ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିଲେ ପୁରସ୍କାର: ଡାକ୍ତର, ଅନ୍ୟ କର୍ମଚାରୀଙ୍କୁ ମିଳିବ ଆର୍ଥିକ ପୁରସ୍କାର

ଭୁବନେଶ୍ୱର, ୨୯ା୧୦(ବ୍ୟୁରୋ): ସ୍ବାସ୍ଥ୍ୟସେବାରେ ସ୍ବଚ୍ଛତା ଆଣିବାକୁ ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ କିଛିଦିନ ତଳେ ସଚିବମାନେ ବିଭିନ୍ନ ଡାକ୍ତରଖାନା ଗସ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଥିଲେ। ସରକାରଙ୍କ ହଠାତ୍‌ ଏଭଳି ଆଭିମୁଖ୍ୟ ଦେଖି ସରକାରୀ ଅଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମଧ୍ୟ ମିଳିଥିଲା। ତେଣୁ ଏଥିରେ ସୁଧାର ଆଣିବା ପାଇଁ ଏବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ଦେବା ସହିତ ଭଲ କାର୍ଯ୍ୟ କରୁଥିବା ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ୫ଟି କାର୍ଯ୍ୟକ୍ରମରେ ଡାକ୍ତର ଏବଂ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ଡାକ୍ତରଙ୍କ ଲାଗି ୧୦ଲକ୍ଷ ଟଙ୍କା ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଟଙ୍କାର ଘୋଷଣା କରିଛନ୍ତି।
ସରକାରଙ୍କ ଘୋଷଣା ଅନୁଯାୟୀ, ୫ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜନସାଧାରଣଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଡାକ୍ତର, ପାରାମେଡିକାଲ ଷ୍ଟାଫ୍‌ ଓ ଅନ୍ୟ କର୍ମଚାରୀମାନେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି। ସମ୍ବେଦନଶୀଳଭାବେ ରୋଗୀଙ୍କ ଯତ୍ନ ନେଉଛନ୍ତି। ସେହିଭଳି କାର୍ଯ୍ୟ କରୁଥିବା ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ଉତ୍ସାହିତ କରିବା ସକାଶେ ପୁରସ୍କାର ଦିଆଯିବ। ଏହାସହ ସ୍ବାସ୍ଥ୍ୟସେବା ଯୋଗାଉଥିବା ଅନୁଷ୍ଠାନଗୁଡିକୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟସ୍ତରୀୟ ଉତ୍ସବରେ ସ୍ବାସ୍ଥ୍ୟସେବା ଯୋଗାଇବାରେ ଶ୍ରେଷ୍ଠ ବିବେଚିତ ୧୦ଜଣ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ପୁରସ୍କୃତ ହେବେ। ଡାକ୍ତରଙ୍କ କ୍ଷେତ୍ରରେ ୧୦ଲକ୍ଷ ଟଙ୍କା ଏବଂ ଅନ୍ୟ କର୍ମଚାରୀଙ୍କୁ ୫ଲକ୍ଷ ଟଙ୍କା ଲେଖାଏ ପୁରସ୍କୃତ କରାଯିବ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିତ୍ୱଙ୍କୁ ନେଇ ଏକ କମିଟି ଏନେଇ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ଥିବା ଜଣେ ସ୍ଥାୟୀ କର୍ମଚାରୀ ନିଜ ଚାକିରିକାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଭିତ୍ତିକରି ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ଲାଗି ମନୋନୀତ କର୍ମଚାରୀଙ୍କୁ ଅବସର ଦିନ ଉଚ୍ଚ ପଦବୀକୁ ପଦୋନ୍ନତି ମିଳିବ। ଏଥିପାଇଁ ଜଣେ କର୍ମଚାରୀ ୨୫ବର୍ଷ ସ୍ଥାୟୀ ଚାକିରି କରିଥିବା ଆବଶ୍ୟକ। ଅପରପକ୍ଷରେ ନ୍ୟାଶନାଲ କ୍ୱାଲିଟି ଆକ୍ରିଡିଏସନ ଷ୍ଟାଣ୍ଡାର୍ଡ ପ୍ରମାଣ ପତ୍ର ହାସଲ କରିଥିବା ସ୍ବାସ୍ଥ୍ୟସେବା ଅନୁଷ୍ଠାନର ଡାକ୍ତରଙ୍କଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ବୋନସ ଭାବେ ପରବର୍ତ୍ତୀ ଆର୍ଥିକ ବର୍ଷରେ ମିଳିବ। କାୟାକଳ୍ପ ହାସଲ କରିଥିବା ସ୍ବାସ୍ଥ୍ୟସେବା ଅନୁଷ୍ଠାନର ଡାକ୍ତରଙ୍କ ଏବଂ ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଅଧା ମାସର ଦରମା ବୋନସ ଭାବେ ପରବର୍ତ୍ତୀ ଆର୍ଥିକବର୍ଷ ଦିଆଯିବ। ସେହିପରି ଲକ୍ଷ୍ୟ ପ୍ରମାଣପତ୍ର ହାସଲ କରିଥିବା ସ୍ବାସ୍ଥ୍ୟ ଅନୁଷ୍ଠାନର ପ୍ରସବ ଗୃହ ଓ ମାତୃତ୍ୱ ଅସ୍ତ୍ରୋପଚାର ଗୃହରେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ଅଧା ମାସର ଦରମା ବୋନସ ଭାବେ ପରବର୍ତ୍ତୀ ଆର୍ଥିକ ବର୍ଷ ମିଳିବ। ମୋ ସରକାର କାର୍ଯ୍ୟକ୍ରମ ଅନୁଯାୟୀ ରୋଗୀଙ୍କ ମତାମତ ଅନୁସାରେ ୫ଟି ଅନୁଷ୍ଠାନ ପୁରସ୍କୃତ ହେବ। ସରକାରୀ ଡାକ୍ତରଖାନା ଯାଉଥିବା ରୋଗୀଙ୍କ ମତାମତକୁ ଭିତ୍ତିକରି ସ୍ଥିର ହୋଇଥିବା ଶ୍ରେଷ୍ଠ ୫ଟି ଅନୁଷ୍ଠାନର ମେଡିକାଲ ଅଫିସରଙ୍କୁ ତ୍ରୈମାସିକ ପ୍ରଶଂସା ପତ୍ର ପ୍ରଦାନ କରାଯିବ। ଏହାସହିତ ବର୍ଷଯାକ ଭଲ କାମ କରିଥିବା ମେଡିକାଲ କର୍ମଚାରୀଙ୍କୁ ଏଲ୍‌ଟିସିରେ ବିଦେଶ ଭ୍ରମଣ ପାଇଁ ସୁଯୋଗ ମିଳିବ। ଏହାସହ ଚୁକ୍ତି ଭିତ୍ତିକ କର୍ମଚାରୀ ତାଲିମ ପାଇଁ ବିଦେଶ ଯାଇପାରିବେ। ପ୍ରସବ ଓ ତଜ୍ଜନିତ ଅସ୍ତ୍ରୋପଚାର ପାଇଁ ଭଲ କାମ କରିଥିବା ଟିମ୍‌କୁ ସ୍ବାସ୍ଥ୍ୟ ବିଭାଗ ନିୟମାବଳୀ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ପାଇଁ ଏଭଳି ପୁରସ୍କାର ଘୋଷଣା କରାଯାଇଥିବା ସରକାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧ୍ୱଂସାଭିମୁଖୀ ମନ୍ଦିର କାରୁକାର୍ଯ୍ୟ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଓଡ଼ିଶାରେ ଐତିହ୍ୟର ସଂରକ୍ଷଣ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଅଧୀନରେ ରାଜ୍ୟର ୭୯ କୀର୍ତ୍ତିରାଜି ରହିଥିବାବେଳେ ଓଡ଼ିଶା ରାଜ୍ୟ...

୭ ବର୍ଷୀୟା ବାଳିକାଙ୍କୁ ବିଏମ୍‌ସିର ସହାୟତା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୭ବର୍ଷୀୟା ଜଣେ ବାଳିକାଙ୍କୁ ସହାୟତା ପ୍ରଦାନ କରିଛି। ଭିଏସ୍‌ଏସ୍‌ ନଗର ତାରିଣୀ ବସ୍ତିରେ ରହୁଥିବା...

ଆଜି ରାଜ୍ୟରୁ ସର୍ବାଧିକ ୧୯ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୧୪୦କୁ ବୃଦ୍ଧି

ଭୁବନେଶ୍ୱର,୭ା୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ସାଇକେଲରେ ବିଧାନସଭା ଆସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର, ୨୩।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ବୃଦ୍ଧି ଘଟିଛି । ଯାହା ସାଧାରଣ ଜନତାଙ୍କ ଉପରେ ବେଶ ପ୍ରଭାବ ପକାଉଛି । ଏନେଇ...

ମୁଣ୍ଡରେ ଖପୁରି ପ୍ରତିରୋପଣ ପରେ ସ୍କୁଲ ଯିବ ଜଗା

କଟକ ଅଫିସ, ୧୬ା୯ : କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ରବିବାର ଆଇନ ଏବଂ ଗୃହନିର୍ମାଣ ଓ...

ନୀରବତା ସନ୍ଦେହ ସୃଷ୍ଟି କରୁଛି

ତାଳଚେର,୬ା୩ (ନି.ପ୍ର.) ମାର୍ଚ୍ଚ ୩୧ ତାରିଖ ପରେ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ଚଳାଇବାକୁ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ଅନୁମତି ନାହିଁ। ଏ...

ଧାନ କିଣା ଟୋକନ ବ୍ୟବସ୍ଥାକୁ ନେଇ ଗୃହରେ ହଟ୍ଟଗୋଳ: ସୋମବାର ବିବୃତି ଦେବାକୁ ଯୋଗାଣ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୨।୧୧(ବ୍ୟୁରୋ): ଧାନ କିଣିବା ପାଇଁ ଚାଷୀଙ୍କୁ କି’ ପ୍ରତିଶ୍ରୁତି ଦେଲ। ଟୋକନ୍‌ ନ ଥିବା ଚାଷୀଙ୍କଠାରୁ କେତେ ଧାନ କିଣାଯିବ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ...

ହୀରାକୁଦରେ ପକ୍ଷୀ ସଂଖ୍ୟା ବଢ଼ିଲା

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ଜିଲାର ହୀରାକୁଦ ଡ୍ୟାମରେ ଚଳିତବର୍ଷ ପକ୍ଷୀସଂଖ୍ୟା ବୃଦ୍ଧି ପାଇଛି। ଶୁକ୍ରବାର ବନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରୁ ଏହା ଜଣାପଡିଛି। ମୋଟ...

Advertisement


Archives

Model This Week