ସ୍ବେରେଜ କାମବେଳେ ମିଳିଲା ୯ ମିଲିୟନ ୟୁରୋର ଗୁପ୍ତଧନ

ବ୍ରସେଲ୍ସ,୧୭।୮: ବେଲଜିୟମ୍‌ରେ ଶ୍ରମିକମାନେ ଏକ ସ୍ବେରେଜ ଲାଇନ୍‌ ଖୋଳୁଥିବା ସମୟରେ ବିପୁଳ ପରିମାଣର ସୁନା ବିସ୍କୁଟ ଏବଂ ଦୁର୍ଲଭ ମୁଦ୍ରା ପାଇଛନ୍ତି। ବ୍ରସେଲ୍ସଠାରୁ ପ୍ରାୟ ୩୦ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ ସିଣ୍ଟ୍‌ ଗିଲିସ ଡେଣ୍ଡରମୋଣ୍ଡେଠାରେ ଭୂତଳ ପାଇପ୍‌ ବଦଳାଇବା କାମ ଚାଲିଥିବା ସମୟରେ ଏହି ଗୁପ୍ତଧନ ମିଳିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୯ ମିଲିୟନ ୟୁରୋ (ଅର୍ଥାତ୍‌ ୯୮ କୋଟି ଟଙ୍କା) ହେବ। ଶ୍ରମିକ ଭାବେ କାମ କରୁଥିବା କୋବେ ନାମକ ଜଣେ ୧୮ବର୍ଷୀୟ ଯୁବକ ଗତ ମଙ୍ଗଳବାର ଏହାକୁ ପାଇଥିବା ‘ଦ ଗାର୍ଡିଆନ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି।
ବେଲଜିୟମର ଟିଭି ନେଟୱର୍କକୁ ସୂଚନା ଦେଇ କୋବେ କହିଛନ୍ତି, ସେ ସହକର୍ମୀମାନଙ୍କ ସହ ସ୍ବେରେଜ ନିର୍ମାଣ କାମ କରୁଥିବାବେଳେ ସେଠାରେ କିଛି ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଏହା ୟୁରୋ କଏନ୍‌ ବୋଲି ଜଣାପଡ଼ିଥିଲା। ପରେ ଏକ ସୁନା ବିସ୍କୁଟ ମିଳିଥିଲା। ତା’ପରେ ଅଧିକ ଖୋଳିବାରୁ ବହୁତ ସୁନା ବିସ୍କୁଟ ଏବଂ ମୁଦ୍ରା ମିଳିଥିଲା। ଉକ୍ତ ସୁନା ବିସ୍କୁଟରେ କିଛି ନମ୍ବର ଲେଖା ହୋଇଥିଲା। ୧୯ଶ ଶତକର ଶେଷ ଭାଗରେ ଜଣେ ମଦ କାରଖାନା ମାଲିକ ‘ଥିଓଫିଲ୍‌ସ ଭାନ୍‌ ଆସେ’ଙ୍କ ପାଇଁ ନିର୍ମିତ ଏକ ବିଶାଳ ପ୍ରାସାଦର ମାଟିତଳ କାନ୍ଥ ଭିତରେ ଏହାକୁ ଏକ ବ୍ୟାଗ ଭିତରେ ଲୁଚାଇ ରଖାଯାଇଥିବା କୋବେ କହିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ଉକ୍ତ ସ୍ଥାନରେ ୧୮୯୯ରୁ ୧୯୭୦ ପର୍ଯ୍ୟନ୍ତ ମଦ ପ୍ରସ୍ତୁତି କରାଯାଉଥିଲା। ଏହି ଐତିହାସିକ ସମ୍ପତ୍ତି, ଯାହାର ଲୁହା ଗେଟ୍‌ରେ ଏବେ ମଧ୍ୟ ତାଙ୍କ ନାମର ପ୍ରାରମ୍ଭିକ ଅକ୍ଷର ଭିଏ ଲେଖାଅଛି। ଉକ୍ତ ପୁରାତନ ପ୍ରାସାଦକୁ ଏବେ ସାମାଜିକ କଲ୍ୟାଣ ସଂଗଠନ ଦ୍ୱାରା ନବୀକରଣ କରାଯାଉଛି।
ଏହି ସୁନା ବିସ୍କୁଟ ଏବଂ ମୁଦ୍ରା ମିଳିବା ପରେ ଅଧିକାରୀମାନେ ତୁରନ୍ତ ସେହି ସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେବା ସହ ଗୁପ୍ତଧନକୁ ବ୍ରସେଲ୍ସର ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ଏହାର ପ୍ରକୃତ ଉତ୍ସ ଏବଂ ଆଇନଗତ ମାଲିକାନା ନିର୍ଦ୍ଧାରଣ କରିବା ପାଇଁ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବ ଫ୍ଲାଣ୍ଡର୍ସ ପ୍ରସିକ୍ୟୁଟର ଅଫିସର ହାନେ ଓଲେଭିୟର କହିଛନ୍ତି, ମିଳିଥିବା ସୁନାଗୁଡ଼ିକ ଚୋରି କିମ୍ବା କୌଣସି ଅପରାଧ ସହ ଜଡ଼ିତ ନାହିଁ ବୋଲି ତଦନ୍ତକାରୀମାନେ ପ୍ରଥମେ ନିଶ୍ଚିତ କରିବା ଆବଶ୍ୟକ। ଏହି ସୁନା ଉପରେ ଦାବି କରିବାକୁ ଥିବା ସମ୍ଭାବ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ କୋଠା ନିର୍ମାଣ କରୁଥିବା ଠିକାଦାର, ସାମାଜିକ କଲ୍ୟାଣ ସଂଗଠନ ଏବଂ ଭାନ୍‌ ଆସେ ପରିବାରର ବଂଶଧରମାନେ ସାମିଲ ଅଛନ୍ତି। ବେଲଜିୟମର ଆଇନ ଅନୁଯାୟୀ, ଗୁପ୍ତଧନ ପାଇଥିବା କୌଣସି ବ୍ୟକ୍ତିଙ୍କୁ ପ୍ରକୃତ ଦାବିଦାର ବା ମାଲିକ ଆସିବା ପାଇଁ ସର୍ବନିମ୍ନ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। କୋବେ କହିଛନ୍ତି, ଅଳ୍ପ ସଂଖ୍ୟକ ସୁନା ବିସ୍କୁଟ କିମ୍ବା ମୁଦ୍ରା ମିଳିଥିଲେ, ଏହାକୁ ଆମେ ରଖିବା କଥା ଚିନ୍ତା କରିଥାନ୍ତୁ। ହେଲେ ଅଧିକ ପରିମାଣର ଥିବାରୁ ସରକାରଙ୍କୁ ଏହା ସ୍ଥାନାନ୍ତର କରାଯାଇଛି। ଆଶା ଯେ, ଏଥିପାଇଁ କିଛି ପୁରସ୍କାର ଆମକୁ ମିଳିପାରେ ବୋଲି କୋବେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri