Posted inଖେଳ

ହଂକଂ ଅଧିନାୟକ ପଦ ଛାଡ଼ିଲେ ଓଡ଼ିଆ ଖେଳାଳି ଅଂଶୁମାନ

ନୂଆଦିଲ୍ଲୀ, ୧୨।୯- ଭାରତ ପକ୍ଷରୁ ଖେଳିବା ସ୍ବପ୍ନରେ ଓଡ଼ିଆ ପୁଅ ଅଂଶୁମାନ ରଥ ଗୁରୁବାର ହଂକଂ ଜାତୀୟ କ୍ରିକେଟ୍‌ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ଭାରତରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବାକୁ ଯୋଜନା ରଖିଥିବା ଅଂଶୁମାନ ଏଥିସହ ହଂକଂ ଜାତୀୟ ଦଳ ସିଲେକ୍ସନ ପ୍ରକ୍ରିୟାରୁ ମଧ୍ୟ ନିଜକୁ ଦୂରେଇ ନେଇଛନ୍ତି। ‘ଗତ କିଛି ବର୍ଷ ହେବ ମୋତେ ସମସ୍ତ ପ୍ରକାର ସମର୍ଥନ ଓ ସହଯୋଗ କରିଥିବାରୁ କ୍ରିକେଟ୍‌ ହଂକଂକୁ ଧନ୍ୟବାଦ ଦେବାକୁ ଚାହୁଁଛି। ୧୨ବର୍ଷ ବୟସରୁ ହଂକଂ କ୍ରିକେଟ୍‌ ସହ ଜଡ଼ିତ ହୋଇଆସିଛି, ଯାହାକି ବହୁତ ସ୍ମରଣୀୟ ରହିବ। ଏବେ କିନ୍ତୁ ପରିବର୍ତ୍ତନର ସମୟ ଆସିଛି ବୋଲି ଭାବୁଛି। ସମସ୍ତ ସାଥୀ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଧନ୍ୟବାଦ୍‌ ଦେବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା’ ବୋଲି ଭୁବନେଶ୍ୱର ନିବାସୀ ଅଂଶୁମାନ ଇମର୍ଜିଂ କ୍ରିକେଟ୍‌କୁ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ରଥ ହଂକଂ ପକ୍ଷରୁ ୧୮ ଦିନିକିଆ ମ୍ୟାଚ୍‌ ଖେଳି ଗୋଟିଏ ଶତକ ଓ ୭ ଅର୍ଦ୍ଧଶତକ ସହ ୮୨୪ ରନ୍‌ ସଂଗ୍ରହ କରିଛନ୍ତି। ୧୪୩ ରନର ଅପରାଜିତ ଶତକୀୟ ଇନିଂସ ତାଙ୍କର ଶ୍ରେଷ୍ଠ ସ୍କୋର ରହିଛି। ସେହିଭଳି ୨୦ ଟି୨୦ ମ୍ୟାଚ୍‌ରୁ ସେ ୧୮.୯ ଆଭରେଜରେ ୩୨୧ରନ୍‌ କରିଛନ୍ତି। ସେହିଭଳି ଦିନିକିଆ ଓ ଟି୨୦ରେ ସେ ଯଥାକ୍ରମେ ୧୪ ଓ ୫ ଉଇକେଟ୍‌ ହାସଲ କରିଛନ୍ତି। ଭାରତୀୟ ପାର୍ସପୋର୍ଟର ଅଧିକାରୀ ଥିବା ଅଂଶୁମାନ ସ୍ଥାନୀୟ ‘ଅନ୍‌କ୍ୟାପଡ୍‌’ ଖେଳାଳି ଭାବେ ଆଇପିଏଲ୍‌ ୨୦୨୦ ଖେଳାଳି ନିଲାମିରେ ସାମିଲ ହେବାର ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି। ଭାରତ ପକ୍ଷରୁ ଖେଳିବା ଲକ୍ଷ୍ୟ ରହିଛି ବୋଲି ଏହି ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ସାକ୍ଷାତ୍‌କାର ଅବସରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri