ହଜିଯିବ ଓଡ଼ିଶାର ଉତ୍କୃଷ୍ଟ କଳା

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି ରାଜ୍ୟର ଲକ୍ଷାଧିକ କଳାକାର। ସିନେମାରୁ ଆରମ୍ଭକରି ମଞ୍ଚ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ପାଇଁ ହାତବାନ୍ଧି ବସିଛନ୍ତି। ମଞ୍ଚ ନିରବୀ ଯାଇଥିବାବେଳେ ଦର୍ଶକଙ୍କ ପାଇଁ ପ୍ରେକ୍ଷାଳୟର ଦ୍ୱାର ବନ୍ଦ ହୋଇଯାଇଛି। ଦୁଃଖ ଚିନ୍ତାରେ ଦିନ କାଟୁଛନ୍ତି ମଞ୍ଚ କଳାକାର। ସଞ୍ଚତ୍ତ ଅର୍ଥ ସରିଯାଇଥିବାବେଳେ ପରିବାର ଚଳାଇବା ଅସମ୍ଭବ ହୋଇପଡ଼ିଲାଣି। ଏପଟେ ମଞ୍ଚଠାରୁ ଏତେଦିନ ଦୂରରେ ରହି କଳା ବି ପାସୋରି ଗଲେଣି। ଏପଟେ ରାଜ୍ୟ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସଭା ସମିତି ଓ କଳା ପରିବେଷଣ ବନ୍ଦ କରିଛନ୍ତି। ୨ମାସରୁ ଊର୍ଦ୍ଧ୍ୱ ସମୟ ହେବ ସବୁଥିରେ ରୋକ୍‌ ଲାଗିଛି। ଏଭଳିସ୍ଥଳେ କଳାକାର ହାତରେ ନା କାମ ଅଛି ନା ପେଟ ପୋଷିବାକୁ ପାଖରେ ବେଉସା ଅଛି। ତେଣୁ ପେଟ ପୋଷିବାକୁ ଏବେ ଅଧାରୁ ଅଧିକ ସିନେମା, ଟେଲିଭିଜନ, ମଞ୍ଚ ଓ ଲୋକକଳା କଳାକାର ଅନ୍ୟ ପେଶାକୁ ଆପଣାଉଛନ୍ତି। କିଏ ରାସ୍ତାକଡ଼ରେ ପରିବା ବିକ୍ରି କରୁଛି ତ କିଏ କଦଳୀ ବିକ୍ରିକରି ପେଟ ପୋଷିବାକୁ ଚେଷ୍ଟାକରୁଛି। କେତେଜଣ କଳାକାର ମାନସିକଭାବେ ଦୁର୍ବଳ ହୋଇପଡ଼ିବା ସହ ଆତ୍ମହତ୍ୟା ଭଳି ବାଟ ବାଛିବାକୁ ମଧ୍ୟ ପଛାଉ ନାହନ୍ତି। ଏଭଳି ଅଧିକ ଦିନ ଜାରି ରହିଲେ କେବଳ କଳାକାର କଳା ଭୁଲିବେନି, ବରଂ ଓଡ଼ିଶାର ଉତ୍କୃଷ୍ଠ କଳା ଓ ସାଂସ୍କୃତିକ ପରିଚୟ ହଜିଯିବ ବୋଲି କଳା ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ପରିସ୍ଥିତିକୁ ଦୃଷ୍ଟି ରଖି କଳା ଓ କଳାକାରକୁ ବଞ୍ଚାଇବାକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବାକୁ ଓଡ଼ିଶା ନାଟ୍ୟ ସଂଘ ଦାବିକରିଛି।
ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଥିବା ଏକ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶାରେ ଏବେ ୧୫୦ରୁ ଊର୍ଦ୍ଧ୍ୱ ନାଟ୍ୟ ସଂଗଠନ ରହିଥିବାବେଳେ ୫ ହଜାରରୁ ଊର୍ଦ୍ଧ୍ୱ କଳାକାର ଅଛନ୍ତି। ମଞ୍ଚକଳା ପ୍ରତି ଥିବା ଏମାନଙ୍କ ଅବଦାନ ଓ ଭଲପାଇବା ଯୋଗୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ଅନେକ ସୁନାମ ଅର୍ଜନ କରିପାରିଛି। ମାତ୍ର ଏଭଳି ଅସମୟରେ ସରକାର ମଞ୍ଚ କଳାକାରମାନଙ୍କୁ ଭୁଲିଯାଇଥିବା ସଂଘ ଅଭିଯୋଗ କରିଛି। ରାଜ୍ୟ ସରକାର ଯଥାସମ୍ଭବ ସହଯୋଗ କରିବା ସହ ସାମାଜିକ ଦୂରତା ନିୟମର ପାଳନ କରି ଅଭିନବ ପନ୍ଥାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ସଂଘ ଦାବିକରିଛି। ଏହାସହ ଓଡ଼ିଶାର କଳା, ସଂସ୍କୃତିର ବିକାଶ ଲାଗି ଏକ ପୋଷ୍ଟ ଲକ୍‌ଡାଉନ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ ସଂସ୍କୃତି ସଚିବଙ୍କ ନିକଟରେ ଦାବି କରାଯାଇଛି।

 

ହାତବାନ୍ଧି ବସିଛନ୍ତି ୧୦ହଜାର ଯାତ୍ରା କଳାକାରଏପଟେ ଯାତ୍ରା କଳାକାରମାନଙ୍କର ମଧ୍ୟ ସମାନ ଅବସ୍ଥା। ଯାତ୍ରା ଜଗତର ପ୍ରାୟ ୧୦ ହଜାର କଳାକାର ଜୀବିକା ହରାଇଛନ୍ତି। ରାଜ୍ୟରେ ଏବେ ଛୋଟ ବଡ ପ୍ରାୟ ୬୫ଟି ଯାତ୍ରା ପାର୍ଟି ରହିଛି। ହେଲେ କରୋନା ଯୋଗୁ ଏବେ ସବୁ ବନ୍ଦ ପଡ଼ିଛି। ଶ୍ରମିକ କିମ୍ବା କଳାକାରଭାବେ ପଞ୍ଜୀକୃତ ହୋଇ ନ ଥିବାରୁ ସେମାନଙ୍କୁ ସରକାରୀ ସୁବିଧା ମଧ୍ୟ ମିଳିପାରୁନାହିଁ। ତେଣୁ ରାଜ୍ୟରେ ଯାତ୍ରା ପରିବେଷଣକୁ ଅନୁମତି ଦେବାକୁ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି। ଏହାସହ ଆର୍ଥିକ ସହାୟତା ଓ ଯାତ୍ରା କଳାକାରଙ୍କୁ ମାନ୍ୟତା ପ୍ରଦାନ କରିବାକୁ ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri