ସ୍ବପ୍ନ ପୂରଣ କଲା ହୁଇଲଚେୟାର

ଖଇରା, ୧୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ରଟିଣା ପଞ୍ଚାୟତ ତୁମ୍ବାପଦୀ ଗ୍ରାମର ଭାଗିରଥି ଦାସ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲିବାକୁ ଅକ୍ଷମ ହୋଇପଡିଥିଲେ। ଆଉ ବିଛଣାରୁ ଉଠି ରାସ୍ତାରେ ଚାଲିବା ଆଶା ତାଙ୍କର ଧୂଳିସାତ ହୋଇ ସାରିଥିଲା। ଚିକିତ୍ସାରେ ତାଙ୍କର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଆଉ ହୁଇଲଚେୟାର କିଣିବାକୁ ଅସମର୍ଥ ଥିଲେ। କରୋନା ଯୋଗୁ କାମଧନ୍ଦା ବନ୍ଦ ଥିବାରୁ ଘର ଲୋକମାନେ ଖାଦ୍ୟ ଠିକ ଭାବେ ଯୋଗାଡ କରିପାରୁ ନ ଥିବା ବେଳେ ହୁଇଲ ଚେୟାର କିଣିବା ଅସମ୍ଭବ ଥିଲା। ଏ ସମ୍ପର୍କରେ ଗ୍ରାମର ବାବୁଲା ପଣ୍ଡା, ନଳିନୀ ମହାନ୍ତି, ରାମ ସାହୁ ବିଶିଷ୍ଟ ସମାଜସେବୀ ତଥା ଶିଳ୍ପପତି ଶଶି କୁମାର ସାହୁ ଅବଗତ କରାଯିବାରେ ସେ ଏକ ହୁଇଲଚେୟାର ପ୍ରଦାନ କରିବା ସହ ଖାଦ୍ୟସାମଗ୍ରୀ ଯୋଗାଡ ପାଇଁ ୨ହଜାର ଟଙ୍କା ଦେଇଥିଲେ। ରବିବାର ସାହୁଙ୍କ ଏକାନ୍ତ ଅନୁଗତ ଦୀପକ କୁମାର ପ୍ରଧାନ ଓ ଅକ୍ଷୟ କୁମାର ଧିନ୍ଦା ଗ୍ରାମରେ ପହଞ୍ଚି ହୁଇଲ ଚେୟାର ପ୍ରଦାନ କରିବା ପରେ ଭାଗିରଥି ଖୁସିରେ ଆମତ୍ବିଭୋର ହୋଇପଡିଥିଲେ। ତାଙ୍କର ଦୀର୍ଘଦିନର ଆଶା ପୂରଣ ହେଲା ବୋଲି ଗଦାଧର ଲୁହଭରା ନୟନରେ କହିଥିଲେ। ସେହିଭଳି କିଡ୍‌ନୀ ରୋଗରେ ଆକ୍ରାନ୍ତ ଯୋଗୁ ସର୍ବହରା ହୋଇ ପଡିଥିବା ସେହି ଗ୍ରାମର ଗଦାଧର ସାହୁଙ୍କୁ ତାଙ୍କର ସହଯୋଗୀ ଅକ୍ଷୟ ଧିନ୍ଦାଙ୍କ ସହାୟତାରେ ୧ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌-କାର ମୁହାଁମୁହିଁ : ପୁଅ ମୃତ, ମାଆ ଗୁରୁତର

କୋରାପୁଟ,୧୮।୭(ସ୍ବ.ପ୍ର.): କୋରାପୁଟ ସହର ଉପକଣ୍ଠ ବାଗ୍ରାଛକଠାରେ ପିକ୍‌ଅପ୍‌ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ମାଆ ଗୁରୁତର ହୋଇଛନ୍ତି।...

ଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ

କେନ୍ଦୁଝର,୨୦ା୩(ସ୍ବ.ପ୍ର.): ପାଲଲହଡ଼ାରୁ କେନ୍ଦୁଝର ଅଭିମୁଖେ ଆସୁଥିବା ମା’ ବସ୍‌ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ...

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବନ୍ତ,୨୪।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ଗ୍ରାମର ଯୁବକ ସଂଘ ତରଫରୁ ଛୟାଳସିଂ, ଆମ୍ବଗଢିଆ, ଗଣିଜାଙ୍ଗ ତରଡିପାଳ ଆଦିବାସୀ ସାହିର ପ୍ରାୟ ୭୦ ଜଣ ଅସହାୟ...

ମାଣିଙ୍ଗପଦର ଗାଁ ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଭବାନୀପାଟଣା, ୨୦।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଣିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ସୋମବାର ସକାଳେ ଏକ ନବଜାତ ଶିଶୁ କନ୍ୟା...

ହସ୍ତଶିଳ୍ପ ଦୈନନ୍ଦିନ ଜୀବନର ଅଙ୍ଗ: ଅନୁପମ ଖେର୍‌

କଳିଙ୍ଗନଗର,୨୨।୧(ଡି.ଏନ୍‌.ଏ.): ଭାରତ ତଥା ଓଡ଼ିଶାର ବିଭିନ୍ନ ବୟନ ଗ୍ରାମରେ ମହିଳାଙ୍କୁ ହସ୍ତଶିଳ୍ପ ସ୍ବାବଲମ୍ବୀ କରିଛି। ଏହାରି ଉପରେ ଅନେକ ପରିବାର ପ୍ରତିପୋଷଣ ହେଉଥିବା ବେଳେ କଞ୍ଚାମାଲର...

ନୟାଗଡ଼ କୋଭିଡ-୧୯ ଡାକ୍ତରଖାନା ପରିଦର୍ଶନ କଲେ ୫-ଟି ସଚିବ

ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ କୋଭିଡ-୧୯ ହସ୍ପିଟାଲକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର...

ଗୌରାଙ୍ଗପୁରରେ କଙ୍ଗାରୁ କୋର୍ଟ : ଘର ଭାଙ୍ଗି ଲୁଟିନେଲେ ଉପକରଣ

ରଣପୁର,୪ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକର ଗୌରାଙ୍ଗପୁରରେ କଙ୍ଗାରୁ କୋର୍ଟ କରାଯାଇ ରବୀନ୍ଦ୍ର ବେହେରାଙ୍କ ପରିବାରକୁ ପ୍ରଥମେ ବାସନ୍ଦ କରାଗଲା। ଆଉ ଏହାର କିଛିବର୍ଷ ପରେ...

ଆନନ୍ଦପୁରକୁ ଜିଲା ଘୋଷଣା ଦାବି ଜୋର୍‌ ଧରିଲା

ଆନନ୍ଦପୁର,୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡକୁ ଜିଲା ଦାବିରେ ବୁଧବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଘଣ୍ଟିଆ ଗଣଧାରଣା ଦିଆଯାଇଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ...

Advertisement
Archives

Model This Week