ହଦଗଡ ଜବାହର ନବୋଦୟ ବିଦ୍ୟାଳୟ: ହେଉନି ଭିତ୍ତିଭୂମିର ବିକାଶ

ହାଟଡିହୀ,୧୬ା୧୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ ପଞ୍ଚାୟତ ବଣପାହାଡ ଘେରାରେ ଜବାହର ନବୋଦୟ ବିଦ୍ୟାଳୟ ୧୯୮୬ରେ ଆରମ୍ଭ ହେବାପରଠାରୁ ବିଭିନ୍ନ ସମସ୍ୟା ନେଇ ଗତି କରିଚାଲିଛି। ଏହି ବିଦ୍ୟାଳୟ ହଦଗଡ ହସ୍ତୀ ଅଭୟାରଣ୍ୟ ଓ ହଦଗଡ ଡ୍ୟାମକୁ ଲାଗିରହିଛି। ବିଦ୍ୟାଳୟ ମଝିରେ ସର୍ବସାଧାରଣଙ୍କ ଯାତାୟାତ ରାସ୍ତା ରହିଛି। ଏହି ରାସ୍ତା ହଦଗଡ ଡ୍ୟାମକୁ ସଂଯୋଗ କରୁଛି ଏଣୁ ଡ୍ୟାମକୁ ଯାଉଥିବା ପର୍ଯ୍ୟଟକ ଓ ଅନ୍ୟମାନେ ଶିକ୍ଷାନୁଷ୍ଠାନ ଦେଇ ବେପରୁଆ ଗାଡିଚାଳନା କରିଯିବାସହ ବିଦ୍ୟାଳୟ ପରିସରରେ ଗାଡି ପାର୍କିଙ୍ଗ କରୁଛନ୍ତି। ଫଳରେ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଏଠାରେ ନିର୍ମିତ ବାଳିକା ହଷ୍ଟେଲ ହଦଗଡ ଜଙ୍ଗଲ ପାହାଡ଼ ପାଦଦେଶକୁ ସଂଲଗ୍ନ କରୁଛି। ବିଦ୍ୟାଳୟର ସୁରକ୍ଷା ପାଚେରି ନଥିବାରୁ ବନ୍ୟ ଜନ୍ତୁମାନେ ବିଭିନ୍ନ ସମୟରେ ପଶିଆସୁଛନ୍ତି। ଏପରକି ବହୁଥର ହାତୀ ବିଦ୍ୟାଳୟ ପରିସର ଭିତରକୁ ଆସି ଡ୍ରେନ ଓ ଗଛ ଭାଙ୍ଗିଥିବା କାରଣରୁ ଅଭିଭାବକ, ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଚିନ୍ତା ପ୍ରକଟ କରିଛନ୍ତି।
ଉଲ୍ଲେଖନୀୟ ଯେ, ଏଠାରୁ ବହୁ ଛାତ୍ରୀଛାତ୍ର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରେକର୍ଡ କରିଥିବା ବେଳେ ଭିତ୍ତିଭୂମିର ବିକାଶ ପ୍ରତି କୌଣସି ଗୁରୁତ୍ୱ ଦିଆଯାଉନାହିଁ। ବିଦ୍ୟାଳୟ ପରିସରରେ ୨ଟି ପରିତ୍ୟକ୍ତ ଭଙ୍ଗା ଘର ବିପଦସଙ୍କୁଳ ସ୍ଥିତିରେ ରହିଛି। ପାଚେରି ନ ଥିବା ଏବଂ ବିଦ୍ୟାଳୟ ମଝିରେ ରାସ୍ତା ଯାଇଥିବା କାରଣରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାପ୍ରତି ବିପଦ ଥିବା ଅଭିଭାବକମାନେ କହିଛନ୍ତି। ଏଠାରେ ଛାତ୍ରୀଛାତ୍ର ଅସୁସ୍ଥ ହେଲେ ୪୦ କି.ମି. ଦୂର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ହେବାକୁ ଯାଇଥାନ୍ତି। ାଏପରିକି ଡାକ୍ତରଖାନାକୁ ଯିବାପାଇଁ ଆମ୍ବୁଲାନ୍ସ କି ଅନ୍ୟ କୌଣସି ଗାଡି ସୁବିଧା ନାହିଁ। ବିଦ୍ୟାଳୟରେ ଏବେ ୫୬୦ ଛାତ୍ରୀଛାତ୍ର ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ୨୨୦ ଛାତ୍ରୀ ଥିବାବେଳେ ୩୪୦ଜଣ ଛାତ୍ର ଅଛନ୍ତି। ୫୬୦ ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲ ସୁବିଧା ନ ଥିବାବେଳେ ଏବେ ପ୍ରାୟ ୫.୫୦କୋଟି ଟଙ୍କା ବ୍ୟୟରେ ହଷ୍ଟେଲର ଉନ୍ନତୀକରଣ କାମ କରାଯାଇଛି। ଏହି ଉନ୍ନତୀକରଣ କାର୍ଯ୍ୟରେ ୧୨୮ ଛାତ୍ରୀଙ୍କ ପାଇଁ ଏବଂ ୨୦୮ ଜଣ ଛାତ୍ରଙ୍କ ପାଇଁ ହଷ୍ଟେଲ ସୁବିଧା ମିଳିବ। ଫଳରେ ଅବଶିଷ୍ଟ ୯୨ ଛାତ୍ରୀ ଓ ୧୩୨ ଛାତ୍ର କେଉଁଠି ରହିବେ ତାହା ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ବିଦ୍ୟାଳୟ ଖେଳ ପଡିଆର ଉନ୍ନତୀକରଣ ପାଇଁ ଘଟଗଁା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗତ ତା ୧ା୧୧ା୨୦୧୯ରିଖରେ ଜିଲା ଖଣିଜ ପାଣ୍ଠିରୁ ୧୩୨.୫୭ଲକ୍ଷ ଟଙ୍କା ଏଷ୍ଟିମେଟ୍‌ କରାଯାଇ ଜିଲାପାଳଙ୍କୁ ମେମୋ ନଂ.୩୦୦୭,ପିଡି ଡିଆରଡିଏଙ୍କୁ ମେମୋ ନଂ. ୩୦୦୮ ଏବଂ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟରଙ୍କୁ ଚିଠି (ନଂ. ୩୦୦୬)ରେ ପ୍ରସ୍ତାବ ଦିଆଯାଇଥିଲା ା ଏଯାଏ ତାହା ପ୍ରସ୍ତାବରେ। ଏହି ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଅଭିଭାବକମାନେ ଗତ ସେପ୍ଟେମ୍ବର ୩୦ ତାରିଖରେ ବିଦ୍ୟାଳୟରେ ଆୟୋଜିତ ବୈଠକରେ ନିଷ୍ପତ୍ତି ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲାପାଳ ବର୍ତ୍ତମାନ ଏହି ବିଦ୍ୟାଳୟର ଚେୟାରମ୍ୟାନ ଅଛନ୍ତି। ଅଭିଭାବକମାନେ ବିଦ୍ୟାଳୟ ସମସ୍ୟା ନେଇ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି କୌଣସି ସୁଫଳ ନ ପାଇବାରୁ ନବୋଦୟ ବିଦ୍ୟାଳୟ କମିଶନରଙ୍କୁ ଭେଟି ଏସମ୍ପର୍କରେ ଅବଗତ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିଭାବକଙ୍କ ଅଭିଯୋଗ ସମ୍ପର୍କରେ ପ୍ରିନ୍ସିପାଲ ପି.ମଣିକଣ୍ଡନଙ୍କୁ ପଚାରିବାରୁ କହିଛନ୍ତି, ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟା ରହିଛି। ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri