ସ୍ମିତାରାଣୀ ମୃତ୍ୟୁ ମାମଲା: ରୂପେଶ ଭଦ୍ରଙ୍କୁ ହାଇକୋର୍ଟରୁ ଜାମିନ

କଟକ ଅଫିସ୍‌/ଧର୍ମଶାଳା, ୨।୬(ଡି.ଏନ୍‌.ଏ.): ଯାଜପୁର ହରିଦାଶପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କୁ ସୋମବାର ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଗତ ଅକ୍ଟୋବରରୁ ସେ ଜେଲ୍‌ରେ ଥିଲେ। ଜଷ୍ଟିସ୍‌ ବିଭୂ ପ୍ରସାଦ ରାଉତରାୟ ମାମଲାର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ୍‌କାଳରେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ ଓ ତଦନ୍ତରେ ସହଯୋଗ କରିବେ ବୋଲି ସର୍ତ୍ତ ରହିଛି। ତାଙ୍କ ବିରୋଧରେ ଆଇପିସିର ଧାରା ୩୦୬ରେ ମାମଲା ବିଚାରାଧୀନ ରହିଛି। ଶୁଣାଣିରେ କୁହାଯାଇଛି ଯେ, ସ୍ମିତାରାଣୀ ଓ ରୂପେଶଙ୍କ ମଧ୍ୟରେ ସମ୍ପର୍କ ରହିଥିଲା। କିନ୍ତୁ ସ୍ମିତାରାଣୀଙ୍କୁ ରୂପେଶ ଉପତ୍ୀଡନ କରିଥିବା ସ୍ପଷ୍ଟ ନାହିଁ। ତେଣୁ ରୂପେଶଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ସ୍ମିତାରାଣୀ ଆମତ୍ହତ୍ୟା କରିଥିବା ବିଷୟକୁ ଗ୍ରହଣ କରାଯାଇପାରିବ ନାହିଁ। ସେହି କ୍ରମରେ ରୂପେଶଙ୍କୁ ଜାମିନ୍‌ ଦିଆଯାଇଥିବା ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଓନର୍ସ ଆସୋସିଏଶନର ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: କାର୍ଯ୍ୟାଳୟରେ ଉତ୍ତେଜନା

ବଡ଼ବିଲ,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ମାଇନିଂ ଏରିଆ ଟ୍ରକ ଓନର୍ସ ଆସୋସିଏଶନର ୨ ଗୋଷ୍ଠୀ ବୁଧବାର କୌଣସି କାରଣକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏ ନେଇ...

କୋରାପୁଟ ଜିଲାରେ ୧୫୯୫.୧ ମିମି ବର୍ଷା ରେକର୍ଡ : ଦଶମନ୍ତପୁର ବ୍ଲକରେ ସର୍ବାଧିକ

କୋରାପୁଟ,୭।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ବୁଧବାର ୧୫୯୫.୧ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର ଦଶମନ୍ତପୁର ବ୍ଲକରେ ସର୍ବାଧିକ ୧୮୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ...

ପିପିଲି ଉପନିର୍ବାଚନ ସମୀକରଣ ବଦଳିବା ଚର୍ଚ୍ଚା

ଭୁବନେଶ୍ୱର, ୧୯ା୪(ବ୍ୟୁରୋ):କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା। ନିର୍ବାଚନ କମିଶନ ଆସନ୍ତା ମେ ୧୩ରେ ପିପିଲିରେ ଭୋଟ ହେବା...

ମହାପ୍ରଭୁ ୧୪ ଘଣ୍ଟା ଉପାସରେ ରହିବା ଘଟଣା: ୩ଜଣଙ୍କୁ ନୋଟିସ, ଜାନୁୟାରୀ ୪ରୁ ଶୁଣାଣି

ପୁରୀ ଅଫିସ, ୨୧ା୧୨: ଗତବର୍ଷ ଡିସେମ୍ବର ୨୮ ତାରିଖରେ ଶ୍ରୀମନ୍ଦିରରେ ଘଟିଥିଲା ଚରମ ବିଭ୍ରାଟ। ମହାପ୍ରଭୁ ୧୪ ଘଣ୍ଟା ଭୋକ ଉପାସରେ ରହିଥିଲେ। ତେବେ ଏଥିପାଇଁ...

ଗୌଡ଼ତୁଲା ବାଲି ଘାଟରୁ ବାଲି ଚୋରା ଚାଲାଣ ଘଟଣାକୁ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

କେସିଙ୍ଗା,୨୫।୭(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁଣ୍ଡାବାନ୍ଧ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୌଡ଼ତୁଲା ଗ୍ରାମର ବାଲି ଘାଟରୁ ବେଆଇନ ଭାବେ ବାଲି ଚାଲାଣକୁ ବିରୋଧ...

ସମର୍ଥନ ଅଧିକ, ବିରୋଧ କମ୍‌

କାଳିଆପାଣି,୨୩ା୧୨(ଡି.ଏନ.ଏ.): ସୁକିନ୍ଦା ତହସିଲ ଅଧୀନ ଟାଟାଷ୍ଟିଲ ମାଇନିଂ ଲିମିଟେଡ୍‌ର କମର୍ଦା ଓ ସାରୁଆବିଲ ଖଣିର ପରିବେଶ ମଞ୍ଜୁରୀ ପାଇଁ ବୁଧବାର ଏକ ଜନଶୁଣାଣି ଶିବିରି ଅନୁଷ୍ଠିତ...

ଗୋଡଭଙ୍ଗା ଘାଟିରେ କାର୍‌କୁ ଧକ୍କା ଦେଲା ବସ୍‌

ଠାକୁରମୁଣ୍ଡା, ୨।୧ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଗୋଡ଼ଭଙ୍ଗା ଘାଟି ବାଙ୍କ ରାସ୍ତାରେ ସୋମବାର ସକାଳେ ଏକ ବସ୍‌-କାର୍‌ ମଧ୍ୟରେ...

ଦନ୍ତାନଦୀ ପୋଲ ଉପରେ ୩ ଫୁଟ ପାଣି

ଭେଡ଼େନ,୧୭ା୭(ସୁଦନ ମହାକୁର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାରଠାରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ...

Advertisement
Archives

Model This Week