Posted inଖେଳ

ହାଇଦ୍ରାବାଦର ସହଜ ବିଜୟ

ହାଇଦ୍ରାବାଦ, ୧୮।୪ (ପି.ଟି.)- ଘରୋଇ ପରିବେଶରୁ ଫାଇଦା ଉଠାଇ କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୩ତମ ମ୍ୟାଚ୍‌ରେ ଟେବୁଲ ଟପ୍ପର ଚେନ୍ନାଇ ସୁପର କିଙ୍ଗ୍ସକୁ ୧୯ଟି ବଲ ବାକିଥାଇ ୬ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏହି ଲୋ- ସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୫ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ୧୬.୫ ଓଭରରେ ୪ ଉଇକେଟ ହରାଇ ୧୩୭ ରନ କରି ବିଜୟ ହାସଲ କରିଥିଲା। ଏଥିସହ ହାଇଦ୍ରାବାଦ ୮ଟି ମ୍ୟାଚ୍‌ ଖେଳି ୪ ଲେଖାଏ ବିଜୟ ଓ ପରାଜୟ ସହ ୮ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନ ଅଧିକାର କରିଛି। ଅନ୍ୟପଟେ ପରାଜୟ ସତ୍ତ୍ୱେ ଚେନ୍ନାଇ ଶୀର୍ଷ ସ୍ଥାନ ବଜାୟ ରଖିଛି। ଚେନ୍ନାଇ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳି ୭ ବିଜୟ ଓ ୨ ପରାଜୟ ସହ ତାଲିକାର ୧ ନମ୍ବର ସ୍ଥାନରେ ରହିଛି। ଦ୍ରୁତ ୫୦ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ହାଇଦ୍ରାବାଦ ଓପନର ଡେଭିଡ ଓ୍ବାର୍ନର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୩୩ ରନ ଛୋଟିଆ ଟାର୍ଗେଟର ପିଛା କରି ହାଇଦ୍ରାବାଦ ସହଜରେ ବାଜି ମାରିଥିଲା। ଦୁଇ ତାରକା ତଥା ବିସ୍ଫୋରକ ଓପନର ଜନୀ ବେୟାରଷ୍ଟୋ ଓ ଓ୍ବାର୍ନର ପୁଣିଥରେ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଦୃଢ ମୁଳଦୁଆ ପ୍ରଦାନ କରିଥିଲେ। ଓପନିଂ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୩୪ ବଲରୁ ଦ୍ରୁତ ୬୬ ରନ ସଂଗ୍ରହ କରିଥିଲେ। ୨୫ ବଲରୁ ୧୦ ଚୌକା ସହ ଓ୍ବାର୍ନର ୫୦ରନର ଅର୍ଦ୍ଧଶତକୀୟ ପାଳି ଖେଳି ଦୀପକ ଚହରଙ୍କ ଦ୍ୱାରା ଆଉଟ ହୋଇଥିଲେ। ତେବେ ଏହାପରେ ଅଧିନାୟକ କେନ୍‌ ଓ୍ବିଲିୟମସନ ୩ ଓ ଅଲରାଉଣ୍ଡର ବିଜୟ ଶଙ୍କର ୭ ରନ କରି ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ଦ୍ୱାରା ଆଉଟ ହୋଇଥିଲେ। ଦୀପକ ହୁଦା ୧୩ ରନ କରିଥିବାବେଳେ କର୍ନ ଶର୍ମାଙ୍କ ଶିକାର ହୋଇଥିଲେ। ବେୟାରଷ୍ଟୋ ୪୪ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୩ ଛକା ସହ ୬୧ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ୟୁସୁଫ ପଠାନ ବିନା ସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ଚେନ୍ନାଇ ତରଫରୁ ତାହିର ୨, ଦୀପକ ଓ କର୍ନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଚେନ୍ନାଇ ଭଲ ଆରମ୍ଭ କରିଥିଲା। ତେବେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ବଡ଼ ସ୍କୋର କରିପାରି ନ ଥିଲା। ନିୟମିତ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତି ଅନୁଭୂତ ହୋଇଥିଲା। ଓପନିଂ ଯୋଡିରେ ଶେନ ଓ୍ବାଟସନ ଓ ଫାଫ୍‌ ଡୁପ୍ଲେସି ୫୯ ବଲରେ ୭୯ ରନ ସଂଗ୍ରହ କରିଥିଲେ। ଓ୍ବାଟସନ ୩୧(୨୯ ବଲ, ୪ ଚୌକା) ଓ ଡୁପ୍ଲେସି ୪୫ (୩୧ ବଲ, ୩ ଚୌକା, ୩ ଛକା) ରନ କରି ଆଉଟ ହେବା ପରେ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। କାମଚଳା ଅଧିନାୟକ ସୁରେଶ ରାଇନା ୧୩ ବଲରୁ ୨ ଚୌକା ସହ ମାତ୍ର ୧୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଦର ଯାଦବ ୧ ରନ କରି ଆଉଟ୍‌ ହୋଇଥିବାବେଳେ ଉଇକେଟକିପର ବ୍ୟାଟ୍ସମ୍ୟାନ ସାମ ବିଲିଙ୍ଗ୍ସ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ତେବେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ୨୧ ବଲରୁ ୨ ଚୌକା ୨୫ ଓ ରବୀନ୍ଦ୍ର ଜାଡେଜା ୨୦ଟି ବଲ ଖେଳି ମନ୍ଥର ୧୦ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ଆଫଗାନ ତାରକା ସ୍ପିନର ରସିଦ ଖାଁ ୨, ଖଲିଲ ଅହମ୍ମଦ, ଶାହାବାଜ ନଦିମ୍‌ ଓ ବିଜୟ ଶଙ୍କର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୧୩୨/୫
(ଡୁପ୍ଲେସି- ୪୫, ଓ୍ବାଟସନ- ୩୧, ରାୟୁଡୁ- ୨୫*, ରସିଦ- ୨/୧୭, ଖଲିଲ- ୧/୨୨, ନଦିମ୍‌- ୧/୨୪, ଶଙ୍କର- ୧/ ୧୧)।
ସନରାଇଜର୍ସ ହାଇଦ୍ରାବାଦ ୧୬.୫ ଓଭରରେ ୧୩୭/୪
(ବେୟାରଷ୍ଟୋ- ୬୧*, ଓ୍ବାର୍ନର- ୫୦, ତାହିର- ୨/୨୦, ଚହର- ୧/୩୧, କର୍ନ- ୧/୩୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେହିଦି ହାସନ ବାଂଲାଦେଶ ଦିନିକିଆ ଅଧିନାୟକ

ଢାକା,୧୨ା୬: ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଗୁରୁବାର ମେହିଦି ହାସନ ମିରାଜଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତାଙ୍କ ଆଗାମୀ ୧୨ ମାସ ପାଇଁ...

ବେଙ୍ଗାଲୁରୁ ଦଳାଚକଟା: ଆର୍‌ସିବି କର୍ମଚାରୀଙ୍କୁ ମିଳିଲା ଆନ୍ତରୀଣ ଜାମିନ

ବେଙ୍ଗାଲୁରୁ,୧୨ା୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ମାର୍କେଟିଂ ଓ ରାଜସ୍ବ ମୁଖ୍ୟ ନିଖିଲ ସୋସାଲେଙ୍କୁ ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ହେଲେ...

ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ରାତି ବିତାଇଛି… ଏହି କ୍ରିକେଟରଙ୍କ ମନ୍ତବ୍ୟକୁ ନେଇ ଖେଳିଗଲା ହଇଚଇ

ନୂଆଦିଲ୍ଲୀ,୧୨।୬: ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ବହୁତ ମଜା କରନ୍ତି। ସେମାନେ ସବୁବେଳେ ନିଜ ଜୀବନକୁ ଉପଭୋଗ କରନ୍ତି। ସେମାନଙ୍କ ସଂସ୍କୃତି ମଧ୍ୟ ସେମାନଙ୍କୁ ଏହିପରି ଉପଭୋଗ କରିବାର...

ଲର୍ଡସ୍ ଗ୍ରାଉଣ୍ଡରେ ଡନ୍ ବ୍ରାଡମ୍ୟାନଙ୍କ ୧୪୧ ବର୍ଷର ରେକର୍ଡ ଭାଙ୍ଗିଲେ ଷ୍ଟିଭ୍ ସ୍ମିଥ୍, କଲେ ବଡ଼ କାରନାମା

ନୂଆଦିଲ୍ଲୀ,୧୧।୬: ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟର ଷ୍ଟିଭ୍ ସ୍ମିଥ୍ ଦକ୍ଷିଣ ଆଫ୍ରିକା ବିପକ୍ଷେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (WTC) ଫାଇନାଲର ପ୍ରଥମ ଦିନରେ ଐତିହାସିକ ଲର୍ଡସ୍ କ୍ରିକେଟ୍...

RCB ଟିମ୍‌ କିଣିବେ ଡିକେ ଶିବକୁମାର? ନିଜେ ଦେଲେ ଏହାର ଜବାବ…

ମୁମ୍ବାଇ,୧୧।୬: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆରସିବି ଫ୍ରାଞ୍ଚାଇଜ କିଣିବା ଗୁଜବ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଲୋକଙ୍କ ଭାବନାକୁ...

ଅବସରର ଗୋଟିଏ ଦିନ ପରେ ପୁରନଙ୍କୁ ବଡ଼ ଦାୟିତ୍ୱ ଦେଲା ଅମ୍ବାନୀ ପରିବାର

ମୁମ୍ବାଇ,୧୧।୬: ୱେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ତାଙ୍କ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କୁ ମାତ୍ର ୨୯ ବର୍ଷ। ଏତେ କମ...

ବଡ଼ ମାଇଲଖୁଣ୍ଟ ହାସଲ କଲେ ବିରାଟ କୋହଲି: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ପଡ଼ିଆରେ ତାଙ୍କ ବ୍ୟାଟିଂର ସବୁଠି ଚର୍ଚ୍ଚା ହେଉଥିବା...

ଏବେ ଇଂଲଣ୍ଡ ଟିମ୍‌ରୁ ଖେଳିବେ ଟିମ୍‌ ଇଣ୍ଡିଆର ଏହି  ଓପନିଂ ବ୍ୟାଟ୍ସମ୍ୟାନ! କହିଲେ ପୂରଣ ହେଲା ସ୍ବପ୍ନ 

ନୂଆଦିଲ୍ଲୀ,୧୦।୬: ଆଇପିଏଲ୍‌ ଶେଷ ହେବା ପରେ ଟିମ୍‌ ଇଣ୍ଡିଆ ଏବେ ଇଂଲଣ୍ଡରେ ଅଛି। ଏଠାରେ ଦଳ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri