Posted inଖେଳ

ହାଇଦ୍ରାବାଦ ବିପକ୍ଷରେ ଧୋନୀଙ୍କୁ ବିଶ୍ରାମ

ହାଇଦ୍ରାବାଦ, ୧୭।୪ (ପି.ଟି.)- ୨୦୧୦ ପରଠାରୁ ପ୍ରଥମଥର ପାଇଁ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଇନାହାନ୍ତି। ବୁଧବାର ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ଅନୁପସ୍ଥିତିରେ ସୁରେଶ ରାଇନା ଦଳର ନେତୃତ୍ୱ ନେଇଛନ୍ତି। ଧୋନୀ ବିଶ୍ରାମ ନେବାକୁ ଚାହୁଁଥିଲେ ଓ ସେ ପରବର୍ତ୍ତୀ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଇନା କହିଛନ୍ତି। ଆଘାତ ସମସ୍ୟାକୁ ଏଡାଇବା ପାଇଁ ସେ ଆଗୁଆ ଏପରି ନିଷ୍ପତ୍ତି ନେଇଛନ୍ତି। ଗତ କୋଲକାତା ବିପକ୍ଷ ମ୍ୟାଚ ଖେଳିବା ଅବସରରେ ସେ ପିଠିରେ ଆଘାତ ପାଇଥିଲେ। ତେବେ ଏହା ଗୁରୁତର ହୋଇ ନ ଥିଲେ ମଧ୍ୟ ସେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ତରଫରୁ ସୂଚନା ଦିଆଯାଇଛି। ମ୍ୟାଚ୍‌ ପୂର୍ବରୁ ଧୋନୀ ଫୁଟବଲ ଖେଳିଥିବାର ଦେଖାଯାଇଥିଲା। ଏହା ପରେ ରାଇନା ଟସ୍‌ ପକାଇବାକୁ ଆସିଥିଲେ। ଆଇପିଏଲ୍‌ରେ ଚତୁର୍ଥଥର ପାଇଁ ଧୋନୀ କୌଣସି ମ୍ୟାଚ୍‌ ଖେଳୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଏସ୍‌ଏଲ ଅର୍ଥ ଫେରାଇବେ ଉମର ଆକମଲ

କରାଚୀ,୨୮।୨(ପି.ଟି.)- ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ସ୍ପଟ ଫିକ୍ସିଂ ପାଇଁ ପ୍ରସ୍ତାବ ମିଳିଥିଲା। କିନ୍ତୁ ରିପୋର୍ଟ କରିବାରେ ବିଫଳ ହେବାରୁ ବାସନ୍ଦ ହୋଇଛନ୍ତି। ଏଥିଯୋଗୁ ସେ...

ବୁକ୍‌ମେକର୍ସଙ୍କ ଫେଭରାଇଟ୍‌ ଭାରତ

ଲଣ୍ଡନ, ୮ା୭ (ପି.ଟି.)- ବୁକ୍‌ ମେକର୍ସଙ୍କ ଦୃଷ୍ଟିରେ ଏଥର ଭାରତ ଜgିତିବ ଆଇସିସି ବିଶ୍ୱକପ୍‌। ରାଉଣ୍ଡ ରବିନ ପର୍ଯ୍ୟାୟରେ ଏହି ଦଳ ୯ଟି ମ୍ୟାଚରୁ ୭ଟିରେ...

କ୍ୱାର୍ଟରରେ ପ୍ରଣୟ-ସୌରଭ

ଫୁଲେର୍ଟନ(ଆମେରିକା),୧୨।୭(ପିଟି)- ଏଚ୍‌.ଏସ୍‌. ପ୍ରଣୟ ଓ ସୌରଭ ବର୍ମା ଏଠାରେ ଚାଲିଥିବା ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭଟିବେ।...

ଥାଇଲାଣ୍ଡ ଓପନରୁ ସାଇନାଙ୍କ ବିଦାୟ

ବ୍ୟାଙ୍କକ୍‌, ୧।୮ (ପି.ଟି.)- ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ପରାଜୟ ସହ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।...

ଦେଶ ପାଇଁ ପିତାଙ୍କ ଶେଷଦର୍ଶନ କରିପାରି ନ ଥିଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୯।୧୨: ପିତାଙ୍କ ଛାୟା ମୁଣ୍ଡ ଉପରୁ ଉଠିଗଲେ ଯେକୌଣସି ବ୍ୟକ୍ତି ଭାଙ୍ଗିଯାଏ। ଏହି ଦୁଃଖରୁ ମୁକ୍ତି ପାଇବା ପ୍ରାୟ ଅସମ୍ଭବ । ତଥାପି, କିଛି ବିଶେଷ...

୧୧ ବର୍ଷ ତଳେ ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ୍‌,୩।୩: ପାକିସ୍ତାନକୁ ଯାଇଥିବା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୧୧ ବର୍ଷ ବିତିଛି। ୨୦୦୯ ମାର୍ଚ୍ଚ ୩ରେ ଲାହୋରସ୍ଥିତ...

ପେସାରେ କ’ଣ କରନ୍ତି ଏହିସବୁ କ୍ରିକେଟଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟରଙ୍କ ସ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ଆସନ୍ତୁ ଜାଣିବା କିଛି କ୍ରିକେଟରଙ୍କ ସ୍ତ୍ରୀ ପେସାରେ କ’ଣ କରନ୍ତି।...

ନାଡାରେ ସାମିଲ ହେଲା ବିସିସିଆଇ

ନୂଆଦିଲ୍ଲୀ,୯।୮- ଦୀର୍ଘଦିନ ଧରି ମନାକରିବା ପରେ ଦେଶରେ କ୍ରିକେଟର ପରିଚାଳନା କରୁଥିବା ବିସିସିଆଇ ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା (ନାଡା) ପରିସର ଅନ୍ତର୍ଭୁକ୍ତ ହୋଇଛି। ଆର୍ଥିକ...

Advertisement


Archives

Model This Week