ସ୍ମିତାରାଣୀ ପ୍ରସଙ୍ଗ:ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ଭାଜପା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଯାଜପୁର ଜିଲା ହରିଦାଶପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପ୍ରସଙ୍ଗ ଲଗାତର ୪ଦିନ ହେଲା ଭାଜପା ସଦସ୍ୟମାନେ ବିଧାନସଭାରେ ଉଠାଇ ଆସୁଛନ୍ତି। ମାତ୍ର ମୁଖ୍ୟ ବିରୋଧୀ ଦଳର ଏହି କଥାକୁ ବାଚସ୍ପତି ଶୁଣୁନାହାନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ବିନା ଅନୁପସ୍ଥିତିରେ ବାଚସ୍ପତି ଗୃହ କାର୍ଯ୍ୟ ଚଳାଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅଭିଯୋଗ କରିଛନ୍ତି। ସରକାରୀ ଦଳକୁ ବଞ୍ଚାଇବା ଲାଗି ବାଚସ୍ପତି ସ୍ମିତାରାଣୀ ପ୍ରସଙ୍ଗରେ ମୋଶନ ଆଣି ଆଲୋଚନା କରୁନାହାନ୍ତି ବୋଲି ସେ ଅଭିଯୋଗ କରିବା ସହିତ ଏହି ପ୍ରସଙ୍ଗରେ ଭାଜପା ବିଧାୟକ ଦଳ ସୋମବାର ରାଜ୍ୟପାଳଙ୍କ ସହଯୋଗ ଲୋଡିଛି। ବିଧାନସଭାରୁ ଏକ ବ୍ୟାନର ଧରି ଭାଜପା ବିଧାୟକମାନେ ଚାଲିଚାଲି ରାଜଭବନ ଯାଇଛନ୍ତି। ଏନେଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସ୍ମିତାରାଣୀଙ୍କୁ ବଳାତ୍କାର ଏବଂ ପରବର୍ତ୍ତୀ ସମୟରେ ହତ୍ୟା କରାଯାଇଛି। ମାତ୍ର ଏଥିରେ ଶାସକ ଦଳ କେତେଜଣ ନେତା ସାମିଲ ଥିବାରୁ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ସରକାରୀ ଷଡ଼ଯନ୍ତ୍ର ଚାଲିଛି। ପ୍ରଥମେ ଏହି ଷଡ଼ଯନ୍ତ୍ର ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ର ଓ ବିଜେଡିର ନେତାମାନେ ଆରମ୍ଭ କରିଥିଲେ ପରବର୍ତ୍ତୀ ସମୟରେ ଏହାକୁ ଏସ୍‌ପି, ମହିଳା କମିଶନ ଅଧ୍ୟକ୍ଷା ଆଗକୁ ନେଲେ। ଆଉ ଏଥିରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଧ୍ୟ ସାମିଲ ହେଲେ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ହାତରେ ତଦନ୍ତ ଭାର ହସ୍ତାନ୍ତର କରିବାକୁ ଭାଜପା ବିଧାୟକମାନେ ୩ଦିନ ହେଲା ନୀରବ ପ୍ରତିବାଦ କରି ଆସୁଥିଲେ। ମାତ୍ର ବିରୋଧୀ ଦଳର ଅନୁପସ୍ଥିତିରେ ବାଚସ୍ପତି ଗୃହ ଚଳାଇ ଆସୁଛନ୍ତି। ବାଚସ୍ପତି ଶାସକ ଦଳର ସମର୍ଥନରେ ପକ୍ଷପାତିତା କରୁଥିବାରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ଲୋଡିଛନ୍ତି। ଏହି ଅବସରରେ ପ୍ରଦୀପ୍ତ କହିଛନ୍ତି ଯେ, ସ୍ମିତାରାଣୀଙ୍କ ବାପା ଥାନାରେ ଏତଲା ଦେବାବେଳେ ଜଣେ ପୋଲିସ ଅଧିକାରୀ ତାଙ୍କୁ ଝିଅ ଆତ୍ମହତ୍ୟା କରିଛି ବୋଲି ଲେଖିବା ପାଇଁ ବାଧ୍ୟ କରିଥିଲେ ବୋଲି କହିଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ଆତ୍ମହତ୍ୟାଜନିତ ମୃତ୍ୟୁ ବୋଲି କେବେ ବି ଲେଖାଯାଇ ନ ଥାଏ। ତେବେ ମନ୍ତ୍ରୀ ବିଧାନସଭାରେ ଏହାକୁ ଆତ୍ମହତ୍ୟା ବୋଲି କହିଲେ। ତେବେ ଏକଥା ସେ କେଉଁ ସୂତ୍ରରୁ ଜାଣିଲେ। ଆମେ ଏହି ଘଟଣା ଉପରେ ଆଲୋଚନା ପାଇଁ ବିଧାନସଭାରେ ମୋଶନ ଆଣିବା ପାଇଁ ଚାହିଁଥିଲୁ। ମାତ୍ର ବାଚସ୍ପତି ଆମ ଦାବିକୁ ଗ୍ରହଣ କଲେ ନାହିଁ। ରାଜ୍ୟର ସାମ୍ବିଧାନିକ ମୁଖ୍ୟଭାବେ ରାଜ୍ୟପାଳ ବାଚସ୍ପତିଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛୁ ବୋଲି ପ୍ରଦୀପ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri