Posted inଜାତୀୟ

ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନୟୁରେ ତେଜିଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀମାନେ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି। ସୋମବାର ଜେଏନୟୁର ସମାବର୍ତ୍ତନ ଉତ୍ସବ ଚାଲିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗ ଦେଇଛନ୍ତି। ଏହାସତ୍ତ୍ୱେ ଛାତ୍ରୀଛାତ୍ରମାନେ କ୍ୟାମ୍ପସ ବାହାରେ ପ୍ରତିବାଦ କରିଛନ୍ତି। ପୋଲିସ ସେମାନଙ୍କୁ ରୋକିବାକୁ ଯାଇ ବାରିକେଡ ବସାଇଥିଲା। କିନ୍ତୁ ଛାତ୍ରୀଛାତ୍ରମାନେ ଏହାକୁ ମାନ ଥିଲେ। ଫଳରେ ପୋଲିସ ଓ ଛାତ୍ରୀଛାତ୍ରଙ୍କ ସହ ସଂଘର୍ଷ ହୋଇଥିଲା। ବିନା କୌଣସି ଆଲୋଚନାରେ ହଷ୍ଟେଲ ଫି’ ବୃଦ୍ଧି କରାଯାଇଛି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଛାତ୍ରୀଛାତ୍ର ପ୍ରସ୍ତାବ ଦେଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି  ସେମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଚୁ ନାଚୁ ଚାଲିଗଲା ଜୀବନ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ଶିବାନୀ ଜିଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଜଣେ ୩୦ ବର୍ଷୀୟ ଯୁବକଙ୍କ ନାଚୁଥିବା ସମୟରେ ମୃତ୍ୟୁ...

ବିହାରରେ ଦୁଇଟି ରାଲି କରିବେ ରାହୁଲ

ନୂଆଦିଲ୍ଲୀ,୧୭ ।୧୦: ବିହାର ରାଜନୀତି ଏବେ ସରଗରମ । ଅକ୍ଟୋବର ୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସବୁଦଳ...

ଗୁଜରାଟ ବ୍ୟବସାୟୀଙ୍କ ସ୍ବାର୍ଥରେ ଭାଜପା

ଗୁଆହାଟୀ,୧୫ା୨: ଗୁଜରାଟର ବ୍ୟବସାୟୀମାନଙ୍କ ସ୍ବାର୍ଥ ପାଇଁ ଭାଜପା କାମ କରୁଛି। ଆସାମର ସମ୍ପତ୍ତିକୁ ଗୁଜରାଟ ବ୍ୟବସାୟୀ ଯେପରି ଚୋରି କରିପାରିବେ ସେଥିଲାଗି ରାଜ୍ୟରେ ବିଭାଜନ ଉଦ୍ୟମ...

ନଡ଼ିଆ ଷଢ଼େଇ ଗଛରେ ଟାଙ୍ଗି ପକ୍ଷୀଙ୍କୁ ଖାଦ୍ୟ-ପାନୀୟ ଦେଉଛନ୍ତି ଛାତ୍ରୀଛାତ୍ର

ବେଙ୍ଗାଲୁରୁ,୧୪।୨: ଦକ୍ଷିଣ କନ୍ନଡରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ସ୍କୁଲ ନିକଟରେ ଥିବା ଗଛରେ ନଡିଆ ଷଢ଼େଇ ଟାଙ୍କି ପକ୍ଷୀମାନଙ୍କୁ ଖାଦ୍ୟ ପାନୀୟ ଦେଉଥିବା...

ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଚଣ୍ଡିଗଡ଼,୨୯।୮: ହରିୟାଣାର ବଲ୍ଲଭଗଡ଼ର ଆସୋଟିଠାରେ ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସକାଳ ୭ଟା ୪୩ରେ ଏକ୍ସପ୍ରେସ୍‌ର ବ୍ରେକ୍‌ ବାଉଣ୍ଡିଙ୍ଗ୍‌ରେ ନିଆଁ ଲାଗିଥିବା ରେଳବିଭାଗ ପକ୍ଷରୁ...

ପ୍ରବାସୀ ଶ୍ରମିକଙ୍କ ପାଇଁ ୬୮ ହଜାର ଟଙ୍କାର ବିମାନ ଟିକେଟ କଲେ କୃଷକ

ଅନେକ ବ୍ୟକ୍ତି ଅଛନ୍ତି ସେମାନେ ଅନ୍ୟର ସୁଖ ଦୁଃଖରେ ଭାଗୀଦାର ହୋଇଥାନ୍ତି। କୌଣସି ମଣିଷର ଅସୁବିଧା ଦେଖିଲେ ଏହି ବ୍ୟକ୍ତିମାନେ ଆଦୌ ରହିପାରନ୍ତି ନାହିଁ ।...

ଗର୍ଭବତୀ ମହିଳା ଅଦା ଚା’ ପିଇବା ହାନିକାରକ

ଗର୍ଭବତୀ ମହିଳାଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟ, ହାଲ୍‌କା ବ୍ୟାୟାମ୍‌ ଦ୍ୱାରା ଜଣେ ମହିଳା ସୁସ୍ଥସବଳ ଶିଶୁକୁ ଜନ୍ମ ଦେଇଥାଏ। ଗର୍ଭଧାରଣ...

କେନ୍ଦ୍ର ଟାର୍ଗେଟରେ ମହିଳା ଭୋଟର

ନୂଆଦିଲ୍ଲୀ,୨୪।୩ : ପାନୀୟ ଜଳ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଏହା ପ୍ରତ୍ୟେକ ନାଗରିକଙ୍କ ଏକ ମୌଳିକ ଆବଶ୍ୟକତା। ଭାରତ ବିଶ୍ୱ କ୍ଷେତ୍ରଫଳର ୧୮% ହୋଇଥିଲେ...

Advertisement


Archives

Model This Week