ହାଇକୋର୍ଟରେ ବିଚାରପତି ଚୟନ ବିବାଦ: ପ୍ରଧାନ ବିଚାରପତିଙ୍କ ପରାମର୍ଶକୁ ଗ୍ରହଣ କଲାନି ହାଇକୋର୍ଟ ବାର୍‌

କଟକ ଅଫିସ, ୨୭ା୬: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପରାମର୍ଶକୁ ହାଇକୋର୍ଟ ବାର୍‌ ଗ୍ରହଣ କଲାନି। ଜୁନ୍‌ ୧୭ରୁ ଆରମ୍ଭ ହୋଇଥିବା ନିର୍ଦ୍ଦିଷ୍ଟ କେତୋଟି କୋର୍ଟ ବର୍ଜନ କାର୍ଯ୍ୟ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁଲାଇ ୩ରେ ସାଧାରଣ ପରିଷଦ ବୈଠକ ବସିବ। ବୈଠକର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି। ବୁଧବାର ହାଇକୋର୍ଟ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଥାଉ କି, ହାଇକୋର୍ଟ ବାହାରୁ ବିଚାରପତି ଚୟନ କରାଯାଇଥିବା ଅଭିଯୋଗ କରି ହାଇକୋର୍ଟ ବାର୍‌ର ୩ ଜଣ ବରିଷ୍ଠ ବିଚାରପତିଙ୍କ କୋର୍ଟ କାର୍ଯ୍ୟକୁ ଜୁନ୍‌ ୧୭ରୁ ବର୍ଜନ କରି ଆସିଛନ୍ତି। ଇତିମଧ୍ୟରେ ବାର୍‌ର ଏକ ପ୍ରତିନିଧି ମଣ୍ଡଳି ଗତ ଶନିବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଭେଟି ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣାଇଥିଲେ। ମାତ୍ର ବିଚାରପତିମାନେ କୋର୍ଟ ବର୍ଜନ ନ କରିବାକୁ ପ୍ରଧାନ ବିଚରାପତି ହାଇକୋର୍ଟ ବାର୍‌କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ BSNLର ଦମଦାର୍‌ ଅଫର୍‌, ଟଙ୍କାଟେ ବି ଦବାକୁ ପଡିବନି ମାଗଣା ମିଳିବ ଇଣ୍ଟରନେଟ୍‌

ନୂଆଦିଲ୍ଲୀ,୩।୧: ନୂତନ ବର୍ଷ ଆରମ୍ଭରେ ସରକାରୀ ଟେଲିକମ କମ୍ପାନୀ BSNL ତାର ଗ୍ରାହକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇଛି। ଜାନୁଆରୀ 1, 2026 ଠାରୁ, BSNL...

ଭୋଟର ତାଲିକାରେ ଅନିୟମିତତା, ୪ ସରକାରୀ କର୍ମଚାରୀ ନିଲମ୍ବିତ

କୋଲକାତା,୩।୧: ପଶ୍ଚିମବଙ୍ଗରେ ଭୋଟର ତାଲିକା ଅନିୟମିତତାର ଏକ ପୁରୁଣା ମାମଲାରେ ଭାରତୀୟ ନିର୍ବାଚନ କମିଶନ (ECI) ପୁଣି ଥରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭୋଟର...

ଘୁମୁସର ବନଖଣ୍ଡରେ ୭ ପର୍ଯ୍ୟନ୍ତ ବାଘ ଗଣନା: ବାଘର ପାଦ ଚିହ୍ନ…

ଭଞ୍ଜନଗର,୩।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧୀନରେ ଥିବା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ, ଘୁମୁସର ଦକ୍ଷିଣ ବନଖଣ୍ଡ, ବଉଦ,...

ନିଶାରେ ତିରୁପତି ମନ୍ଦିର ଉପରକୁ ଚଢ଼ିଗଲେ ବ୍ୟକ୍ତି, କହିଲେ ମଦ ନଦେଲେ…

ନୂଆଦିଲ୍ଲୀ,୩।୧:  ଆନ୍ଧ୍ରପ୍ରଦେଶର ତିରୁପତି ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସହରରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀ ଗୋବିନ୍ଦରାଜସ୍ୱାମୀ ମନ୍ଦିରର ଗୋପୁରମ ଶିଖର ଉପରେ...

ରୁପାଲି ଛକରେ ଭୟଙ୍କର ଦୁର୍ଘଟଣା: ଆମ ବସ୍‌ ନେଲା ଜୀବନ

ଭୁବନେଶ୍ୱର,୩।୧: ପୁଣି ଆମ ବସ୍‌ ନେଲା ଜୀବନ। ଭୁବନେଶ୍ୱର ରୁପାଲି ଛକ ଟ୍ରାଫିକ୍‌ ଉପରେ ଶନିବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଅଟୋ ପଛରୁ ପିଟିଲା...

ପୋତାଗଡ଼ ମହୋତ୍ସବ ପାଇଁ ବାଟ ଫିଟିଲା, ପ୍ରତିଶ୍ରୁତି ଦେଇ ଜିଲାପାଳ କହିଲେ…

ଗଞ୍ଜାମ,୩ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ନିକଟରେ ଐତିହାସିକ ପୋତାଗଡ଼ ଅବସ୍ଥିତ। ଦୀର୍ଘଦିନ ଧରି ବନ୍ଦ ହୋଇଥିବା ଐତିହାସିକ ପୋତାଗଡ଼ ମହୋତ୍ସବ ଅନୁଷ୍ଠିତ ହେବା ପାଇଁ ବାଟ...

ଆଜି ସୁନାରେ ସଜେଇ ହେବେ ଶ୍ରୀଜିଉ: ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ ଦର୍ଶନ

ପୁରୀ,୩।୧: ଆଜି ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି। ୧୦୮ ଗରା ଘିଅ ମିଶ୍ରିତ ଜଳରେ ଅଭିଷେକ ହେବେ ମହାପ୍ରଭୁ। ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ...

ଭୂତ ଛଡ଼ାଉ ଛଡ଼ାଉ ଯୁବତୀ ମୃତ, କୋର୍ଟ ଶୁଣାଇଲେ ୩ ବର୍ଷ କାରାଦଣ୍ଡ

ବେଜିଂ,୩।୧: ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଦକ୍ଷିଣ ଚାଇନାର ଏକ କୋର୍ଟ ଜଣେ ମହିଳାଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri