ସ୍ବଦେଶକୁ ଅଧିକ ଟଙ୍କା ପଠାନ୍ତି ଏନ୍‌ଆର୍‌ଆଇ: ୨୦୧୮ରେ ଆସିଛି ୫ ଶହ ୫୧କୋଟି ହଜାର

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୬: ସ୍ବଦେଶକୁ ବିଦେଶରୁ ଟଙ୍କା ପଠାଇବାରେ ଏନଆର୍‌ଆଇମାନେ ପୃଥିବୀରେ ପୁଣି ଏକ ନମ୍ବର ସ୍ଥାନରେ ରହିଛନ୍ତି। ୨୦୧୮ରେ ସେମାନେ ଭାରତକୁ ୫ ଶହ ୫୧ କୋଟି ହଜାର ଟଙ୍କା ପଠାଇଛନ୍ତି। ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି। ଗତ ବର୍ଷ ଏନ୍‌ଆର୍‌ଆଇମାନେ ମୋଟ ୫୫,୧୦,୬୪,୫୦ ଲକ୍ଷ ଟଙ୍କା(୭୯ ବିଲିୟନ୍‌ ଡଲାର) ଭାରତକୁ ପଠାଇଛନ୍ତି। ଭାରତ ପଛକୁ ଚାଇନାର ସ୍ଥାନ ରହିଛି। ଏହା ୬୭ ବିଲିୟନ୍‌ ଡଲାର ବିଦେଶୀ ମୁଦ୍ରା ପାଇଥିବାବେଳେ ତୃତୀୟ ସ୍ଥାନରେ ମେକ୍ସିକୋ ରହିଛି। ଏହା ୩୬ ବିଲିୟନ୍‌ ଡଲାର ହାସଲ କରିପାରିଛି। ସେହିପରି ଚତୁର୍ଥ ସ୍ଥାନରେ ଫିଲିପାଇନ୍ସ୍‌ ଏବଂ ପଞ୍ଚମ ସ୍ଥାନରେ ମିଶର ରହିଛି। ଏହି ଦୁଇଦେଶ ଯଥାକ୍ରମେ ୩୪ ଏବଂ ୨୯ ବିଲିୟନ୍‌ ଡଲାର ହାସଲ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଜାତିସଂଘ ରିପୋର୍ଟ ଅନୁସାରେ ପୃଥିବୀର ବିଭିନ୍ନ ଦେଶରେ ପ୍ରାୟ ୨୦ କୋଟି ବିଦେଶୀ କାମ କରିଥାନ୍ତି। ସେମାନେ ନିଜ ନିଜ ଦେଶକୁ ପଠାଉଥିବା ବିଦେଶୀ ମୁଦ୍ରା ଦ୍ୱାରା ୮୦ କୋଟିରୁ ଅଧିକ ଲୋକଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇଥାଏ। ୨୦୧୮ରେ ବିଦେଶରେ କାମ କରୁଥିବା ପୃଥିବୀର ବିଭିନ୍ନ ଦେଶର ଲୋକ ନିଜ ନିଜ ଦେଶକୁ ମୋଟ ୬ଶହ ୮୯ କୋଟି ଡଲାର ପଠାଇଛନ୍ତି। ୨୦୧୭ରେ ଏହାର ପରିମାଣ ୬ ଶହ ୩୩ ଶହ କୋଟି ଡଲାର ଥିଲା। ୨୦୧୬ଠାରୁ ୨୦୧୮ ମଧ୍ୟରେ ଗତ ୩ ବର୍ଷ ମଧ୍ୟରେ ଏନ୍‌ଆର୍‌ଆଇମାନଙ୍କ ସ୍ବଦେଶକୁ ଟଙ୍କା ପଠାଇବାରେ ଲାଗାତାର ବୃଦ୍ଧି ଘଟିଛି। ୨୦୧୮ରେ ଏଥିରେ ୧୪ ପ୍ରତିଶତ ବୃଦ୍ଧି ଦୃଷ୍ଟିଗୋଚର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ପାଇଁ ଭାରତକୁ ଦାୟୀ କଲା ପାକିସ୍ତାନ

ଇସ୍‌ଲାମାବାଦ,୩୧।୧୦: ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଇମ୍ରାନ ଖାଁଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଫୟାଦ ଚୌଧୂରୀ ଏଥର ବି ଆସିଛନ୍ତି ଚର୍ଚ୍ଚାକୁ। ଏଥର ପାକିସ୍ତାନରେ...

କରୋନା ସଂକ୍ରମଣକୁ ରୋକିବ କଟନ ମାସ୍କ

ଓଟଓ୍ବା, ୨୮ା୫: କରୋନା ସଂକ୍ରମଣକୁ ନେଇ ସାରା ପୃଥିବୀରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହି ସଂକ୍ରମଣଠାରୁ କିଭଳି ଦୂରେଇ ରହିହେବ ଏବଂ ସଂକ୍ରମିତଙ୍କୁ ଶୀଘ୍ର...

ଖବର ପଢି କାନ୍ଦି ପକାଇଲେ ପ୍ରଥମ କିନ୍ନର ନ୍ୟୁଜ ଆଙ୍କର

ଢାକା,୯।୩: ବାଂଲାଦେଶର ପ୍ରଥମ କିନ୍ନର ନ୍ୟୁଜ ଆଙ୍କର ତଶ୍ନୁଭା ଆନନ ଶିଶିର ମହିଳା ଦିବସରେ ପ୍ରଥମଥର ନ୍ୟୁଜ୍‌ ପଢିଛନ୍ତି। ବୋଇଶାଖୀ ନ୍ୟୁଜ ଚ୍ୟାନେଲରେ ୩ ମିନିଟ୍‌ର...

ଲକ୍‌ଡାଉନ ନିୟମ ଭଙ୍ଗ କରିବା ପଡ଼ିଲା ମହଙ୍ଗା: ୩ଶହ ଥର ଉଠ୍‌-ବସ୍‌ ହେଲେ ବ୍ୟକ୍ତି

ମାନିଲା,୭।୪: ସାରା ବିଶ୍ୱରେ ପୁଣି ଥରେ କରୋନା ଆତଙ୍କ ଖେଳାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନୂଆ ଷ୍ଟ୍ରେନ୍‌ ଭୟଙ୍କର ରୂପ...

ଅଷ୍ଟ୍ରେଲିଆ ନିର୍ବାଚନ: ଭୋଟ ନ ଦେଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜରିମାନା

କାନବେରା,୧୮।୫: ଅଷ୍ଟ୍ରେଲିଆରେ ଶନିବାର ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ତେବେ ୧୯୨୪ରୁ ସରକାର ଏଠାରେ ମତଦାନକୁ ଅନିର୍ବାଜ୍ୟ କରିବା ଫଳରେ ଏଠାରେ...

ଶିଖ୍‌ ହୋଇଥିବାରୁ ରିପବ୍ଲିକାନ ପାର୍ଟି କରୁଛି ଭେଦଭାବ, ମୂଳ ଭାରତୀୟଙ୍କ ଅଭିଯୋଗ…

ଓ୍ବାଶିଂଟନ,୧୭।୧ : ରିପବ୍ଲିକାନ ନ୍ୟାଶନାଲ କମିଟି (ଆରଏନସି)ର ଚେୟାରମ୍ୟାନ ପଦବୀ ପାଇଁ ଆମେରିକାର ମୂଳ ଭାରତୀୟ ଆଇନଜୀବୀ ହରମିତ ଧିଲନ ଦୌଡ଼ରେ ଅଛନ୍ତି। ଶିଖ୍‌ ଧର୍ମର...

ଆଇଏସ୍‌ ଆକ୍ରମଣରେ ୫୦ ସିରିଆ ସୈନ୍ୟ ମୃତ

ଦାମାସ୍‌କସ୍‌,୨୧।୪: ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ୫୦ ଜଣ ସିରିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏନେଇ ମାନବାଧିକାର ପର୍ଯ୍ୟବେଷକଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଆଇଏସ୍‌ ତଥା...

ରୋଜାରେ ଖାଦ୍ୟ ଆଣିଯାଇଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ମହିଳା ମ୍ୟାନେଜର

ମିସୁରୀ,୨୦।୫: ଆମେରିକାର ମିସୁରୀରେ ଜଣେ ଯୁବକ ରୋଜା ଖୋଲିବା ପାଇଁ ଟେକୋ ବେଲ ରେଷ୍ଟୁରାଣ୍ଟକୁ ଜଳଖିଆ ଆଣିବାକୁ ଯାଇଥିଲେ। ରେଷ୍ଟୁରାଣ୍ଟରେ ଥିବା ମହିଳା ମ୍ୟାନେଜର ଇନ୍‌...

Advertisement
Archives

Model This Week