ହାତୀ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ: ସୁରକ୍ଷା, କ୍ଷତିପୂରଣ ଦାବି

ଢେଙ୍କାନାଳ ଅଫିସ, ୧୩।୯-ହାତୀ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଛନ୍ତି ପରଜଙ୍ଗ ବ୍ଲକବାସୀ। ଦୀର୍ଘ ୪ବର୍ଷ ହେଲା ଅଞ୍ଚଳରେ ହାତୀପଲ ଫସଲ ନଷ୍ଟ କରି ଚାଲିଛନ୍ତି। ଏଥିରେ ବ୍ୟାପକ ଧନଜୀବନ ହାନି ହେଲାଣି। ଏହାର ପ୍ରତିକାର ଏବଂ ଉପଦ୍ରୁତ ଅଞ୍ଚଳବାସୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ୬ଦଫା ଦାବି ନେଇ ସ୍ଥାନୀୟ ଆଞ୍ଚଳିକ ଚାଷୀ ସୁରକ୍ଷା ମଞ୍ଚ ଗୁରୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛି।
ହାତୀ ଆକ୍ରମଣରେ ମୃତ ଏବଂ ଆହତଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି, ହାତୀ ଉପଦ୍ରୁତ ଅଞ୍ଚଳରେ ସୋଲାର ବାଡ଼ ନିର୍ମାଣ, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ରାସ୍ତାକଡ଼ରୁ ବୁଦୁବୁଦିଆ ଜଙ୍ଗଲ ସଫା, ଘର ଭାଙ୍ଗିଥିବା ପରିବାରକୁ ଆବାସ ଯୋଜନାରେ ସାମିଲ, ଫସଲ ନଷ୍ଟ ଲାଗି ଆର୍ଥିକ ସହାୟତା, ଅନ୍‌ଲାଇନ୍‌ ମାଧ୍ୟମରେ ଦରଖାସ୍ତ ଆବେଦନ ବ୍ୟବସ୍ଥା କରିବା ପ୍ରମୁଖ ଦାବିପତ୍ରରେ ଉଲ୍ଲେଖ ରହିଛି।
ହାତୀ ଉପଦ୍ରବରୁ ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେବାକୁ ଡମୋଳ ଗ୍ରାମର ରଞ୍ଜନ କୁମାର ରାଉତ, ଲୋଧଣି ଗ୍ରାମ ସଭାପତି ଶ୍ରୀନିବାସ ସାହୁ, ପାଳସାହିର ଯୁଧିଷ୍ଠିର ବିଶ୍ୱାଳ, ପୂର୍ବତନ ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ପାଣିଭଣ୍ଡାର ଗ୍ରାମର ପୀତବାସ ପରିଡ଼ା, ବାଉରୀବନ୍ଧୁ ଖିଲାର, ସନ୍ତୋଷ କୁମାର ବିଶ୍ୱାଳ, କାର୍ତ୍ତିକେଶ୍ୱର ପ୍ରଧାନ, ସୁବଳ ରାଉତ, ମାନସ କୁମାର ପରିଡ଼ା ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ହାଇ-ଏଥାନଲ ପେଟ୍ରୋଲରୁ ଏକ୍ସସାଇଜ ଡ୍ୟୁଟି ସମ୍ପୂର୍ଣ୍ଣ ଛାଡ଼

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆ (West Asia)ରେ ଜାରି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା କାରଣରୁ ବିଶ୍ୱ ଶକ୍ତି ବଜାର (Global Energy Market)ରେ ସୃଷ୍ଟି ହୋଇଥିବା ହାହାକାର…

ଆସୁଛି ରଜ: ହେଲେ ଦରମା ପାଇବାରୁ ବଞ୍ଚିତ ଶିକ୍ଷୟିତ୍ରୀ-ଶିକ୍ଷକ

ପଟାଙ୍ଗି,୧୧ା୬(ଶରତ କୁମାର ଧଳ): ଆଉ କିଛିଦିନ ପରେ ରଜ। ଏହିପରି ସ୍ଥିତିରେ ଏସ୍‌ଏସ୍‌ଏ ଅନୁଦାନରୁ ପାଉଥିବା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ…

ମାସେ ତଳେ ଫୁଲ ତୋଳିବାକୁ ଯାଉ ଆଉ ଫେରି ନ ଥିଲେ ସୁନ୍ଦରୀ: କେନାଲରୁ ମିଳିଲା…

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ଖବର…

ଭାରତ ଉପରେ ମାଡ଼ିଆସୁଛି ବଡ଼ ସଙ୍କଟ: ହର୍ମୁଜ ପ୍ରଣାଳୀ ବନ୍ଦ ପରେ ଏବେ ବଢିବ…

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆରେ ଉତ୍ତେଜନା ଏବଂ ସଙ୍କଟ ବିଶ୍ୱବ୍ୟାପୀ ଅସ୍ଥିରତା ସୃଷ୍ଟି କରିଛ ଭାରତ ଏହି ପରିସ୍ଥିତିରୁ ମୁକ୍ତ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା, ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଫାଇଲ ଗାଏବ

ଭୁବନେଶ୍ୱର,୧୧।୬ (ପ୍ରସନଜିତ୍‌ ସାହୁ): କନ୍ଧମାଳ ଜଲେଶପେଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାକୁ ନେଇ ଏ. ଏସ୍‌. ନାଇଡୁ କମିଶନ ତଦନ୍ତ କରି ସରକାରଙ୍କୁ ରିପୋର୍ଟ…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବ୍ଲକ ମୁଖ୍ୟ ଉନ୍ନୟନ ଅଧିକାରୀ

ଲାଞ୍ଜିଗଡ଼,୧୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ-ଜନମନ ଗୃହ ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

୩୦୦ କିଲୋ ମାଛ, ୬,୦୦୦ କମଳା ଧରି ଫିଫା ବିଶ୍ୱକପ୍‌ରେ ପହଞ୍ଚିଲା ଏହି ଦେଶ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୬: ଫିଫା ବିଶ୍ୱକପ (FIFA ବିଶ୍ୱକପ ୨୦୨୬)ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏଥର ମୋଟ ୪୮ଟି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri