ସ୍ବାସ୍ଥ୍ୟସେବା ପରଖିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

ବଡ଼ସାହି, ୨୦।୧୦ (ସ୍ବ.ପ୍ର.)- ମୟୂରଭଞ୍ଜ ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କମନ ରିଭ୍ୟୁ ମିଶନର ଏକ ପ୍ରତିନିଧି ଦଳ ଶନିବାର ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଫେରିଯାଇଛନ୍ତି। ଏହି ଦଳରେ ଜିଲା ପ୍ରୋଗ୍ରାମ ମ୍ୟାନେଜର ଅନୀଲ କୁମାର ମହାନ୍ତି, ଡାକ୍ତର ଅରୁଣ ଅଗ୍ରୱାଲ, ଡାକ୍ତର ବନ୍ଦନା ମିଶ୍ର, ଡାକ୍ତର ଆର୍‌.ଆର୍‌ ଶତପଥୀ, ପ୍ରମୋଦ କୁମାର ମିଶ୍ର ପ୍ରମୁଖ ପ୍ରଥମେ ବଡ଼ସାହି ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ମା’ ଓ ଶିଶୁର କିପରି ଯନତ୍ ନିଆଯାଉଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏ ପରି କି ଗାଁ କଲ୍ୟାଣ ସମିତି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅଞ୍ଚଳବାସୀଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ ସେମାନେ ଦେଉଳିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥିଲେ ା ଏହି ଅବସରରେ ଡାକ୍ତରଖାନାରେ ଫାଙ୍କା ପଡିଥିବା ବିଶେଷଜ୍ଞ ଡାକ୍ତର ପୂରଣ ପାଇଁ ଅଞ୍ଚଳବାସୀ ଦାବି କରିବା ସହ ସମନ୍ବିତ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟରେ ଚାଲିଥିବା ଖେଳନା, ଚାଉଳ ଯୋଗାଣରେ ଅନିୟମିତତା ଓ କିଟ୍‌ କିଣା ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡା. ସଞ୍ଜୀବ ବଇତାଇ, ଡା. ରଞ୍ଜନ ମହାନ୍ତି, ଆୟୁଷ ଡା. ସନତ କୁମାର ଦାଶ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri