ସ୍ବପ୍ନ ଭାଙ୍ଗିଦେବ ଫଟା ଡଷ୍ଟ୍‌ବିନ୍‌

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଚଳିତ ବର୍ଷ ସ୍ବଚ୍ଛ ସର୍ବେକ୍ଷଣରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି। ନଂ.୧ ସ୍ମାର୍ଟସିଟି ଭଳି ସ୍ବଚ୍ଛ ସର୍ବେକ୍ଷଣକୁ ନେଇ ସ୍ବପ୍ନ ଦେଖୁଛି। ଏଥିପାଇଁ ଏକାଧିକ ଯୋଜନା ହାତକୁ ନେଇଥିବାବେଳେ ବହୁ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଗତ କିଛିଦିନ ତଳେ ଭୁବନେଶ୍ୱରକୁ ଖୋଲା ମଳମୁକ୍ତ (ଓଡିଏଫ++) ସହର ଭାବେ ବିଏମ୍‌ସି ଘୋଷଣା କରିଛି। ହେଲେ ସହରର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାରେ କେଉଁଠି ନା କେଉଁଠି ଅନେକ ବ୍ୟତିକ୍ରମ ଏବେ ନଜରକୁ ଆସିଛି। ସହରର କିଛି ମୁଖ୍ୟ ରାସ୍ତାର ରୂପ ବଦଳିଛି। ଗଛ, ଫୁଲ ଓ ଆଲୋକରେ ଚିକ୍‌ମିକ୍‌ ଦିଶୁଛି, ହେଲେ ଅଧିକାଂଶ କଲୋନୀ ଓ ସାହି ରାସ୍ତାର ବିକୃତ ସ୍ଥିତି ସହରବାସୀଙ୍କ ମନରେ ଏବେବି ଅସନ୍ତୋଷ ଭରିଦେଇଛି। ଏପରି କି କେତେକ ମୁଖ୍ୟ ରାସ୍ତା ଓ ଗଳି ରାସ୍ତାରେ ଅଳିଆ ଆବର୍ଜନା ପଡ଼ି ରହୁଥିବା ଦେଖିବାକୁ ମିଳିଛି। କେଉଁଠି ଡଷ୍ଟ୍‌ବିନ୍‌ରୁ ଅଳିଆ ଉଚ୍ଛୁଳି ରାସ୍ତାରେ ଉଡୁଛି ତ ଆଉ କେଉଁଠି ଫଟା ଡଷ୍ଟ୍‌ବିନ୍‌ ଓ ଡ୍ରେନ୍‌ରୁ ବାହାରିଥିବା ଆବର୍ଜନା ସହରର ଚିତ୍ରକୁ ବିକୃତ କରୁଛି। ଇତିମଧ୍ୟରେ ସ୍ବଚ୍ଛ ସର୍ବେକ୍ଷଣର ତୃତୀୟ କ୍ୱାର୍ଟର ଆରମ୍ଭ ହୋଇଥିବାବେଳେ କୌଣସି ମୁହୂର୍ତ୍ତରେ ବି କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱର ଆସିବାର ସୂଚନା ମିଳିଛି। ଏପରି ସ୍ଥଳେ ଫଟା ଡଷ୍ଟ୍‌ବିନ୍‌ ବିଏମ୍‌ସିର ଭଲ ପ୍ରଦର୍ଶନ ସ୍ବପ୍ନକୁ ଭାଙ୍ଗିଦେବ ବୋଲି ଆଲୋଚନା ଚାଲିଛି।
ସହର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଏମ୍‌ସି ଠିକା ସଂସ୍ଥା ରାମ୍‌କି, ପିଏମ୍‌ଆର ଓ ଜାଗୃତିକୁ ନିୟମିତ ଭାବେ ଡଷ୍ଟବିନ୍‌ର ମରାମତି କରିବା, ଅଳିଆ ଉଠାଇବା, ଘରଠୁ ଘର ବୁଲି ଅଳିଆ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଛି। କିନ୍ତୁ ଏ କ୍ଷେତ୍ରରେ ଠିକା ସଂସ୍ଥାଗୁଡ଼ିକ ମନମୁଖୀ କାର୍ଯ୍ୟ କରୁଛନ୍ତି। ଏନେଇ ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ସହରକୁ ସବୁଦିନ ପାଇଁ ସ୍ବଚ୍ଛ ରଖିବା ଲାଗି ଚେଷ୍ଟା ଚାଲିଛି। ଠିକା ସଂସ୍ଥାମାନଙ୍କ ସହ ନିୟମିତ ଆଲୋଚନା କରାଯିବା ସହ ବିଭିନ୍ନ ଦିଗରେ ସୁଧାର ଆଣିବା ପାଇଁ ବିଏମ୍‌ସି ପ୍ରୟାସ ଜାରି ରଖିଛି। ଏପରି କି ଗତ ମାସରେ ସେମାନଙ୍କ ଦେୟରୁ ୨୦% ଅର୍ଥ କାଟ କରାଯାଇଛି। ପୂର୍ବାପେକ୍ଷା ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିଛି ବୋଲି ସେ କହିଛନ୍ତି।
ଦୁଇ କ୍ୱାର୍ଟରରେ ନୈରାଶ୍ୟଜନକ ପ୍ରଦର୍ଶନ
ସ୍ବଚ୍ଛ ସର୍ଭେକ୍ଷଣର ଦୁଇଟି କ୍ବାର୍ଟର ସର୍ଭେ ସରିଯାଇଥିବାବେଳେ ଏହାର ଫଳ ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱରର ପ୍ରଦର୍ଶନ ପୂର୍ବପରି ନୈରାଶଜନକ ରହିଛି। ଭୁବନେଶ୍ୱର ସହର ପ୍ରଥମ କ୍ୱାର୍ଟରରେ ୩୧୧ ଓ ଦ୍ୱିତୀୟ କ୍ୱାର୍ଟରରେ ୧୬୬ ର଼୍ୟାଙ୍କରେ ରହିଛି। ଏବେ ଗତ ୪ରୁ ୩୧ ତାରିଖ ଯାଏ ତୃତୀୟ କ୍ୱାର୍ଟର ସର୍ଭେ ଆରମ୍ଭ ହୋଇଛି। ଯଦି ସହରର ପରିମଳ ବ୍ୟବସ୍ଥା ଏପରି ରହିବ ତେବେ ପୁଣିଥରେ ଭୁବନେଶ୍ୱର ସ୍ବଚ୍ଛ ସର୍ବେକ୍ଷଣରେ ଖରାପ ପ୍ରଦର୍ଶନ କରିବ।
ଏହି ସପ୍ତାହରେ ଆସିପାରନ୍ତି ସର୍ବେକ୍ଷଣ ଟିମ୍‌
ସ୍ବଚ୍ଛ ସର୍ବେକ୍ଷଣର ତୃତୀୟ କ୍ୱାର୍ଟର ସର୍ଭେ ଆରମ୍ଭ ହୋଇଥିବାବେଳେ ସପ୍ତାହକ ମଧ୍ୟରେ ସର୍ବେକ୍ଷଣ ଟିମ୍‌ ଓଡ଼ିଶା ଆସିବାର ସୂଚନା ମିଳିଛି। ଏଥିପାଇଁ ବିଏମ୍‌ସିର ତତ୍ପରତା ବଢ଼ିଯାଇଛି। ଜଣେ ଅଧିକାରୀ କହିଛନ୍ତି, ସହରାଞ୍ଚଳ ବିକାଶ ନିମନ୍ତେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତ ୧୭ରୁ ୧୯ତାରିଖ ଯାଏ ଭୁବନେଶ୍ୱର, ପୁରୀ ଓ କୋଣାର୍କ ଗସ୍ତ କରିଛନ୍ତି। ସେମାନେ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେତେକ ପୌରାଞ୍ଚଳ ବୁଲି ସ୍ବଚ୍ଛତା ଓ ପରିମଳ ସ୍ଥିତିର ସମୀକ୍ଷା କରୁଛନ୍ତି। ଯେକୌଣସି ସମୟରେ କେନ୍ଦ୍ରୀୟ ସର୍ବେକ୍ଷଣ ଟିମ୍‌ ପହଞ୍ଚତ୍ପାରନ୍ତି। ତାରିଖ ସମ୍ପର୍କରେ ଆମେ କହିପାରୁନାହୁଁ। କିନ୍ତୁ ଶେଷ ମୁହୂର୍ତ୍ତରେ ନୁହେଁ, ୨୦ରୁ ୨୬ ତାରିଖ ମଧ୍ୟରେ ସେମାନେ ଆସିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri