନ୍ତା ସପ୍ତାହରେ ଟେକ୍ସାସର ଅଷ୍ଟିନ୍‌ଠାରେ ୟୁଏସ ଗ୍ରାଁ ପ୍ରି ହେବ। ଏଥିରେ ବିଜୟ ସହ ସେ ତାଙ୍କର ୬ଷ୍ଠ ଓ୍ବାଲର୍‌ଡ ଡ୍ରାଇଭର୍ସ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri