ସ୍ମାର୍ଟ ସିଟିରେ ଡିଜିଟାଲ କିଓସ୍କ: ଗୋଟିଏ ସ୍ଥାନରେ ଏକାଧିକ ନାଗରିକ ସେବା

ଭୁବନେଶ୍ୱର, ୫ା୧୨ (ବ୍ୟୁରୋ): ରାଜଧାନୀରେ ନାଗରିକଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ସେବା ଯୋଗାଇ ଦେବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ) ପକ୍ଷରୁ ସହରର ୭୫ଟି ସ୍ଥାନରେ ସ୍ଥାପନ ହେବ ଡିଜିଟାଲ କିଓସ୍କ। ଜନଗହଳିପୂର୍ଣ୍ଣ ପ୍ରମୁଖ ସ୍ଥାନରେ ୨୫ଟି ଓ ବିଭିନ୍ନ କାର୍ଯ୍ୟାଳୟରେ ୫୦ କିଓସ୍କ ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ରାଜମହଲ ଛକ, କଳିଙ୍ଗ ହସ୍ପିଟାଲ ଛକ ଓ ଶହୀଦନଗର ଓ୍ବାର୍ଡ ଅଫିସ୍‌ରେ ଗୋଟିଏ ଲେଖାଏ ଡିଜିଟାଲ କିଓସ୍କ ଲଗାଯାଇଛି। ଶହୀଦନଗର ଓ୍ବାର୍ଡ ଅଫିସ କିଓସ୍କଟି ସେବା ଯୋଗାଇବା ଆରମ୍ଭ କରିଥିବାବେଳେ ଅନ୍ୟ ଦୁଇଟିର ସ୍ଥାପନ ପ୍ରକ୍ରିୟା ଶେଷ ହେବା ପରେ କାର୍ଯ୍ୟକାରୀ କରାଯିବ ବୋଲି ବିଏସ୍‌ସିଏଲ ଜିଏମ୍‌ ଶେଷଦେବ ନନ୍ଦ କହିଛନ୍ତି।
ତାଙ୍କ ସୂଚନାନୁସାରେ, ଦୁଇପ୍ରକାର ଡିଜିଟାଲ କିଓସ୍କ ସେବା ଯୋଗାଇବ। ‘ଇଣ୍ଟିଗ୍ରେଟେଡ ମଲ୍ଟି ସର୍ଭିସେସ୍‌ ଡିଜିଟାଲ କିଓସ୍କ’ ବାହାରେ ଓ ‘ଷ୍ଟାଣ୍ଡ୍‌ ଏଲୋନ ମଲ୍ଟି ସର୍ଭିସେସ୍‌ ଡିଜିଟାଲ କିଓସ୍କ’ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟ କରିବ। ‘ଇଣ୍ଟିଗ୍ରେଟେଡ ମଲ୍ଟି ସର୍ଭିସେସ୍‌ ଡିଜିଟାଲ କିଓସ୍କ’ରେ ଲୋକେ ଓ୍ବାଇ-ଫାଇ ଆକ୍ସେସ୍‌ ପଏଣ୍ଟ ପାଇବା ସହ ଇମରଜେନ୍ସି କଲ୍‌ ବଟନ୍‌, ଫୋନ୍‌ ଚାର୍ଜ ପଏଣ୍ଟ, ସୋଲାର ପ୍ୟାନେଲ ଓ ଟିକେଟ୍‌ ବୁକ୍‌ କରିବା ଆଦି ବହୁ ସୁବିଧା ପାଇପାରିବେ। ଏହା ମୁଖ୍ୟତଃ ପାର୍କ, ମଲ୍‌, ସରକାରୀ କାର୍ଯ୍ୟାଳୟ ଓ ବ୍ୟସ୍ତବହୁଳ ରାସ୍ତାରେ ଦେଖିବାକୁ ମିଳିବ। ସେହିପରି ‘ଷ୍ଟାଣ୍ଡ୍‌ ଏଲୋନ ମଲ୍ଟି ସର୍ଭିସେସ୍‌ ଡିଜିଟାଲ କିଓସ୍କ’ରେ ଲୋକଙ୍କୁ ବିଭିନ୍ନ ଅଭିଯୋଗ କରିବା, ବିଲ୍‌ ପୈଠ କରିବା, କାର୍ଡ ସ୍ବାଇପ୍‌ କରିବା, ଟିକେଟ ପ୍ରିଣ୍ଟ କରିବା ପରି ସେବା ଉପଲବ୍ଧ ରହିବ। ତେବେ ଆଗାମୀ ମାର୍ଚ୍ଚ ସୁଦ୍ଧା ଚିହ୍ନଟ ସ୍ଥାନରେ ଏସବୁ କିଓସ୍କ ସ୍ଥାପନ ପାଇଁ ବିଏସ୍‌ସିଏଲ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିବା ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri