Posted inଖେଳ

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନୋଟିସ୍‌: ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌

ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌
ନୂଆଦିଲ୍ଲୀ, ୧୭ା୧୨ (ପି.ଟି.)- ଚଳିତ ମାସର ପରବର୍ତ୍ତୀ ଭାଗରେ ଭାରତୀୟ କ୍ରିକେଟ କଣ୍ଟ୍ରେଲ ବୋର୍ଡ(ବିସିସିଆଇ) ଏଥିକ୍ସ ଅଫିସର ଡି.କେ. ଜୈନଙ୍କ ନିକଟରେ କପିଳ ଦେବ ଏବଂ ଅଂଶୁମାନ ଗାଏକ୍ୱାଡଙ୍କୁ ହାଜର ହେବାକୁ ପଡ଼ିବ। ଉଭୟେ ଯଦିଓ କ୍ରିକେଟ ଉପଦେଷ୍ଟା କମିଟି (ସିଏସି)ରୁ ସେମାନଙ୍କ ଇସ୍ତଫା ଦେଇ ସାରିଛନ୍ତି ସେମାନଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ସମ୍ପର୍କରେ ସଫେଇ ଦେବାକୁ ପଡ଼ିବ। ସେପ୍ଟେମ୍ବରରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସଏଶନ (ଏମପିସିଏ)ର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଙ୍କ ଅଭିଯୋଗ ପରେ କିପଳ ଦେବ ଏବଂ ଗାଏକ୍ୱାଡ ସିଏସିରୁ ସେମାନଙ୍କର ଇସ୍ତଫା ଦେଇଥିଲେ। ସିଏସିର ଅନ୍ୟ ଜଣେ ସଦସ୍ୟ ଥିଲେ ଶାନ୍ତା ରାଙ୍ଗାସ୍ବାମୀ। ଦୁଇଜଣଙ୍କ ଇସ୍ତଫା ଦ୍ୱାରା ସିଏସି ଅସ୍ଥିତ୍ୱ ହରାଇଥିଲା। ପଦ ତ୍ୟାଗ କରିଥିଲେ ସୁଦ୍ଧା ଏଥିକ୍ସ ଅଫିସର କପିଳ ଦେବ ଏବଂ ଗାଏକ୍ୱାଡଙ୍କୁ ଠାରୁ କେତେକ ବିଷୟରେ ସଫେଇ ଚାହିଁଛନ୍ତି। ଡିସେମ୍ବର ୨୭ ଓ ୨୮ରେ ଉଭୟଙ୍କୁ ବ୍ୟକ୍ତିଗତ ଭାବେ ଏଥିକ୍ସ ଅଫିସରଙ୍କ ନିକଟରେ ହାଜର ହେବାକୁ ପଡ଼ିବ। ବିସିସିଆଇ କର୍ମଚାରୀ ମୟଙ୍କ ପାରିଖଙ୍କ ବିରୋଧରେ ମଧ୍ୟ ସ୍ବାଥର୍‌ବ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆସିଛି। ତାଙ୍କୁ ଡିସେମ୍ବର ୨୭ରେ ହାଜର ହେବାକୁ କୁହାଯାଇଛି। ସେ ବିସିସିଆଇର ମ୍ୟାନେଜମେଣ୍ଟ ଟିମ୍‌ରେ ରହିଛନ୍ତି। ଏହାଛଡ଼ା ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମସିଏ)ରେ ତାଙ୍କର ଭୋଟ ଦେବା ଅଧିକାର ସହ ବିଭିନ୍ନ କ୍ଲବ ସହିତ ସମ୍ପୃକ୍ତି ରହିଛି। କପିଳ ଦେବଙ୍କ ନେତୃତ୍ୱରେ ସିଏସି କାର୍ଯ୍ୟକରୁଥିବାବେଳେ ପୁରୁଷ ଓ ମହିଳା ଅଧିନାୟକ ନିଯୁକ୍ତି ହୋଇଥିଲା। ବିଶ୍ୱକପ୍‌ ବିଜୟୀ ଅଧିନାୟକ ପୂର୍ବରୁ ସଫେଇ ଦେଇ କହିଥିଲେ, ଯେହେତୁ ସେ ଏକ ଅବୈତନିକ ପଦବୀରେ ଅଛନ୍ତି ଏକ୍ଷେତ୍ରରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପ୍ରଜୁଯ୍ୟ ନୁହେଁ। ଗାଏକ୍ୱାଡ ଏହି କଥାକୁ ସମର୍ଥନ କରିଥିଲେ। ଭାରତୀୟ କ୍ରିକେଟରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଏକ ଜଟିଳ ପ୍ରସଙ୍ଗ। ଏହି ବିଷୟରେ ବୋର୍ଡ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଚାହିଁଥିଲା। ବର୍ତ୍ତମାନ ପ୍ରଚଳିତ ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି ଏକ ସମୟରେ ଦୁଇଟି ପଦବୀରେ ରହି ପାରିବେ ନାହିଁ। ଗୁପ୍ତାଙ୍କ ଅଭିଯୋଗ ଥିଲା କିପଳ ଦେବ ଓ ଗାଏକ୍ୱାଡଙ୍କର କ୍ରିକେଟରେ ଏକାଧିକ ଭୂମିକା ରହିଛି। ୧୯୮୩ ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଳ ଦେବ ସିଏସିର ଅଂଶବିଶେଷ ବ
ବ୍ୟତୀତ ଏକଧାରାରେ ଜଣେ ଭାଷ୍ୟକାର, ଫ୍ଲଡଲାଇଟ କମ୍ପାନୀର ମାଲିକ, ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନର ନିର୍ଦ୍ଦେଶକ ଥିଲେ। ସେହିପରି ଗୁପ୍ତା ଅଭିଯୋଗ କରିଥିଲେ ଗାଏକ୍ୱାଡଙ୍କର ନିଜସ୍ବ ଏକ ଏକାଡେମୀ ରହିଛି। ସେ ବିିସିସିଆଇ ଆଫିଶେଶନ କମିଟିର ଜଣେ ସଦସ୍ୟ ମଧ୍ୟ ଅଛନ୍ତି। ଅଭିଯୋଗକୁ ଭିତି କରି ଏଥିକ୍ସ ଅଫିସର ନୋଟିସ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri