ସ୍ବାସ୍ଥ୍ୟୋପକାରୀ ଗାଜର ପତ୍ର

ଗାଜରକୁ ସମସ୍ତେ ଅଳ୍ପ ବହୁତେ ଜାଣନ୍ତି। ଭୋଜିଭାତରେ ଏହାର ବହୁଳ ବ୍ୟବହାର ହୋଇଥାଏ। କିନ୍ତୁ ଏହାର ପତ୍ରର ବ୍ୟବହାର ବିଷୟରେ ଆମର ଧାରଣା କମ୍‌, ସାଧାରଣତଃ ଏହାର ପତ୍ରକୁ ବ୍ୟବହାର ନ କରି ନଷ୍ଟ କରିଥାଉ। କିନ୍ତୁ ପତ୍ରରେ ବହୁ ଔଷଧୀୟ ଗୁଣ ଅଛି। ଆସନ୍ତୁ, ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ।
ପତ୍ରରେ କ୍ୟାଲୋରି, ଡାଇଟୋରି ତନ୍ତୁ, ପ୍ରୋଟିନ, ଜୀବସାର-ଏ, ସି, କ୍ୟାଲସିୟମ, ଲୌହ ପ୍ରଚୁର ପରିମାଣରେ ଥାଏ।
-ଗାଜରପତ୍ରକୁ ଖାଦ୍ୟରେ ନିୟମିତ ବ୍ୟବହାର କଲେ ଏହା ଶରୀରରେ ଟ୍ୟୁମରର କୋଷକୁ ବୃଦ୍ଧି କରିବାକୁ ଦେଇ ନ ଥାଏ।
ନିୟମିତ ଗାଜରପତ୍ର ସାମିଲକଲେ ଶରୀରରେ ଅଧିକ ପାଣି ଜମାଟ ହେବାକୁ ଦେଇ ନ ଥାଏ। ଏହା ଶରୀରର ବର୍ଜ୍ୟବସ୍ତୁକୁ ପରିସ୍ରା ମାଧ୍ୟମରେ ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ।
ପଥୁରୀ ବା ଷ୍ଟୋନ ସମସ୍ୟା ଥିଲେ ପେଟରେ ଯନ୍ତ୍ରଣା ହୋଇଥାଏ, ଗାଜର ପତ୍ର ନିୟମିତ ସେବନ କଲେ ଏହା ଶରୀରକୁ ଡି-ଟୋକ୍‌ସିଫାୟ କରିବା ସହିତ କିଡ୍‌ନୀ ରକ୍ତରୁ କ୍ଷତିକାରକ ବର୍ଜ୍ୟବସ୍ତୁକୁ ଛାଣି ବାହାରକୁ କାଢ଼ିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଖାଦ୍ୟ ହଜମରେ ସାହାଯ୍ୟ କରିବା ସହିତ ଶରୀରରେ ନ୍ୟୁଟ୍ରିଏଣ୍ଟସକୁ ଆବ୍‌ଜରଭ କରିଥାଏ।
ପୋଟ୍ଟାସିୟମ ପ୍ରଚୁର ପରିମାଣରେ ଥିବାରୁ ଏହା ରକ୍ତଚାପକୁ କମ୍‌ କରିବା ସହ ହୃଦ୍‌ଘାତ ଆଶଙ୍କା ଦୂରକରିଥାଏ, ଉଚ୍ଚ ରକ୍ତଚାପ ରୋଗୀ ନିୟମିତ ଖାଦ୍ୟରେ ଏହାକୁ ବ୍ୟବହାର କରିବା ଦରକାର।
ପତ୍ରରେ ମ୍ୟାଗ୍ନେସିୟମ, ପୋଟ୍ଟାସିୟମ ଥିବାରୁ ଏହା ଶରୀରର ମାଂସପେଶୀକୁ ମଜଭୁତ କରିବା ସହ ରକ୍ତ ସଞ୍ଚାଳନକୁ ତ୍ୱରାନ୍ବିତକରି ଶରୀରକୁ ଦିନତମାମ ଶକ୍ତି ପ୍ରଦାନ କରିଥାଏ। ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି ଗାଜରପତ୍ର ଖାଦ୍ୟରେ ବ୍ୟବହାର କରିବା ଦରକାର।
ପତ୍ରରେ ଅଧିକ ପରିମାଣରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଜୀବସାର‘କେ’ ଥିବାରୁ ଏହା ହାଡ଼ର ଡେନ୍‌ସିଟି ବଢ଼ାଇବାରେ ସାହାଯ୍ୟ କରିଥାଏ। ଆଣ୍ଠୁଗଣ୍ଠି ରୋଗୀ ଏହାକୁ ଖାଦ୍ୟରେ ବ୍ୟବହାର କଲେ ସେମାନଙ୍କର ହାଡ଼ ସୁସ୍ଥ ରହିବା ସହ ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ।
ଜୀବସାର‘ଏ’ ପ୍ରଚୁର ପରିମାଣରେ ଥିବାରୁ ଏହା ଆଖି ପାଇଁ ଅତି ଦରକାରୀ। ଆଖିରେ ସମସ୍ୟା ଥିଲେ ନିୟମିତ ଗାଜର ଓ ଗାଜରପତ୍ର ଖାଦ୍ୟରେ ବ୍ୟବହାର କରିବା ଦରକାର।
ରୋଗୀଙ୍କ ପାଇଁ ଏହା ମହୌଷଧି ପରି କାମ କରିଥାଏ। ଯଦି ପ୍ରତିଦିନ ଖାଦ୍ୟ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ ଏହା ଲାଲ ରକ୍ତକଣିକାରେ ହିମୋଗ୍ଲୋବିନ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ। ଫଳରେ ରକ୍ତହୀନତା ସମସ୍ୟାରୁ ମୁକ୍ତି ମିଳିଥାଏ।
ପିଟ୍ୟୁଟାରି ଗ୍ଲାଣ୍ଡକୁ ଷ୍ଟିମୁଲେଟ କରି ସେକ୍ସ ହର୍‌ମୋନ ସ୍ଖଳନ କରିବାରେ ତ୍ୱରାନ୍ବିତ କରିଥାଏ ଏବଂ ମହିଳାମାନଙ୍କର ମାସିକ ଋତୁସ୍ରାବକୁ କଣ୍ଟ୍ରୋଲ କରିଥାଏ। ଏହାର ପତ୍ରକୁ ଗର୍ଭବତୀ ସେବନ କରିବା ମନା।
ସାଲଟ କରି ବା ଜୁସ୍‌ କରି ସେବନକଲେ ଏହା ମାଇଗ୍ରେନ୍‌ ପରି ଯନ୍ତ୍ରଣାଦାୟକ ଅଧକପାଳି ବିନ୍ଧାରୁ ରକ୍ଷା କରିଥାଏ। କିଛିଦିନ ସେବନ କଲେ ଏହା ପୁନର୍ବାର ହୋଇ ନ ଥାଏ।

ପୀତାମ୍ବର କର

-ମୁକୁନ୍ଦ ମିଶ୍ର ନଗର, ଗୋପୀନାଥପୁର,ପୁରୀ-୨


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ବିଶ୍ୱଯୁଦ୍ଧ ଆରମ୍ଭ! ନେତାନ୍ୟାହୁଙ୍କ ବଡ଼ ଘୋଷଣା: ଶେଷ ହୋଇପାରେ…ସାରା ବିଶ୍ୱରେ ଭୟଙ୍କର ବାତାବରଣ

ଓ୍ବାଶିଂଟନ୍‌,୧୩।୪: ଇରାନ ଏବଂ ଆମେରିକା ମଧ୍ୟରେ ଇସଲାମାବାଦ ଆଲୋଚନା ବିଫଳ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ନୌସେନା…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri