ହଜିଯିବ ଓଡ଼ିଶାର ଉତ୍କୃଷ୍ଟ କଳା

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି ରାଜ୍ୟର ଲକ୍ଷାଧିକ କଳାକାର। ସିନେମାରୁ ଆରମ୍ଭକରି ମଞ୍ଚ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ପାଇଁ ହାତବାନ୍ଧି ବସିଛନ୍ତି। ମଞ୍ଚ ନିରବୀ ଯାଇଥିବାବେଳେ ଦର୍ଶକଙ୍କ ପାଇଁ ପ୍ରେକ୍ଷାଳୟର ଦ୍ୱାର ବନ୍ଦ ହୋଇଯାଇଛି। ଦୁଃଖ ଚିନ୍ତାରେ ଦିନ କାଟୁଛନ୍ତି ମଞ୍ଚ କଳାକାର। ସଞ୍ଚତ୍ତ ଅର୍ଥ ସରିଯାଇଥିବାବେଳେ ପରିବାର ଚଳାଇବା ଅସମ୍ଭବ ହୋଇପଡ଼ିଲାଣି। ଏପଟେ ମଞ୍ଚଠାରୁ ଏତେଦିନ ଦୂରରେ ରହି କଳା ବି ପାସୋରି ଗଲେଣି। ଏପଟେ ରାଜ୍ୟ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସଭା ସମିତି ଓ କଳା ପରିବେଷଣ ବନ୍ଦ କରିଛନ୍ତି। ୨ମାସରୁ ଊର୍ଦ୍ଧ୍ୱ ସମୟ ହେବ ସବୁଥିରେ ରୋକ୍‌ ଲାଗିଛି। ଏଭଳିସ୍ଥଳେ କଳାକାର ହାତରେ ନା କାମ ଅଛି ନା ପେଟ ପୋଷିବାକୁ ପାଖରେ ବେଉସା ଅଛି। ତେଣୁ ପେଟ ପୋଷିବାକୁ ଏବେ ଅଧାରୁ ଅଧିକ ସିନେମା, ଟେଲିଭିଜନ, ମଞ୍ଚ ଓ ଲୋକକଳା କଳାକାର ଅନ୍ୟ ପେଶାକୁ ଆପଣାଉଛନ୍ତି। କିଏ ରାସ୍ତାକଡ଼ରେ ପରିବା ବିକ୍ରି କରୁଛି ତ କିଏ କଦଳୀ ବିକ୍ରିକରି ପେଟ ପୋଷିବାକୁ ଚେଷ୍ଟାକରୁଛି। କେତେଜଣ କଳାକାର ମାନସିକଭାବେ ଦୁର୍ବଳ ହୋଇପଡ଼ିବା ସହ ଆତ୍ମହତ୍ୟା ଭଳି ବାଟ ବାଛିବାକୁ ମଧ୍ୟ ପଛାଉ ନାହନ୍ତି। ଏଭଳି ଅଧିକ ଦିନ ଜାରି ରହିଲେ କେବଳ କଳାକାର କଳା ଭୁଲିବେନି, ବରଂ ଓଡ଼ିଶାର ଉତ୍କୃଷ୍ଠ କଳା ଓ ସାଂସ୍କୃତିକ ପରିଚୟ ହଜିଯିବ ବୋଲି କଳା ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ପରିସ୍ଥିତିକୁ ଦୃଷ୍ଟି ରଖି କଳା ଓ କଳାକାରକୁ ବଞ୍ଚାଇବାକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବାକୁ ଓଡ଼ିଶା ନାଟ୍ୟ ସଂଘ ଦାବିକରିଛି।
ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଥିବା ଏକ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶାରେ ଏବେ ୧୫୦ରୁ ଊର୍ଦ୍ଧ୍ୱ ନାଟ୍ୟ ସଂଗଠନ ରହିଥିବାବେଳେ ୫ ହଜାରରୁ ଊର୍ଦ୍ଧ୍ୱ କଳାକାର ଅଛନ୍ତି। ମଞ୍ଚକଳା ପ୍ରତି ଥିବା ଏମାନଙ୍କ ଅବଦାନ ଓ ଭଲପାଇବା ଯୋଗୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ଅନେକ ସୁନାମ ଅର୍ଜନ କରିପାରିଛି। ମାତ୍ର ଏଭଳି ଅସମୟରେ ସରକାର ମଞ୍ଚ କଳାକାରମାନଙ୍କୁ ଭୁଲିଯାଇଥିବା ସଂଘ ଅଭିଯୋଗ କରିଛି। ରାଜ୍ୟ ସରକାର ଯଥାସମ୍ଭବ ସହଯୋଗ କରିବା ସହ ସାମାଜିକ ଦୂରତା ନିୟମର ପାଳନ କରି ଅଭିନବ ପନ୍ଥାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ସଂଘ ଦାବିକରିଛି। ଏହାସହ ଓଡ଼ିଶାର କଳା, ସଂସ୍କୃତିର ବିକାଶ ଲାଗି ଏକ ପୋଷ୍ଟ ଲକ୍‌ଡାଉନ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ ସଂସ୍କୃତି ସଚିବଙ୍କ ନିକଟରେ ଦାବି କରାଯାଇଛି।

 

ହାତବାନ୍ଧି ବସିଛନ୍ତି ୧୦ହଜାର ଯାତ୍ରା କଳାକାରଏପଟେ ଯାତ୍ରା କଳାକାରମାନଙ୍କର ମଧ୍ୟ ସମାନ ଅବସ୍ଥା। ଯାତ୍ରା ଜଗତର ପ୍ରାୟ ୧୦ ହଜାର କଳାକାର ଜୀବିକା ହରାଇଛନ୍ତି। ରାଜ୍ୟରେ ଏବେ ଛୋଟ ବଡ ପ୍ରାୟ ୬୫ଟି ଯାତ୍ରା ପାର୍ଟି ରହିଛି। ହେଲେ କରୋନା ଯୋଗୁ ଏବେ ସବୁ ବନ୍ଦ ପଡ଼ିଛି। ଶ୍ରମିକ କିମ୍ବା କଳାକାରଭାବେ ପଞ୍ଜୀକୃତ ହୋଇ ନ ଥିବାରୁ ସେମାନଙ୍କୁ ସରକାରୀ ସୁବିଧା ମଧ୍ୟ ମିଳିପାରୁନାହିଁ। ତେଣୁ ରାଜ୍ୟରେ ଯାତ୍ରା ପରିବେଷଣକୁ ଅନୁମତି ଦେବାକୁ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି। ଏହାସହ ଆର୍ଥିକ ସହାୟତା ଓ ଯାତ୍ରା କଳାକାରଙ୍କୁ ମାନ୍ୟତା ପ୍ରଦାନ କରିବାକୁ ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri