ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସଙ୍କଳ୍ପ : ଗୋମାତାଙ୍କ ସୁରକ୍ଷା, ରୋଗମୁକ୍ତ ସମାଜ ଗଠନ

ନୂଆଗାଁ,୧୩ା୫ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଢେଙ୍କେଣା ପଞ୍ଚାୟତ ଢେଙ୍କେଣା ଗ୍ରାମର ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଗୋମାତାଙ୍କ ସୁରକ୍ଷା ସହ ରୋଗମୁକ୍ତ ସମାଜ ଗଠନ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ବର୍ତ୍ତମାନ ସମାଜରେ ବିଭିନ୍ନ ଫସଲ ଅମଳ ପାଇଁ ରାସାୟନିକ ସାର ପ୍ରୟୋଗ କରାଯାଉଛି। ଏହାକୁ ଖାଦ୍ୟରୂପେ ମଣିଷ ସମାଜ ଗ୍ରହଣ କରୁଛି। ସେଗୁଡିକୁ ଖାଇବା ଦ୍ୱାରା ଲୋକଙ୍କ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଦେବା ସହ ମଣିଷର ଆୟୁଷ ହାନି ଘଟୁଛି। ଏଥିରୁ ମୁକ୍ତ ହେବା ପାଇଁ ସଙ୍କଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିଛି ମହାମାୟୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଗୋଷ୍ଠୀର ମହିଳାମାନେ ଗାଈ ପାଳନ କରି ସେମାନଙ୍କ ଗୋବରରୁ ଜୈବିକ ସାର, ମଶାଧୂପ, ଧୂପକାଠି ପ୍ରସ୍ତୁତ କରୁଛନ୍ତି। ସେହିପରି ଗୋମୂତ୍ରରୁ ବିଭିନ୍ନ ରୋଗର ଉପଶମ ପାଇଁ ଗୋ ଅର୍କ ତିଆରି କରୁଛନ୍ତି। ଚାଷୀକୁଳ ବଜାରରୁ ଚଢା ଦରରେ ରାସାୟନିକ ସାର କ୍ରୟ କରି ଫସଲରେ ବ୍ୟବହାର କରୁଛି। ପୁଣି କେତେବେଳେ ଫସଲ ଉଜୁଡୁଛି ତ କେତେବେଳେ ବଜାରର ଦର ହ୍ରାସ ହେଉଛି। ଏଥିଯୋଗୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଛି। ଫଳରେ ଧାରକରଜ ଶୁଝିବା ତା’ ପାଇଁ କାଠିକର ପାଠ ହୋଇପଡୁଛି। ଅନେକ ସମୟରେ କରଜ ଶୁଝି ନ ପାରି ଚାଷୀ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଛି। କିନ୍ତୁ ଚାଷୀ ଯଦି ଗୋପାଳନ କରି ତାହାର ଗୋବରକୁ ଜୈବିକ ସାର ରୂପେ ବ୍ୟବହାର କରିବ ତେବେ ସେ ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ କରିପାରିବ। ତାକୁ ଆଉ ଋଣ ଭାର ସହିବାକୁ ପଡିବ ନାହିଁ। ଲୋକମାନେ ସେହି ଧାନଚାଉଳ, ପନିପରିବା ଖାଇ ନୀରୋଗ ରହିବେ। ସମାଜକୁ ଏହି ବାର୍ତ୍ତା ଦେବାକୁ ଯାଇ ଗୋଷ୍ଠୀର ମହିଳାମାନେ ୧୦ ଗୋଟି ଗାଈ ପାଳନ କରୁଛନ୍ତି। ଦୈନିକ ବାହାରୁଥିବା ଗୋବରକୁ ସେମାନେ ଜୈବିକ ସାର ରୂପେ ଫସଲରେ ବ୍ୟବହାର କରୁଛନ୍ତି। ସେଥିରୁ ପ୍ରତିଦିନ କିଛି ଗୋବର ଆଣି ସେଥିରେ ଆବଶ୍ୟକ ପରିମାଣର କାଠଗୁଣ୍ଡ, ଅରୁଆ ଚାଉଳ ଗୁଣ୍ଡ, ଦେଶୀ ଗୁଆଘିଅ ଆଦି ମିଶ୍ରଣ କରି ଧୂପକାଠି ତିଆରି କରୁଛନ୍ତି। ନିକଟବର୍ତ୍ତୀ ବଜାରରେ ତାହାର ଚାହିଦା ନ ଥିବାରୁ ସେମାନେ ବାହାର ବଜାରରେ ବିକ୍ରିକରି ପ୍ରତିଦିନ ଜଣ ପିଛା ୩୦୦ରୁ ୪୦୦ ଟଙ୍କା ରୋଜଗାର କରିପାରୁଥିବା କୁହନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି କୁନି ପରିଡା। ସେହିପରି ସକାଳର ଗୋ ମୂତ୍ରକୁ ସଂଗ୍ରହ କରି ସେଥିରୁ ଅର୍କ ପ୍ରସ୍ତୁତ କରନ୍ତି। ଏହି ଅର୍କ ଗ୍ୟାସ୍‌ଟିକ, କଫ, ପାଇଲ୍‌ସ, ଶ୍ୱାସ ଭଳି ୪୮ ଗୋଟି ରୋଗର ଉପଶମ ପାଇଁ ବ୍ୟବହାର କରାଯାଉଥିବା କହିଛନ୍ତି ପଲ୍ଲୀବନ୍ଧୁ ସଂସ୍ଥାର ସଂଯୋଜକ ତଥା ମହାମାୟୀ ସ୍ବୟଂସହାୟକ ଗୋଷ୍ଠୀର ଉପଦେଷ୍ଟା ଗଣେଶ୍ୱର ପରିଡା। ସେମାନେ ପ୍ରତିଦିନ ଗୋ ମୂତ୍ରରୁ ୨ ଲିଟର ଅର୍କ ପ୍ରସ୍ତୁତ କରୁଥିବା ବେଳେ ତାହାକୁ ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି କରନ୍ତି। ସ୍ଥାନୀୟ ବଜାରରେ ଏସବୁର ଚାହିଦା ନ ଥିବାବେଳେ ଭୁବନେଶ୍ୱର, କଟକ ଆଦି ସହରରେ ଗୋବର, ଗୋମୂତ୍ରରୁ ତିଆରି ସାମଗ୍ରୀ ବେଶ୍‌ ଲୋକପ୍ରିୟ ହୋଇପାରିଛି। ସରକାର ପ୍ରୋତ୍ସାହନ ଯୋଗାଇଦେଲେ ସେମାନେ ଏକ ସୁସ୍ଥ ତଥା ନୀରୋଗ ସମାଜ ଗଠନ କରିବାରେ ସହାୟକ ହେବେ ବୋଲି କହିଛନ୍ତି ଗୋଷ୍ଠୀର ସଭ୍ୟ ରୁନା ଜେନା, କୁନି ପରିଡା, ଦୀପ୍ତିମୟୀ ପରିଡା ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri